ଭୁବନେଶର,୬।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା କେବେ ଓ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଆକଳନ ହୋଇନି ବୋଲି ଶୁକ୍ରବାର ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଉତ୍ତର ପଶ୍ଚିମକୁ ଗତିକରି ଅବପାତ ହେବ। ୮ ତାରିଖ ସୁଦ୍ଧା ଏହା ବାତ୍ୟାରେ ରୂପ ନେବାର ଆଶଙ୍କା ରହିଛି। କ୍ରମେ ଏହା ୧୦ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ। ତେବେ ବାତ୍ୟା କେଉଁ ଉପକୂଳ ଛୁଇଁବ ଓ କେବେ ଛୁଇଁବ ତାହା ଆକଳନ ହୋଇନାହିଁ। ଶନିବାର ଅବପାତରେ ପରିଣତ ହେଲାପରେ ଅଧିକ ସ୍ପଷ୍ଟତା ଆସିବ ବୋଲି ଆଇଏମ୍ଡି ଡିଜି କହିଛନ୍ତି।