ନୋଟାରେ ଅଧିକ ଭୋଟ୍‌ ପଡିଲେ କ’ଣ ହୁଏ? ବିଜୟୀ ଘୋଷଣା ହୁଅନ୍ତି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୦।୪:ଏପ୍ରିଲ ୧୮ରୁ ଦେଶରେ ଆରମ୍ଭ ହେଉଛି ନିର୍ବାଚନ। ଏହାସହ ସବୁ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରାୟ ଅଧାରୁ ଅଧିକ ନିଜ ନିଜେର ପ୍ରାର୍ଥୀ ଘୋଷଣା କରି ସାରିଲେଣି ସବୁ ଦଳ। ଏତିକିବେଳେ ଜନତା ଜନାର୍ଦ୍ଦନ ମଧ୍ୟ କାହାକୁ ଭୋଟ୍‌ ଦେବେ ମନ ବଳାଇ ସାରିଲେଣି। କିନ୍ତୁ ଯଦି ଏକ ନିର୍ବାଚନ ମଣ୍ଡଳୀର ଲୋକଙ୍କ ମନ ପସନ୍ଦର ପ୍ରାର୍ଥୀ ନାହାନ୍ତି ତେବେ ସେମାନେ କାହାକୁ ଭୋଟ୍‌ ଦେବେ? ଏଥିପାଇଁ ମଧ୍ୟ ିଭିଏମରେ ବିକଳ୍ପ ଭାବେ ନୋଟା ରହିଛି। ତେବେ ଯଦି ଏକ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ତୁଳନାରେ ନୋଟାରେ ଅଧିକ ଭୋଟ ପଡେ ତେବେ କ’ଣ ହେବ? ଆସନ୍ତୁ ଜାଣିବା ନୋଟା କ’ଣ, ନୋଟାରେ ଅଧିକ ଭୋଟ ମିଳିଲେ କ’ଣ ହୁଐ?

NOTA ଅର୍ଥ ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ । ଦୀର୍ଘ ସମୟ ଧରି ଇଭିଏମ ମେସିନର ବ୍ୟବହାର ହୋଇ ଆସୁଛି କିନ୍ତୁ ଗତ ଦଶନ୍ଧିରୁ ନୋଟା ବଟନ ଏଥିରେ ଅନ୍ତର୍ଭୂକ୍ତ କରାଯାଇଛି । ୨୦୧୩ରେ ପ୍ରଥମ ଥର ପାଇଁ ୫ ଟି ରାଜ୍ୟର ବିଧାନସଭା ନିର୍ବାଚନରେ ନୋଟା ପ୍ରଚଳନ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ, ୨୦୧୩ ଠାରୁ, ଭୋଟରଙ୍କୁ ସବୁ ନିର୍ବାଚନରେ NOTA ବିକଳ୍ପ ଦିଆଯିବା ଆରମ୍ଭ ହୋଇଥିଲା। ଇଭିଏମ ମେଶିନର ଶେଷ ଭାଗରେ ଏହି ବଟନ୍‌ ରହିଛି।

ଗଣତନ୍ତ୍ରରେ ନାଗରିକମାନେ ବହୁ ସଂଖ୍ୟାରେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବା ଆବଶ୍ୟକ। କାରଣ ଏହା ଏକ ସକ୍ରିୟ ଗଣତନ୍ତ୍ରର ପ୍ରତୀକ। କିନ୍ତୁ ଯଦି ଭୋଟରମାନେ କୌଣସି ପ୍ରାର୍ଥୀଙ୍କୁ ଯୋଗ୍ୟ ନ ପାଆନ୍ତି ତେବେ କଣ ହେବ? ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଏକ ବ୍ୟବସ୍ଥା କରିଛନ୍ତି। ଯାହା ଦ୍ୱାରା ଜଣାପଡିବ ଯେ, କେତେ ପ୍ରତିଶତ ଲୋକ ନିଜ ମନ ମୁତାବକ ପ୍ରାର୍ଥୀ ପାଇପାରୁ ନାହାନ୍ତି।

NOTA ଦ୍ୱାରା ନିର୍ବାଚନରେ ସାଧାରଣ ଜନତାଙ୍କ ରାଜନୈତିକ ଅଂଶଗ୍ରହଣ ବଢିଥାଏ। ଏହି ବିକଳ୍ପ ସହିତ ଭୋଟର ନିଜର ନାପସନ୍ଦ ପ୍ରକାଶ କରିପାରନ୍ତି । ଏହି ପ୍ରକ୍ରିୟା ଦଳମାନଙ୍କୁ ଏକ ବାର୍ତ୍ତା ପଠାଏ ଯେ, ଲୋକମାନେ ସେମାନଙ୍କ ଦ୍ୱାରା ଦିଆଯାଇଥିବା ପ୍ରାର୍ଥୀଙ୍କୁ ଗ୍ରହଣ କରନ୍ତି ନାହିଁ। NOTA ଆସିବା ପୂର୍ବରୁ, ଯଦି ଜଣେ ଭୋଟର କୌଣସି ପ୍ରାର୍ଥୀଙ୍କୁ ପସନ୍ଦ ନ କରି ଭୋଟ ଦିଅନ୍ତି ନାହିଁ ତେବେ ସେମାନଙ୍କ ଗୋଟିଏ ଭୋଟ୍‌ ନଷ୍ଟ ହୋଇଯାଉଥିଲା।

ଏବେ ସମୟ ବଦଳିବା ସହ NOTA ର ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି। ପ୍ରାରମ୍ଭରେ NOTA ଏକ ଅବୈଧ ଭୋଟ ଭାବରେ ବିବେଚନା କରାଯାଉଥିଲା । ଅର୍ଥାତ୍‌ ଯଦି ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ NOTA ରେ ଅଧିକ ଭୋଟ ମିଳୁଥିଲା ତେବେ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଉଥିଲା। କିନ୍ତୁ ୨୦୧୮ରେ ଏହି ନିୟମକୁ ପରିବର୍ତ୍ତନ କରାଯାଇଥିଲା। ୨୦୧୮ ଡିସେମ୍ବରରେ ହରିୟାଣାର ପାଞ୍ଚଟି ଜିଲାରେ ଅନୁଷ୍ଠିତ ମ୍ୟୁନିସିପାଲିଟି ନିର୍ବାଚନରେ ନୋଟା ସର୍ବାଧିକ ଭୋଟ ପାଇଥିଲା। ଏଭଳି ପରିସ୍ଥିତିରେ ସମସ୍ତ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଏହା ପରେ ନିର୍ବାଚନ ଆୟୋଗ ପର୍ନବାର ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲେ।

ମହାରାଷ୍ଟ୍ରର ନିର୍ବାଚନ ଆୟୋଗ ୨୦୧୮ରେ, ନୋଟାକୁ ‘କାଳ୍ପନିକ ନିର୍ବାଚନ ପ୍ରାର୍ଥୀ’ ଭାବେ ଘୋଷଣା କରିଛନ୍ତି। ଏହି ନିୟମ ଅନୁଯାୟୀ, ଯଦି ଜଣେ ପ୍ରାର୍ଥୀ ‘କାଳ୍ପନିକ ନିର୍ବାଚନ ପ୍ରାର୍ଥୀ ’ ବା NOTA ସହ ସମାନ ସଂଖ୍ୟକ ଭୋଟ ପାଆନ୍ତି, ତେବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରକୃତ ପ୍ରାର୍ଥୀ ବିଜୟୀ ହେବେ। ଯଦି NOTA ଅନ୍ୟମାନଙ୍କ ତୁଳନାରେ ଅଧିକ ଭୋଟ ପାଏ ତେବେ ପୁନଃ-ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ଯଦି ନିର୍ବାଚନ ଅନୁଷ୍ଠିତ ହେବା ପରେ ମଧ୍ୟ କୌଣସି ପ୍ରାର୍ଥୀ NOTA ଠାରୁ ଅଧିକ ଭୋଟ ପାଇବାରେ ସକ୍ଷମ ହୁଅନ୍ତି ନାହିଁ ତେବେ ତୃତୀୟ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଏପରି ପରିସ୍ଥିତିରେ, NOTA ପରେ ସର୍ବାଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ବିଜେତା ଘୋଷିତ କରାଯାଏ। ଏହି ନିୟମ କେବଳ ମହାରାଷ୍ଟ୍ର ରାଜ୍ୟ ନିର୍ବାଚନରେ ସୀମିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ, ଫସିଗଲେ ଡଜନେରୁ ଅଧିକ ଲୋକ

ଜମ୍ମୁ,୧୩।୩: ଗୁରୁବାର ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ପହଲଗାମ ଅଞ୍ଚଳରେ ମୁଖ୍ୟ ଟ୍ୟାକ୍ସି ଷ୍ଟାଣ୍ଡର ୧୫ ଫୁଟ ଉଚ୍ଚ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଅତି କମରେ...

ସୁନୀତା ୱିଲିୟମ୍ସଙ୍କୁ କେତେ ଦରମା ଦିଏ ନାସା, ଆଉ କେଉଁ କେଉଁ ସୁବିଧା ସବୁ ମିଳେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ବୁଚ ୱିଲମୋର ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ଫସି ରହିଛନ୍ତି।...

ମୋଦି ମରିସସ୍‌କୁ କାହିଁକି ନେଲେ ମହାକୁମ୍ଭ ଜଳ, ଜାଣନ୍ତୁ କାହା ଇଚ୍ଛା କଲେ ପୂରଣ…

ନୂଆଦିଲ୍ଲୀ,୧୩ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ମରିସସ୍‌ ଗସ୍ତର ଦ୍ୱିତୀୟ ଦିନରେ ପବିତ୍ର ଗଙ୍ଗା ପୁଷ୍କରିଣୀ ପରିଦର୍ଶନ କରିଥିଲେ ଏବଂ ମହାକୁମ୍ଭ ସମୟରେ...

ହୋଲିରେ ଜ୍ୱାଇଁଙ୍କୁ ଗଧ ପିଠିରେ ବସାଇ ବୁଲାନ୍ତି ଏହି ଗାଁର ଲୋକେ, କାରଣ ଜାଣିଲେ…

ଭାରତରେ ରଙ୍ଗର ପର୍ବ ହୋଲିକୁ ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଏହି ପର୍ବ ପଡ଼ୁଛି। ଏହାକୁ ଦିନ କେଇଟା ଥିବା...

ବଜେଟରୁ ରୁପି ସିମ୍ବଲ ₹ ହଟାଇଦେଲେ ତାମିଲନାଡୁ ସରକାର; ତୀବ୍ର ହେଲା ଭାଷା ବିବାଦ

ନୂଆଦିଲ୍ଲୀ,୧୩।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, କେନ୍ଦ୍ର ସରକାରଙ୍କ ସହିତ ଭାଷା ବିବାଦକୁ ବୃଦ୍ଧି କରି, ୨୦୨୫-୨୬ ରାଜ୍ୟ ବଜେଟରେ ‘ରୁବାଇ’ (ତାମିଲରେ ଟଙ୍କା) ରୁ...

କାହିଁକି ପାଳନ କରାଯାଏ ହୋଲି: ପଛରେ ଅଛି ଏମିତି କାରଣ

ହୋଲି ପର୍ବ ସାରା ଦେଶରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ହୋଲି ଏକ ଦୁଇ ଦିନିଆ ପର୍ବ। ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଏହା...

ବଜେଟରୁ ‘₹’ ର ପ୍ରତୀକ ହଟାଇଦେଲେ ଷ୍ଟାଲିନ ସରକାର, ଭାଷା ବିବାଦ ମଧ୍ୟରେ ବଡ଼ ପଦକ୍ଷେପ

ଚେନ୍ନାଇ,୧୩।୩: ତାମିଲନାଡ଼ୁରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ଷ୍ଟାଲିନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜେଟ ସମୟରେ ସରକାର ଟଙ୍କାର ପ୍ରତୀକକୁ ହଟାଇ ଦେଇ ‘ரூ’...

‘ଯେଉଁମାନଙ୍କୁ ରଙ୍ଗ ଭଲ ଲାଗେନି, ସେମାନେ ଘର ନୁହେଁ ଦେଶ ଛାଡ଼ି ଚାଲି ଯାଆନ୍ତୁ’

ଲକ୍ଷ୍ନୌ,୧୩।୩: ଉତ୍ତରପ୍ରଦେଶରେ ହୋଲି ଏବଂ ଜୁମାର ନମାଜ୍‌କୁ ନେଇ ଆଲର୍ଟରେ ପ୍ରଶାସନ। ଉଭୟ ଗୋଟିଏ ଦିନରେ ପଡ଼ୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image