ନିଜ ବାୟୋପିକ୍‌କୁ ନେଇ କ’ଣ କହିଲେ ସୋନୁ

ମୁମ୍ବାଇ: ରିଲ୍ ଲାଇଫର ଖଳନାୟକ ଆଜି ରିୟଲ ଲାଇଫର ହିରୋ । ଆଲୋଚନାକୁ ଆସୁଛନ୍ତି ବଲିଉଡ୍ କଳାକାର ସୋନୁ ସୁଦ । କରୋନାକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ପ୍ରବାସୀ ଶ୍ରମିକଙ୍କୁ ଖୁବ୍ ସାହାଯ୍ୟ କରିଥିଲେ ଏହି କଳାକାର । ଅନେକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ସହ କେତେକ ବେରୋଜଗାରଙ୍କୁ ରୋଜଗାର ମଧ୍ୟ ଯୋଗାଇ ଦେଇ ଚର୍ଚ୍ଚାକୁ ଆସିଛନ୍ତି ସୋନୁ । ଏବେ ସବୁଠି ସୋନୁଙ୍କ ପ୍ରଶଂସାର ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କୁ ନେଇ କେତେଜଣ ପ୍ରଯୋଜକ ଓ ନିର୍ଦ୍ଦେଶକ ତାଙ୍କର ବାୟୋପିକ୍ ନିର୍ମାଣ କରିବାକୁ ଚାହୁଁଛନ୍ତି । ହେଲେ ଏହାକୁ ନେଇ ସୋନୁ କହିଛନ୍ତି ଏବେ ସେ ସମୟ ଆସିନାହିଁ । ଏବେ ତାଙ୍କର ବାୟୋପିକ୍ ତିଆରି କଲେ ଏହା ଖୁବ୍‌ଶୀଘ୍ର ହୋଇଯିବ । ତା’ର ସମୟ ଆସିଲେ ସେ ସେଥିରେ ନିଜେ ଅଭିନୟ କରିବେ ବୋଲି ବି କହିଛନ୍ତି । ଅବଶ୍ୟ ମୁଁ ସେ ଅଧିକାର ହାସଲ କରିଛି ହେଲେ ଏବେ ସେ ସମୟ ଆସିନାହିଁ । ଆଉ ବାୟୋପିକର ସର୍ତ୍ତ ରହିବ ଯେ ସେ ନିଜେ ନିଜ ଚରିତ୍ରରେ ଅଭିନୟ କରିବେ ।

Share