ପରିଣୀତି ଚୋପ୍ରାଙ୍କ ମୁଣ୍ଡକୁ ଏକ ନୂଆ ଆଇଡିଆ ଜୁଟିଛି। ଏଣିକି ସେ ଗାର୍ଡେନିଂ ପ୍ରତି କୁଆଡେ ମନୋନିବେଶ କରିବେ। କେବଳ ସେତିକି ନୁହେଁ, ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବେ। ଏ ନେଇ ପରିଣୀତି କହନ୍ତି, ‘ପିଲାଟି ଦିନରୁ ମୋର ଗାର୍ଡେନିଂ ପ୍ରତି ସଉକ ଥିଲା। କିନ୍ତୁ ପାଠପଢ଼ା ଲାଗି ଅଧିକ ସମୟ ଦେବାକୁ ପଡୁଥିଲା। ହେଲେ ଏଣିକି ଗାର୍ଡେନିଂ ପାଇଁ ସମୟ ଦେବି। ସେ ନେଇ ମୁଁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିନେଇଛି। ମୁଁ ଇନ୍ଡୋର୍ ପ୍ଲାଣ୍ଟେଶନ କରିବା ସହ ଘର ସାମ୍ନାରେ ଥିବା ବଗିଚାରେ ନୂଆ ଫୁଲ ଗଛ ଲଗାଇଛି। ତା’ସହ ପୁରୁଣା ଗଛର ଯତ୍ନ ନେଉଛି। କେବଳ ସେତିକି ନୁହେଁ, ସୋସିଆଲ ଓ୍ବାର୍କରେ ସାମିଲ ହୋଇ ନିଜେ ବୃକ୍ଷରୋପଣ କରିବା ସହ ଅନ୍ୟମାନଙ୍କୁ ଏ ନେଇ ଉତ୍ସାହିତ କରିବି।’ ଇଏ ତ ଗଲା ତାଙ୍କର ବ୍ୟକ୍ତିଗତ ଜୀବନ କଥା। ଏବେ ପରିଣୀତିଙ୍କ ହାତରେ କେତେଗୁଡ଼ିଏ ଅଫର ରହିଛି। ସେ ଏଗୁଡ଼ିକୁ ଭଲ ଭାବରେ ତର୍ଜମା କରିବା ପରେ ସେନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି।