ଗୃହ ଶାନ୍ତି ପାଇଁ କ’ଣ କହେ ବାସ୍ତୁଶାସ୍ତ୍ର…

* ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କରି ଆମ୍ବ ଡାଳ ବାନ୍ଧିଲେ ଘରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ ହେବା ସହ ପ୍ରଭୂକୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

* ଘରେ କଳହ ଲାଗୁଥିଲେ, କାଚ ଗିନାରେ କିଛି ଲୁଣ ନେଇ ଗାଧୁଆ ଘରେ ରଖିଦେଲେ ବାସ୍ତୁଦୋଷ ସମାଧାନ ହୁଏ ବୋଲି ବିଶ୍ୱାସ ରହିଛି।

* ଘରର ଦକ୍ଷିଣ-ପୂର୍ବ କୋଣରେ ସବୁଜିମାଭରା ଚିତ୍ର ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ଉତ୍ପନ୍ନ ହୋଇ ଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ଅଛି।

* ଘରେ ରାହୁ ଦୋଷ ଥିଲେ ମୟୂର ପୁଚ୍ଛକୁ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଥିବା କବାଟରେ ଲଗାଇଦେଲେ ଶୁଭ ହୋଇଥାଏ ।

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଠାକୁର ଘର କାନ୍ଥରେ ସିନ୍ଦୁରରେ ଓଁ ଏବଂ ସ୍ବସ୍ତିକ ଚିହ୍ନ କରିବା ମଧ୍ୟ ଶୁଭଫଳ ପ୍ରଦାନ କରିଥାଏ।

* ସପ୍ତାହକୁ ଥରେ ହେଉନା କାହିଁକି ଘରେ ଝୁଣା ଧୂଆଁ ଦେବା ଦ୍ୱାରା ଘରୁ ନକାରାତ୍ମକ ଉର୍ଜ୍ଜା ଦୂର ହୋଇ ଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି।

*ଘରେ ଭଙ୍ଗାରୁଜା ଜିନିଷ କିମ୍ବା ଅଳିଆ ଆବର୍ଜନାକୁ ଗଦେଇ ରଖିବା ଠିକ୍‌ ନୁହେଁ। ଏହାର କୁପ୍ରଭାବ ମଧ୍ୟ ଘରର ସୁଖଶାନ୍ତି ଉପରେ ପଡିଥାଏ।