Categories: ଜାତୀୟ

ଏମିତି କ’ଣ ହେଲା ଯେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ଅଧାରେ ଛାଡ଼ି ଓ୍ବାୟନାଡ଼ ଗଲେ ରାହୁଲ, ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ହଠାତ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ମଝିରେ ଛାଡ଼ି ଓ୍ବାୟନାଡ ଅଭିମୁଖେ ବାହାରିଛନ୍ତି। ରବିବାର ସେ ପ୍ରୟାଗରାଜ ପହଞ୍ଚିବେ, ଯେଉଁଠାରୁ ପୁଣିଥରେ ଯାତ୍ରା ଆରମ୍ଭ ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ, ରାହୁଲଙ୍କ ସଂସଦୀୟ କ୍ଷେତ୍ର ଓ୍ବାୟନାଡରେ ଏକ ଘଟଣା ଘଟିଛି। ଶୁକ୍ରବାର ସକାଳେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଏହାପରେ କୋଝିକୋଡ଼ ମେଡିକାଲ କଲେଜରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଜଣଙ୍କ ବନବିଭାଗର ଇକୋ-ଟୁରିଜିମ୍‌ର ଗାଇଡ୍‌ ଥିଲେ, ଯିଏକି କୁରଓ୍ବା ଦ୍ୱୀପରେ ମୁତୟନ ହୋଇଥିଲେ। ଏନେଇ ସୂଚନା ମିଳିବା ପରେ ରାହୁଲ ଓ୍ବାୟନାଡ଼ ଗସ୍ତ କରିଛନ୍ତି।

ତେବେ କଂଗ୍ରେସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। କଂଗ୍ରେସ ମହାସଚିବ ଜୟରାମ ରମେଶ ଏକ୍ସରେ ଲେଖିଛନ୍ତି, ଓ୍ବାୟନାଡ଼ରେ ରାହୁଲଙ୍କ ଉପସ୍ଥିତିର ଆବଶ୍ୟକତା ରହିଛି। ଆଜି ଅପରାହ୍ନ ୫ଟାରେ ସେ ବାରଣାସୀରୁ ଫେରିଯିବେ। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କାଲି ଫେବୃୟାରୀ ୧୮ ଅପରାହ୍ନ ୩ଟାରୁ ପୁଣିଥରେ ଆରମ୍ଭ ହେବ।

Share