ମୁମ୍ବାଇ: ବଲିଉଡ ନାୟକ ଅରବାଜ ଖାଁ ତାଙ୍କ ଗର୍ଲଫ୍ରେଣ୍ଡ ଶୌରା ଖାନଙ୍କୁ ବିବାହ କରଛନ୍ତି। ଏହା ହେଉଛି ଅଭିନେତାଙ୍କର ଦ୍ୱିତୀୟ ବିବାହ, ଏହା ପୂର୍ବରୁ ସେ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ କିନ୍ତୁ ଏହି ଦମ୍ପତିଙ୍କର ଛାଡପତ୍ର ହୋଇସାରିଛି। ତାଙ୍କ ପୁଅ ଅରହାନ ମଧ୍ୟ ଅରବାଜ ଖାନଙ୍କ ଦ୍ୱିତୀୟ ବିବାହରେ ଯୋଗ ଦେଇଥିଲେ। କିନ୍ତୁ ଆପଣ ଜାଣିଛନ୍ତି କି ଅଭିନେତାଙ୍କ ପୂର୍ବତନ ପତ୍ନୀ ମଲାଇକା ଆରୋରା ଏହି ଦ୍ୱିତୀୟ ବିବାହ ସମୟରେ କଣ କରୁଥିଲେ।
ଗୋଟିଏ ପଟେ ଅରବାଜ ଖାଁ ତାଙ୍କ ଗର୍ଲଫ୍ରେଣ୍ଡ ଶୌରାଙ୍କ ସହ ବିବାହ କରୁଥିବାବେଳେ ଅନ୍ୟ ପଟେ ତାଙ୍କ ପୂର୍ବତନ ପତ୍ନୀ ମଲାଇକା ଆରୋରା ଖ୍ରୀଷ୍ଟମାସରେ ଯୋଗଦେବାକୁ ବାହାରିଥିବା ନଜର ଆସିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅଭିନେତ୍ରୀ ମଧ୍ୟରାତ୍ରିରେ ତାଙ୍କ ପରିବାର ସହିତ ନଜର ଆସିଥିଲେ। ଏହି ସମୟରେ, ଛେୟା ଛେୟା ଗର୍ଲ ଏକ ଲୋ ପ୍ରୋଫାଇଲ ବଜାୟ ରଖିଥିଲେ ଏବଂ ବହୁତ କମ ଫଟୋ କ୍ଲିକ କରିଥିଲେ।
ଲୁକ ବିଷୟରେ କହିବାକୁ ଗଲେ, ମଲାଇକା ଆରୋରା ମଧ୍ୟରାତ୍ରି ଖ୍ରୀଷ୍ଟମାସ ପାଇଁ ଏକ ଫର୍ମାଲ ବ୍ଲେଜର ସହିତ ଧଳା ପୋଷାକ ପିନ୍ଧିଥିଲେ। ସେ ଲାଲ ରିବନ ସାହାଯ୍ୟରେ ଏକ ସୁନ୍ଦର ପନିଟେଲରେ କେଶ ବାନ୍ଧିଥିଲେ। ସେ ହିଲ ସହିତ ନିଜର ଲୁକ କମ୍ପଲିଟ କରଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ମଲାଇକା ତାଙ୍କ କାର ଆଡକୁ ଯିବା ପୂର୍ବରୁ ତାଙ୍କ ମାଙ୍କ ସହ କିଛି ଫଟୋ କ୍ଲିକ କରୁଥିବା ଦେଖିବାକୁ ମିଳିଥିଲା।
https://www.instagram.com/p/C1P7RslvpAJ/?utm_source=ig_embed&utm_campaign=embed_video_watch_again