ଯୁବକଙ୍କ ସହ ମଝି ଆକାଶରେ ଘଟିଲା ଏମିତି, ଜାଣିଲେ…

କାନ୍‌ବେରା,୧୫।୩: ଅଷ୍ଟ୍ରେଲିଆରେ ରବିବାର ଭର୍ଚୁଆଲ ନ୍ୟାଶନାଲ ସ୍କାଏଡ୍ରାଇଭିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ଜଣେ ଯୁବକ ଭାଗ ନେଇଥିଲେ। ତେବେ ଏହି ପ୍ରତିଯୋଗିତାରେ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। କାରଣ ସେ ଠିକ୍‌ ଭାବରେ ତାଙ୍କର ପାରାଚ୍ୟୁଟ୍‌ ଖୋଲିପାରି ନ ଥିଲେ।
ଏକ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆର ଜୁରିୟନ ଓ୍ବେରେ ଜଣେ ଯୁବକ ସ୍କାଏଡ୍ରାଇଭିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସୋଲୋ ଓ୍ବିଙ୍ଗ୍‌ଶୁଟ୍‌ ପରଫର୍ମ କରିବା ସମୟରେ ଯେତେବେଳେ ପବନରେ କୁଦା ମାରିଲେ ସେତେବେଳେ ସେ ତାଙ୍କର ପାରାଚ୍ୟୁଟ୍‌ ଖୋଲିପାରିଲେ ନାହିଁ। ଘଟଣା ପରେ ଜରୁରିକାଳୀନ ଟିମ୍‌ ଯୁବକଙ୍କ ନିକଟରେ ପହଞ୍ଚି ତାଙ୍କୁ ହସ୍ପିଟାଲ ନେଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ନାମ ପ୍ରକାଶ କରାଯାଇନାହିଁ।

Share