Categories: ଖେଳ

ଟିମ ଇଣ୍ଡିଆର ବିଜୟକୁ ନେଇ କ’ଣ ପ୍ରତିଜ୍ଞା କଲେ କିନ୍ନର

ନୂଆଦିଲ୍ଲୀ,୧୯।୧୧: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା କ୍ରିକେଟ ବିଶ୍ୱକପ -୨୦୨୩ ର ଅନ୍ତିମ ମ୍ୟାଚରେ ଟିମ ଇଣ୍ଡିଆର ବିଜୟ ପାଇଁ ସମସ୍ତେ ପ୍ରାର୍ଥନା, ପୂଜାର୍ଚ୍ଚନା ଏବଂ ଯଜ୍ଞ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ବା କିନ୍ନର ସମ୍ପ୍ରଦାୟ ମଧ୍ୟ ଭାରତର ବିଜୟକାମନା କରିଛନ୍ତି।

କିନ୍ନର ଆଖଡାର ମହାମଣ୍ଡଳେଶ୍ୱରଙ୍କ ନେତୃତ୍ୱରେ ୟୁପି ସରକାରଙ୍କ କିନ୍ନର କଲ୍ୟାଣ ବୋର୍ଡର ସଦସ୍ୟ ତଥା କିନ୍ନର ଆଖଡାର ରାଜ୍ୟ ସଭାପତି କୌଶଲ୍ୟା ନନ୍ଦ ଗିରିଙ୍କ ନେତୃତ୍ୱରେ ‘ଅଖଣ୍ଡ ଜ୍ୟୋତ’ ପ୍ରଜ୍ୱଳିତ ହୋଇଛି ଏବଂ ଟିମ ଇଣ୍ଡିଆର ବିଜୟ ପାଇଁ ସ୍ବତନ୍ତ୍ର ପୂଜା କରାଯାଉଛି। ଟିମ ଇଣ୍ଡିଆର ବିଜୟ ପାଇଁ ସ୍ବତନ୍ତ୍ର ପ୍ରାର୍ଥନା କରୁଥିବାବେଳେ କିନ୍ନରମାନେ ପ୍ରଭୁ ଭୋଳାନାଥଙ୍କୁ ପ୍ରାର୍ଥନା କରିଥିଲେ ଯେ ବିଶ୍ୱକପ -୨୦୨୩ ଭାରତ ନାମରେ ରହିବ।
କୌଶଲ୍ୟା ନନ୍ଦ ଗିରି ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ବିଶ୍ୱକପ – ୨୦୨୩ରେ ଭାରତର ବିଜୟ ପାଇଁ ଅଖଣ୍ଡ ଜ୍ୟୋତି ଜଳିବ। ସମସ୍ତ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ସେହି ସମୟ ପର୍ଯ୍ୟନ୍ତ ଏହି ପୂଜା କରିବା ଜାରି ରଖିବେ,ଯେପର୍ଯ୍ୟନ୍ତ ଭାରତ ଟ୍ରଫି ଜିତ ନ ସାରିଛି।

Share