ଫଳ ଉପରର ଷ୍ଟିକର କ’ଣ କହେ

ପାରମ୍ପରିକ ପଦ୍ଧତିର ବ୍ୟବହାର ହୋଇଛି। ହେଲେ ଏହା ଅର୍ଗାନିକ ନୁହେଁ। ଏହି ଫଳ ସ୍ବାସ୍ଥ୍ୟପ୍ରତି ବିଶେଷ ହାନିକାରକ ହୋଇ ନ ଥାଏ। ଏହା ଟିକେ ଶସ୍ତାରେ ବି ଉପଲବ୍ଧ ହୁଏ। ନମ୍ବର ୮ରୁ ଆରମ୍ଭ ହେଉଥିବା ପାଞ୍ଚ ଅଙ୍କର କୋଡ୍‌ କୌଣସି ଫଳ ଅବା ପନିପରିବା ଉପରେ ଥିଲେ ତାହା ଜିଏମ୍‌ଓ(ଜେନେଟିକାଲି ମୋଡିଫାଏଡ ଅର୍ଗାନିଜମ୍‌) ଦ୍ୱାରା ଚାଷ ହୋଇଛି। ହେଲେ ଫଳ କିଣିବାବେଳେ ଯଦି ଦେଖିବେ କି ପାଞ୍ଚ ଅଙ୍କର କୋଡ୍‌ ୯ ରୁ ଆରମ୍ଭ ହେଉଛି, ତେବେ ସେହି ଫଳକୁ ବିନା କୀଟନାଶକ ବ୍ୟବହାରରେ ଅର୍ଗାନିକ ଉପାୟରେ ଚାଷ କରାଯାଇଛି। ତା’ସହ ଏହାକୁ ଚାଷ କଲାବେଳେ ପୁରାତନ ପଦ୍ଧତିର ବ୍ୟବହାର ବି ହୋଇଛି। ତେଣୁ ଏହି ଫଳ ସ୍ବାସ୍ଥ୍ୟ ପାଇଁ ହିତକର।

ଫଳ ଶରୀର ପାଇଁ ବହୁ ଉପକାରୀ। ତେଣୁ ସମସ୍ତେ ନିଜ ଖାଦ୍ୟ ସାରଣୀରେ ଫଳକୁ ଯେମିତି ବି ହେଉ ସାମିଲ କରିବାକୁ ଚେଷ୍ଟା କରିଥାନ୍ତି। ହେଲେ ଫଳ କିଣିବାବେଳେ ଯଦି ଭଲ ଫଳ ବାଛି ନ ଆଣିବା ତେବେ ସ୍ବାସ୍ଥ୍ୟ ଖରାପ ହେବାର ବି ଆଶଙ୍କା ଥାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଭଲ ଫଳ କିଣିବାରେ ଆମକୁ ଫଳ ଉପରର ଷ୍ଟିକର ସାହାଯ୍ୟ କରିପାରିବ। ହେଲେ ଅନେକେ ଏ ସମ୍ପର୍କରେ ନ ଜାଣିଥିବା ହେତୁ ଏହାକୁ ଅଣଦେଖା କରିଦଅନ୍ତି। ଜାଣି ରଖନ୍ତୁ ଏଇ ଷ୍ଟିକର୍‌ରେ ଥାଏ ଏକ କୋଡ୍‌, ଯାହାକି ଫଳ ସମ୍ପର୍କରେ ଦେଇଥାଏ ତଥ୍ୟ, ଯେମିତିକି ଏହାର ଗୁଣବତ୍ତା। ଷ୍ଟିକର ମାଧ୍ୟମରେ ଜାଣିହେବ କେଉଁ ଫଳକୁ ରାସାୟନିକ ସାର ବ୍ୟବହାର କରି ଉତ୍ପାଦନ କରାଯାଇଛି ଓ କାହାକୁ ପ୍ରାକୃତିକ ତଥା ଅର୍ଗାନିକ ଉପାୟରେ ଚାଷ କରାଯାଇଛି। ତେଣୁ କୋଡ୍‌ ଦ୍ୱାରା ଭଲ ଫଳ ବାଛିବା ସହଜ ହୋଇଯାଏ। ଫଳ ଉପରର ଷ୍ଟିକର୍‌ରେ ଥିବା ଏହି କୋଡ୍‌କୁ ପିଏଲ୍‌ୟୁ (ପ୍ରାଇସ୍‌ ଲୁକ୍‌ ଅପ୍‌ ) କୋଡ୍‌ କୁହାଯାଏ। ଫଳ ଉପରେ ଲାଗିଥିବା ଚାରି ଅଙ୍କର ପିଏଲୟୁ କୋଡ୍‌, ଯାହାକି ୩ ବା ୪ରୁ ଆରମ୍ଭ ହୁଏ ତା’ର ଅର୍ଥ ହେଉଛି ଏହି ଫଳଚାଷରେ ପାରମ୍ପରିକ ପଦ୍ଧତିର ବ୍ୟବହାର ହୋଇଛି। ହେଲେ ଏହା ଅର୍ଗାନିକ ନୁହେଁ। ଏହି ଫଳ ସ୍ବାସ୍ଥ୍ୟପ୍ରତି ବିଶେଷ ହାନିକାରକ ହୋଇ ନ ଥାଏ। ଏହା ଟିକେ ଶସ୍ତାରେ ବି ଉପଲବ୍ଧ ହୁଏ। ନମ୍ବର ୮ରୁ ଆରମ୍ଭ ହେଉଥିବା ପାଞ୍ଚ ଅଙ୍କର କୋଡ୍‌ କୌଣସି ଫଳ ଅବା ପନିପରିବା ଉପରେ ଥିଲେ ତାହା ଜିଏମ୍‌ଓ(ଜେନେଟିକାଲି ମୋଡିଫାଏଡ ଅର୍ଗାନିଜମ୍‌) ଦ୍ୱାରା ଚାଷ ହୋଇଛି। ହେଲେ ଫଳ କିଣିବାବେଳେ ଯଦି ଦେଖିବେ କି ପାଞ୍ଚ ଅଙ୍କର କୋଡ୍‌ ୯ ରୁ ଆରମ୍ଭ ହେଉଛି, ତେବେ ସେହି ଫଳକୁ ବିନା କୀଟନାଶକ ବ୍ୟବହାରରେ ଅର୍ଗାନିକ ଉପାୟରେ ଚାଷ କରାଯାଇଛି। ତା’ସହ ଏହାକୁ ଚାଷ କଲାବେଳେ ପୁରାତନ ପଦ୍ଧତିର ବ୍ୟବହାର ବି ହୋଇଛି। ତେଣୁ ଏହି ଫଳ ସ୍ବାସ୍ଥ୍ୟ ପାଇଁ ହିତକର।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri