ଭାରତ ଯାହା କରେ, ତାହା ରେକର୍ଡ ହୋଇଯାଏ: ପୋଲାଣ୍ଡରେ କାହିଁକି ଏମିତି କହିଲେ ମୋଦି

ଓ୍ବାର୍ସ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ପୋଲାଣ୍ଡ ଗସ୍ତରେ ଅଛନ୍ତି। ସେ ୨୧ ଏବଂ ୨୨ ଅଗଷ୍ଟରେ ପୋଲାଣ୍ଡରେ ରହିବେ ଏବଂ ଏହା ପରେ ୨୩ ଅଗଷ୍ଟରେ ୟୁକ୍ରେନ ଯିବେ। ମୋଦି ପୋଲାଣ୍ଡର ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଭାରତ ଯାହା ବି କରେ ତାହା ରେକର୍ଡ ହୋଇଯାଏ ଏବଂ ଇତିହାସରେ ପରିଣତ ହୁଏ। ଏହା ସହିତ ସେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା କରିବା ବିଷୟରେ ମଧ୍ୟ କହିଥିଲେ। ଏହି ସମୟରେ ଲୋକମାନେ ତାଙ୍କ ଭାଷଣକୁ ଭଲ ଭାବରେ ଶୁଣୁଥିବାର ଦେଖାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖି ଲୋକମାନେ ପ୍ରଥମେ ‘ଭାରତ ମାତା କି ଜୟ’ର ସ୍ଲୋଗାନ ଦେଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପୋଲାଣ୍ଡରେ ୨୫ ହଜାରରୁ ଅଧିକ ଭାରତୀୟ ବାସ କରନ୍ତି। ଭାରତ ଯାହା ବି କରେ।ତାହା ଏକ ନୂଆ ରେକର୍ଡ ହୋଇଯାଏ। ଏହା ଏକ ଇତିହାସ ହୋଇଯାଏ। ଭାରତ ଏକାସାଙ୍ଗରେ ୧୦୦ରୁ ଅଧିକ ଉପଗ୍ରହ ଉତକ୍ଷେପଣ କରିଥିଲା। ଏହା ମଧ୍ୟ ଏକ ରେକର୍ଡ। ବର୍ତ୍ତମାନ ଦୁଇ ଦିନ ଅର୍ଥାତ୍‌ ୨୩ ଅଗଷ୍ଟରେ, ଏହା ହେଉଛି ଜାତୀୟ ମହାକାଶ ଦିବସ। ଏହି ଦିନ ଭାରତ ଚନ୍ଦ୍ରଯାନକୁ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିଥିଲା। ଯେଉଁଠାରେ କୌଣସି ଦେଶ ପହଞ୍ଚି ପାରି ନ ଥିଲେ, ଭାରତ ସେଠାରେ ପହଞ୍ଚିଛି ଏବଂ ସେହି ସ୍ଥାନର ନାମ ହେଉଛି ଶିବଶକ୍ତି।
ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି,ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ ଇକୋସିଷ୍ଟମ। କିନ୍ତୁ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ବିକାଶରେ ଭାରତର ଅଂଶ ସେତେଟା ପୂର୍ବରୁ ନ ଥିଲା। ୨୦୨୩ରେ ବିଶ୍ୱର ବିକାଶରେ ଭାରତର ଅବଦାନ ୧୬ ପ୍ରତିଶତରୁ ଅଧିକ ହୋଇଛି। ବର୍ତ୍ତମାନ ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଠାରୁ ଦୂରରେ ନୁହେଁ। ମୁଁ ଦେଶର ଲୋକଙ୍କୁ ପ୍ରତିଶୃତି ଦେଇଛି, ମୋର ତୃତୀୟ କାର୍ଯ୍ୟକାଳରେ ଭାରତ ତିନି ନମ୍ବର ଅର୍ଥନୀତିରେ ପରିଣତ ହେବ।

 

Share