ଏଣିକି ନୂଆ ଉପାୟରେ ହମାସଙ୍କ ଉପରେ ଆକ୍ରମଣ କରିବ ଇସ୍ରାଏଲ୍‌: ଜାଣନ୍ତୁ କ’ଣ ରହିଛି ଯୋଜନା

ଜେରୁଜେଲମ୍‌,୩୦।୧।୦: ହମାସ ସହ ଇସ୍ରାଏଲର ସଂଘର୍ଷ ଇତି ମଧ୍ୟରେ ୨୧ ଦିନ ବିତି ଯାଇଛି। ଏହି କ୍ରମରେ ଇସ୍ରାଏଲ ହମାସଙ୍କ ଉପରେ ନୂଆ ଉପାୟରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତି କରିଛି। ଏପରିକି ଇସ୍ରାଏଲ ତାର ସୃଜନଶୀଳ ଅସ୍ତ୍ରଶସ୍ତ୍ର ପାଇଁ ବିଶ୍ବରେ ପରିଚିତ।

ଏହି ପରିପ୍ରେକ୍ଷୀରେ ଇସ୍ରାଏଲ ଏକ ଭିନ୍ନ ଧରଣର ବୋମା ପ୍ରସ୍ତୁତ କରିଛି। ବୋମା ମାଡ଼ରେ ବିସ୍ଫୋରଣ ହେବ ନାହିଁ। ଯେଉଁଠି ଫାଟିବ, ସେଠାରେ ଫେଣ ଭରିଯିବ। ଯାହାକି ପରବର୍ତ୍ତୀ ସମୟରେ ପଥର ଭଳି ଶକ୍ତ ହୋଇଯିବ। ଏହାର ନାମ ରଖାଯାଇଛି ସ୍ପଞ୍ଜ ବୋମା। ଏହା ଏକପ୍ରକାର ରାସାୟନିକ ଗ୍ରେନେଡ୍‌। ଏହା ଏକ ପ୍ରତିରକ୍ଷା ପ୍ଲାଷ୍ଟିକ ପାତ୍ର ମଧ୍ୟରେ ଆବଦ୍ଧ। ଏଥିରେ କୌଣସି ବିସ୍ଫୋରକ ହେବ ନାହିଁ କିନ୍ତୁ ଫାଙ୍କା କିମ୍ବା ଟନେଲର ପ୍ରବେଶ ପଥକୁ ସଲ୍‌ କରିଦେବା। ଫଳରେ ସୁଡ଼ଙ୍ଗରେ ଲୁଚି ରହୁଥିବା ହମାସଙ୍କ ପାଇଁ ଏହା ଅଡୁଆ ସୃଷ୍ଟି କରିବ ବୋଲି ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, ଖାସ କରି ସ୍ପଞ୍ଜ ବୋମାକୁ ହମାସ ଆତଙ୍କବାଦୀମାନେ ଲୁଚି ରହୁଥିବା ସୁଢଙ୍ଗର ପ୍ରବେଶ ପଥ ଅଞ୍ଚଳରେ ଫିଙ୍ଗା ଯିବ। ହମାସ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଲୁଚି ଯାଉଛନ୍ତି । ଆଉ ସୁଡ଼ଙ୍ଗରେ ଥାଇ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହାକୁ ରୋକିବା ପାଇ ଇସ୍ରାଏଲ ସ୍ପଞ୍ଜ ବୋମା ପ୍ରସ୍ତୁତି କରୁଥିବା ଜଣାପଡିଛି।

ଏପରି କି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଥିଲେ, ସେନା ହମାସ ବିରୋଧରେ ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଶତ୍ରୁଙ୍କୁ ନିପାତ କରିବାକୁ ଇସ୍ରାଏଲ ପ୍ରତିଶ୍ରୁତିବଦ୍ଧ। ଇସ୍ରାଏଲ ଯୁଦ୍ଧରେ ନିଶ୍ଚୟ ବିଜୟୀ ହେବ ବୋଲି କହିଥିଲେ।

Share