ଜାଣନ୍ତୁ ଜିଆଇ ଟ୍ୟାଗ୍‌ କ’ଣ,

ଭୁବନେଶ୍ୱର,୩।୩: ଏକ ନିର୍ଦ୍ଦିଷ୍ଟ ଉତ୍ପାଦର ଭୌଗୋଳିକ ସ୍ଥିତି ବା ଏହାର ମୂଳ ସ୍ଥାନ (ସହର, ଅଞ୍ଚଳ ବା ଦେଶ)କୁ ସୂଚାଇବା ପାଇଁ ଭୌଗୋଳିକ ସଙ୍କେତ (ଜିଆଇ)କୁ ବ୍ୟବହାର କରାଯାଇଥାଏ। ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର ସଦସ୍ୟ ଭାବେ ଭାରତ ୧୯୯୯ରେ ଜୋଗ୍ରାଫିକାଲ ଇଣ୍ଡିକେଶନ୍ସ ଅଫ୍‌ ଗୁଡ୍ସ (ରେଜିଷ୍ଟ୍ରେଶନ ଆଣ୍ଡ ପ୍ରୋଟେକ୍ସନ) ଆକ୍ଟ ଆଣିଥିଲା ଏବଂ ୨୦୦୩ ସେପ୍ଟେମ୍ବର ୧୫ରୁ ଏହା କାର୍ଯ୍ୟକାରୀ ହୋଇଥିଲା। ଜିଆଇ ଟ୍ୟାଗ୍‌ ଏକ ଉତ୍ପାଦର ଉତ୍ପତ୍ତି ସ୍ଥାନକୁ ସୂଚାଇବା ସହ ଏହାର ଗୁଣବତ୍ତା ଏବଂ ଗୁଣକୁ ନିଶ୍ଚିତ କରିଥାଏ। ବିଶେଷ କରି ଲୋକପ୍ରିୟତା ବା ପ୍ରସିଦ୍ଧି ହାସଲ କରିଥିବା ସାମଗ୍ରୀକୁ ଜିଆଇ ଟ୍ୟାଗ୍‌ ପ୍ରଦାନ କରାଯାଇଥାଏ, ଯାହାଦ୍ୱାରା ଏହାର ପ୍ରଚାର ପ୍ରସାର ବିଶ୍ୱ ଦରବାରରେ ହୋଇଥାଏ।

Share