25 जून 1975 को तत्कालीन प्रधानमंत्री इंदिरा गाँधी ने अपनी तानाशाही मानसिकता को दर्शाते हुए देश में आपातकाल लगाकर भारतीय लोकतंत्र की आत्मा का गला घोंट दिया था। लाखों लोगों को अकारण जेल में डाल दिया गया और मीडिया की आवाज को दबा दिया गया। भारत सरकार ने हर साल 25 जून को ‘संविधान… pic.twitter.com/KQ9wpIfUTg
— Amit Shah (@AmitShah) July 12, 2024
ନୂଆଦିଲ୍ଲୀ,୧୩।୭: କେନ୍ଦ୍ର ସରକାର ନୋଟିଫିକେଶନ ଜାରି କରି ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆରେ ପୋଷ୍ଟ କରି ଏଥିରେ ମୋହର ଲଗାଇଛନ୍ତି। ଏହି ଅବସରରେ ଆସନ୍ତୁ ଜାଣିବା ୩ ପ୍ରକାର ଏମରଜେନ୍ସି(ଜରୁରୀକାଳୀନ ପରିସ୍ଥିତି) ବିଷୟରେ।
ଭାରତୀୟ ସମ୍ବିଧାନରେ ୩ ପ୍ରକାର ଜରୁରୀକାଳୀନ ପରିସ୍ଥିତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ଲାଗୁ କରିବାର କାରଣ ଭିନ୍ନ ଭିନ୍ନ। ସେଗୁଡ଼ିକ ହେଲା ନ୍ୟାଶନାଲ ଏମରଜେନ୍ସି(ଜାତୀୟ ଜରୁରୀକାଳୀନ ପରିସ୍ଥିତି), ସମ୍ବିଧାନିକ ଜରୁରୀକାଳୀନ ପରିସ୍ଥିତି(ରାଜ୍ୟ ଜରୁରୀକାଳୀନ ପରିସ୍ଥିତି/ରାଷ୍ଟ୍ରପତି ଶାସନ) ଏବଂ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି।
କେବେ ଲାଗିଥାଏ ଜରୁରୀକାଳୀନ ପରିସ୍ଥିତି?
୧-ନ୍ୟାଶନାଲ ଏମରଜେନ୍ସି: ଦେଶର କୌଣସି ଅଞ୍ଚଳରେ ସୁରକ୍ଷା ବିପଦରେ ପଡ଼ିଲେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥାଏ। ଯେମିତିକି ଶତ୍ରୁ ସହ ଯୁଦ୍ଧ, କୌଣସି ପ୍ରକାର ଆକ୍ରମଣ, ଆନ୍ତରିକ ବିବାଦ ଅଥବା ବଡ଼ ଧରଣର ବିପତ୍ତି। ଏଭଳି ସ୍ଥିତିରେ ଏମରଜେନ୍ସିଂ ଲାଗୁ ହୋଇଥାଏ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୫୨ ଦେଶରେ ଏହି ଏମରଜେନି୍ସ ଲାଗୁ କରିବାର ଅଧିକାର ଦେଇଥାଏ। ରାଷ୍ଟ୍ରପତି ଏନେଇ ଘୋଷଣା କରିଥାନ୍ତି।
୨- ସାମ୍ବିଧାନିକ ଏମରଜେନ୍ସି:
ଯେତେବେଳେ ରାଜ୍ୟ ସରକାର ଭାରତୀୟ ସମ୍ବିଧାନର ପାଳନ କରନ୍ତି ନାହିଁ ଏବଂ ରାଜ୍ୟରେ ଅସମ୍ବିଧାନିକ ବିପଦ ଭଳି ସ୍ଥିତି ଉପୁଜିଥାଏ, ସେତେବେଳେ ଏହି ପ୍ରକାର ଏମରଜେନ୍ସିର ଆବଶ୍ୟକତା ପଡ଼ିଥାଏ। ଏଭଳି ସ୍ଥିତିରେ ରାଷ୍ଟ୍ରପତି ରାଜ୍ୟ ସରକାରଙ୍କୁ ନିଜ ନିୟନ୍ତ୍ରଣକୁ ନେଇଥାନ୍ତି। ଏହାକୁ ରାଷ୍ଟ୍ରପତି ଶାସନ ବୋଲି କୁହାଯାଏ।
ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୫୫ ଅନୁଯାୟୀ, ପ୍ରତ୍ୟେକ ରାଜ୍ୟ ସରକାର ଭାରତୀୟ ସମ୍ବିଧାନର ନିୟମାବଳୀ ଅନୁସାରେ ହେଉ ବୋଲି କେନ୍ଦ୍ର ସରକାର ସୁନିଶ୍ଚିତ କରନ୍ତୁ। ହେଲେ ଯଦି ରାଜ୍ୟ ନିଜ କର୍ତ୍ତବ୍ୟ ପୂରଣ କରିବାରେ ବିଫଳ ହୋଇଥାଏ ତେବେ ଅନୁଚ୍ଛେଦ ୩୫୬ ଅନୁଯାୟୀ କେନ୍ଦ୍ର ରାଜ୍ୟ ସରକାରଙ୍କୁ ନିଜ ନିୟନ୍ତ୍ରଣକୁ ନେଇଥାଏ। ରାଷ୍ଟ୍ରପତି ଶାସନ ଲାଗୁ ଘୋଷଣା ଜାରି ହେବା ଦିନରୁ ୨ ମାସ ମଧ୍ୟରେ ରାଜ୍ୟ ସଭା ଏବଂ ଲୋକ ସଭା ଦ୍ୱାରା ଅନୁମୋଦିତ କରିବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ରାଷ୍ଟ୍ରପତିଙ୍କ ତତ୍ତ୍ୱାବଧାନରେ ରାଜ୍ୟପାଳ ଶାସନ ବ୍ୟବସ୍ଥା ଚଳାଇଥାନ୍ତି।
୩-ଆର୍ଥିକ ଏମରଜେନ୍ସି:
ଏଭଳି ସ୍ଥିତି ଦେଶର ଆର୍ଥିକ ନଚେତ ଋଣ ପ୍ରଣାଳୀରେ ଅସ୍ଥିରତା ଦେଖାଦେଲେ ସୃଷ୍ଟି ହୋଇଥାଏ। ସରକାରଙ୍କ ନିକଟରେ ଦେଶ ଚଳାଇବା ଲାଗି ପର୍ଯ୍ୟାପ୍ତ ଟଙ୍କା ନ ଥାଏ। ଏଣୁ ଆର୍ଥିକ ଏମରଜେନ୍ସି ଘୋଷଣା କରାଯାଇପାରେ। ସମ୍ବିଧାନର ଅନୁଚ୍ଛେଦ ୩୬୦ରେ ଏନେଇ ଉଲ୍ଲେଖ ରହିଛି।