Categories: ଫୁରସତ

କ’ଣ କହେ ତ୍ରିରଙ୍ଗାର ରଙ୍ଗ

ତ୍ରିରଙ୍ଗାର ତିନୋଟି ରଙ୍ଗ ଆମକୁ ଅନେକ ସକରାତ୍ମକ ସଙ୍କେତ ଦେଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି। ଯେମିତିକି: ଏହାର ପ୍ରଥମ ରଙ୍ଗ ହେଉଛି ନାରଙ୍ଗୀ; ଯାହାକି ସାମାଜିକତାର ପ୍ରତୀକ। ତା’ସହିତ ମାନସିକ ସ୍ତରରେ ବ୍ୟକ୍ତିଙ୍କୁ ଦୃଢ କରିବାରେ ବି ଏହି ରଙ୍ଗ ପ୍ରେରଣା ଦେଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଦ୍ୱିତୀୟ ରଙ୍ଗ ହେଉଛି ଧଳା; ଯାହାକି ହେଉଛି ଶାନ୍ତି ଓ ଶୁଦ୍ଧତାର ପ୍ରତୀକ। ବ୍ୟକ୍ତିଙ୍କର ଖୋଲା ବିଚାର ଓ ସ୍ବତନ୍ତ୍ରତା ଉପରେ ଏହି ରଙ୍ଗ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ ରହିଛି। ଶେଷରେ ହେଉଛି ସବୁଜ ରଙ୍ଗ; ଯାହାକି ମନରୁ ଅବସାଦ ଦୂର କରି ଭାଇଚାରା ବଢାଇବାରେ ବ୍ୟକ୍ତଙ୍କୁ ସାହାଯ୍ୟ କରିଥାଏ ବୋଲି ଲୋକବିଶ୍ୱାସ ରହିଛି।

Share