ବାର୍‌ହା ମାଂସ ଭାଗବଣ୍ଟା ବେଳେ ଘଟିଲା ଏମିତି

ରେଢ଼ାଖୋଲ,୨ା୯(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ଅଧୀନ ଗରଗଡ଼ବାହାଳ ପଞ୍ଚାୟତ ଲମଟିଦାଦର ଜଙ୍ଗଲରେ ବୁଧବାର ରାତିରେ ବାର୍‌ହା ଶିକାର ପରେ ଚାଲିଥିଲା ମାଂସ ଭାଗବଣ୍ଟା। ଖବର ପାଇ ବଡ଼ମାଳ ବନ କର୍ମଚାରୀ ଚଢାଉ କରି ୨ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ସେମାନେ ହେଲେ ଲମଟିଦାଦର ଗ୍ରାମର ଅନି ମିର୍ଦ୍ଧା(୬୦) ଓ ପିତାମ୍ବର ସାହୁ (୫୫)। ସେମାନଙ୍କଠାରୁ ୮ କେଜି ବାର୍‌ହା ମାଂସ, ଗୋଡ, ଲାଞ୍ଜ ଆଦି ଜବତ କରଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ୧୪ ଜଣ ଫେରାର ହୋଇଯାଇଥିବା ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ସେଠୀ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଲମଟିଦାଦର ଗ୍ରାମର ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଲୋକ ନିକଟସ୍ଥ ଜଙ୍ଗଲରୁ ବାର୍‌ହା ଶିକାର କରି ମାଂସ ଭାଗବଣ୍ଟା କରୁଥିବା ବନ ବିଭାଗକୁ ଖବର ମିଳିଥିଲା। ଚଢାଉରେ ରେଞ୍ଜ ଅଧିକାରୀ ସେଠୀଙ୍କ ସହ ଫରେଷ୍ଟର ଶ୍ରୀବତ୍ସ କିଷାନ ଓ ଅନ୍ୟ କର୍ମଚାରୀ ପ୍ରମୁଖ ସାମିଲ ଥିଲେ।

Share