Categories: ଫୁରସତ

ସ୍ବାମୀଙ୍କୁ ପ୍ରେମିକା ସହ ଧରିବା ପରେ ରାସ୍ତା ଉପରେ କ’ଣ କଲେ ସ୍ତ୍ରୀ

ମୁମ୍ବାଇ, ୧୩।୭: ମୁମ୍ବାଇର ପେଡର ରୋଡରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ପ୍ରେମିକା ସହ କାରରେ ଏକାଠି ବୁଲୁଥିବା ଅବସ୍ଥାରେ ଧରିଥିଲେ। ଏହାପରେ ମହିଳାଜଣଙ୍କ ରାଗିଯାଇ ରାସ୍ତା ମଝିରେ ହଙ୍ଗାମା ଆରମ୍ଭ କରିଥିଲେ। କାର ଆଗରେ ଠିଆ ହୋଇ ସ୍ବାମୀଙ୍କୁ ଭିତରୁ ବାହାରିବା ପାଇଁ ମହିଳା ଜଣଙ୍କ ବାଧ୍ୟ କରିଥିଲେ। ଶେଷରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ରାସ୍ତା ମଝିରେ ପିଟୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ମହିଳା ଜଣଙ୍କ ମଧ୍ୟ ତାଙ୍କ କାର୍‌କୁ ସ୍ବାମୀଙ୍କ କାର୍‌ ଆଗରେ ରଖିଦେଇ ଓହ୍ଲାଇଥିଲେ। ଯେତେବେଳେ ସ୍ବାମୀ ଜଣଙ୍କ ଦ୍ୱିତୀୟ କାର୍‌ରେ ତାଙ୍କ ପ୍ରେମିକାଙ୍କ ସହ ବସିଥିଲେ। ଏହାପରେ ମହିଳା ଜଣଙ୍କ ସେହି କାର୍‌ ଆଗରେ ଠିଆ ହୋଇ ଜୋର୍‌ରେ ଚିତ୍କାର କରିଥିଲେ। ସ୍ତ୍ରୀଙ୍କ ଉଗ୍ରରୂପ ଦେଖି ସ୍ବାମୀ ଭୟଭୀତ ହୋଇଯିବା ସହ କାର୍‌ ଡୋର୍‌ ଖୋଲି ନ ଥିଲେ। ଏଥିରେ ମହିଳାଜଣଙ୍କ ଆହୁରି ରାଗିଯାଇ କାର୍‌ ବନେଟ୍‌ ଉପରେ ଚଢ଼ି ଜୋତା ଖୋଲି କାଚକୁ ବାଡ଼େଇବାରେ ଲାଗିଥିଲେ। ଶେଷରେ ବାଧ୍ୟ ହୋଇ ମହିଳାଙ୍କ ସ୍ବାମୀ ଡୋର୍‌ ଖୋଲି ବାହାରକୁ ଆସିଥିଲେ। ଏହାପରେ ମହିଳାଜଣଙ୍କ ବିଚ୍‌ ରାସ୍ତା ଉପରେ ସ୍ବାମୀଙ୍କ କଲର୍‌ ଧରି ତାଙ୍କୁ ବାଡ଼େଇବାରେ ଲାଗିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ଏଥିରେ ହସ୍ତକ୍ଷେପ କରିବା ପରେ ଶେଷରେ ରାସ୍ତା ଜାମ୍‌ ହଟିଥିଲା। ସ୍ବାମୀଙ୍କ ପରକ୍ରିୟା ପ୍ରୀତି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share