Categories: ଜାତୀୟ

ସିନ୍ଧେ ମୁଖ୍ୟମନ୍ତ୍ରୀ ହେବା ପରେ ଉଦ୍ଧବ ଠାକ୍‌ରେଙ୍କ ପ୍ରଥମ ପ୍ରତିକ୍ରିୟା

ମୁମ୍ବାଇ,୧।୭: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ନୂତନ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ମହାରାଷ୍ଟ୍ରର ନୂତନ ଭାବେ ନିଯୁକ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା।
ମହାରାଷ୍ଟ୍ରରେ ଅନେକ ଦିନର ରାଜନୈତିକ ଡ୍ରାମା ପରେ ଉଦ୍ଧବ ଠାକରେ ବୁଧବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଗୁରୁବାର ଏକନାଥ ସିନ୍ଧେ ଏବଂ ଦେବେନ୍ଦ୍ର ଫଡନବିସ୍‌ ରାଜ୍ୟପାଳଙ୍କ ଅଗାରେ ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ଫଡନବିସ୍‌ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକନାଥ ସିନ୍ଦେଙ୍କ ନାମ ଘୋଷଣା କରିଥିଲେ। ଏକନାଥ ସିନ୍ଧେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ଦେବେନ୍ଦ୍ର ଫଡନବିସ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଶପଥ ଗ୍ରହଣ ସମାରୋହ ପରେ ମୁଖ୍ୟମନ୍ତ୍ରୀ ସିନ୍ଧେ ଏବଂ ଫଡନବିସ୍‌ ମଧ୍ୟ ନୂତନ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ କରିଥିଲେ।

Share