Categories: ଖେଳ

‘ମହମ୍ମଦ ଶାମି କ’ଣ ଭୁଲ କଲେ’

ନୂଆଦିଲ୍ଲୀ,୩୦।୯: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି। ଟିମ୍‌ ଇଣ୍ଡିଆ ପେସ୍‌ ବୋଲର୍‌ ଜସପ୍ରିତ ବୁମ୍‌ରା ଆହତ ସମସ୍ୟା ଯୋଗୁ ବିଶ୍ୱକପ୍‌ରୁ ବାହାର ହୋଇଛନ୍ତି। ଏଥିସହ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜରୁ ମଧ୍ୟ ସେ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସିରିଜରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଛି। ବିସିସିଆଇର ଏହି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି। ମହମ୍ମଦ ଶାମି କ’ଣ ଭୁଲ କଲେ। ସ୍କ୍ବାର୍ଡରେ ଥିଲେ ହେଁ ତାଙ୍କୁ କାହିଁକି ସାମିଲ କରାଗଲା ନାହିଁ ବୋଲି ପ୍ରଶଂସକ ପ୍ରଶ୍ନ କରୁଛନ୍ତି।

କହିରଖୁଛୁ, ଶାମିଙ୍କୁ ପ୍ରଥମରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହୋଇଥିବା ସିରିଜ ଲାଗି ଦଳରେ ସାମିଲ କରାଯାଇଥିଲା। ହେଲେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଚିକିତ୍ସା ପରେ ଏବେ ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ସାରିଛନ୍ତି। ହେଲେ ମ୍ୟାଚ୍‌ ଲାଗି ଫିଟ୍‌ ହେବାକୁ ତାଙ୍କୁ କେତେ ସମୟ ଲାଗିବ ତାହା ନିଷ୍ପତ୍ତି ନିଆଯାଇନାହିଁ। କୁହାଯାଉଛି ଯେ ସିରାଜ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ଭଲ ପ୍ରଦର୍ଶନ କଲେ ତାଙ୍କୁ ବିଶ୍ୱକପ୍‌ରେ ମଧ୍ୟ ସୁଯୋଗ ମିଳିପାରେ। ଏମିତିରେ ଶାମିଙ୍କ ପ୍ରଶଂସକ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଦୁଇ ବର୍ଷ ହେଲାଣି ଯିଏ ହ୍ବାଇଟ୍‌ ବଲ୍‌ କ୍ରିକେଟ ଖେଳିନାହିଁ ତାଙ୍କୁ କିଭଳି ସୁଯୋଗ ମିଳିଲା ବୋଲି ସେମାନେ କହୁଛନ୍ତି।

Share