Categories: ଜାତୀୟ

ଭାଜପାରେ ଯୋଗ ଦେବା ନେଇ କ’ଣ କହିଲେ ସଚିନ

ଜୟପୁର/ନୂଆଦିଲ୍ଲୀ,୧୫।୭: ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ଏବଂ ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନ ପାଇଲଟଙ୍କୁ ହଟାଇ ଦିଆଯାଇଛି। ଏବେ ସେ ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଛି। ଏନେଇ ସେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ୧୦୦ଥର କହିସାରିଲେଣି ଭାଜପାରେ କଦାପି ଯୋଗ ଦେବି ନାହିଁ। ଗତ ୫ ବର୍ଷ ହେବ ମୁଁ ଭାଜପା ବିରୋଧରେ ଲଢିଛି। ରାଜସ୍ଥାନ କଂଗ୍ରେସର ଅଂଶ ହୋଇ ଭାଜପା ବିରୋଧା ଲମ୍ବା ଲଢେଇ ଲଢି ରାଜ୍ୟରେ କଂଗ୍ରେସକୁ ସରକାରକୁ ଆଣିଥିଲି। ଯଦି କୌଣସି ବ୍ୟକ୍ତି କିମ୍ବା ପାର୍ଟି ରାଜନୈତିକ ଫାଇଦା ହାସଲ ପାଇଁ ଚେଷ୍ଟା କରୁଛନ୍ତି ତା ମାନେ ନୁହେଁ ମୁଁ ସେହି ଦଳରେ ଯୋଗ ଦେବି। ଯେଉଁ ଲୋକ କହୁଛନ୍ତି ମୁଁ ଭାଜପାରେ ସାମିଲ ହେବାକୁ ଯାଉଛି, ପ୍ରକୃତରେ ସେମାନେ ମୋ ଛବିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି। ମୋତେ ଉସ୍‌କାଇବା ଏବଂ ପଦ ଯିବା ସତ୍ତ୍ୱେ ମୁଁ ଏପର୍ଯ୍ୟନ୍ତ ଦଳ ବିରୋଧ ପଦୁଟିଏ ବି କହିନି। ମୁଁ ଭବିଷ୍ୟତ ପାଇଁ ନିଜ ରଣନୀତି ପ୍ରସ୍ତୁତ କରିବି ବୋଲି ପାଇଲଟ୍‌ କହିଛନ୍ତି।

Share