Categories: ଫୁରସତ

ମୃତ୍ୟୁ ପରେ ଆଇନଷ୍ଟାଇନଙ୍କ ମସ୍ତିଷ୍କର କ’ଣ ହୋଇଥିଲା? ଜାଣିଲେ ଚକିତ ହେବେ…

୧୯୫୫ ଏପ୍ରିଲ ୧୮ରେ ଜର୍ମାନୀର ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ମୃତଦେହରୁ ତାଙ୍କ ମସ୍ତିଷ୍କ ଚୋରାଇ ନିଆଯାଇଥିଲା। ଜାଣନ୍ତି ପୁରା ଘଟଣା।

ଆଇନଷ୍ଟାଇନ୍‌ଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ପୋଷ୍ଟମର୍ଟମ କରୁଥିବା ଡାକ୍ତର ଡା. ଥୋମାସ ହାର୍ଭେ ପରିବାରଙ୍କ ମଞ୍ଜୁରି ବିନା ତାଙ୍କ ମସ୍ତିଷ୍କ ବାହାର କରି ଘରକୁ ନେଇଯାଇଥିଲେ। ସେ ଦୁନିଆର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମସ୍ତିଷ୍କ କିଭଳି ସେ ଅଧ୍ୟୟନ କରିବାକୁ ଚାହୁଁଥିବା କହିଥିଲେ। ଏହାକୁ ସେ ଏକ ଜାର୍‌ରେ ରଖିଥିଲେ। ଏପରିକି ଡର୍ଜନେରୁ ଅଧିକ ଫଟୋ ଉଠାଇଥିଲେ।

ଡା. ହାର୍ଭେ ଫଟୋ ଉଠାଇବା ପରେ ଆଇନଷ୍ଟାଇନ୍‌ଙ୍କ ମସ୍ତିଷ୍କକୁ ୨୪୦ ଖଣ୍ଡରେ କାଟିଥିଲେ। ଏହାକୁ ସେ ଅନ୍ୟ ବିଶେଷଜ୍ଞଙ୍କୁ ପଠାଇଥିଲେ। କେବଳ ଏତିକି ନୁହେଁ ଆଇନଷ୍ଟାଇନଙ୍କ ନାତୁଣୀଙ୍କୁ ମଧ୍ୟ ମସ୍ତିଷ୍କର ଏକ ଖଣ୍ଡ ଉପହାରରେ ଦେବାକୁ ଚେଷ୍ଟା କରିଥିଲେ। ହେଲେ ସେ ଏହାକୁ ନେବାକୁ ମନା କରିଦେଇଥିଲେ।

୧୯୮୫ରେ ଆଇନଷ୍ଟାଇନ୍‌ଙ୍କ ମସ୍ତିଷ୍କକୁ ନେଇ ଏକ ଲେଖା ପ୍ରକାଶ କରି ତାହା ସାଧାରଣ ମସ୍ତିଷ୍କଠାରୁ ଭିନ୍ନ ବୋଲି କହିଥିଲେ। ଏବେ ଏହି ମସ୍ତିଷ୍କକୁ ଫିଲୋଡେଲ୍ଫିଆର ମ୍ୟୁଟର ମ୍ୟୁଜିୟମରେ ଦେଖିହେବ।

Share