Categories: ଜାତୀୟ

ଜାତୀୟ ସୁରକ୍ଷା ପରାମର୍ଶଦାତା କ’ଣ? କିଏ କରିଥାଏ NSAର ନିଯୁକ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅଜିତ ଡୋଭାଲଙ୍କ ଉପରେ ବିଶ୍ୱାସ ଦର୍ଶାଇ ତାଙ୍କୁ ପୁଣିଥରେ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଭାବେ ନିଯୁକ୍ତ କରିଛନ୍ତି। ଏହା ମୋଦିଙ୍କ କାର୍ଯ୍ୟକାଳ ସହ ଅଥବା ଆଗାମୀ ଆଦେଶ ଯାଏ ରହିବ। ତେବେ ଡୋଭାଲଙ୍କୁ କାର୍ଯ୍ୟକାଳ ସମୟରେ କ୍ୟାବିନେଟ ମନ୍ତ୍ରା ପାହ୍ୟା ମିଳିବ ବୋଲି ମଧ୍ୟ ଆଦେଶରେ କୁହାଯାଇଛି। ଏମିତିରେ ଆସନ୍ତୁ ଜାଣିବା ଏନ୍‌ଏସ୍‌ଏ କ’ଣ ଏବଂ ଏଥିରେ ନିଯୁକ୍ତି କିଭଳି ହୋଇଥାଏ?

ଏନଏସ୍‌ଏ କ’ଣ?
ଜାତୀୟ ସୁରକ୍ଷା ପରାମର୍ଶଦାତା ହେଉଛି ଜାତୀୟ ସୁରକ୍ଷା କାଉନ୍‌ସିଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ। ଏହା ଏକ ମହତ୍ୱପୂର୍ଣ୍ଣ ସରକାରୀ ପଦ। ଏନ୍‌ଏସ୍‌ଏର କାମ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେବା। ଜାତୀୟ ସୁରକ୍ଷା, ବୈଦେଶିକ ନୀତି ମାମଲାରେ ନୀତି ପ୍ରସ୍ତୁତ କରିବା ଏହାର ପ୍ରାଥମିକତା। ଏଥିସହ ଏହା ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ସହ ଜଡ଼ିତ ମାମଲା ବିଷୟରେ ସୂଚନା ପ୍ରଦାନ କରିଥାଏ। ଏନଏସ୍‌ଏକୁ ର’, ଗୁପ୍ତଚର ସଂସ୍ଥା ଏବଂ ଆଇବି ସିଧା ରିପୋର୍ଟ କରିଥାନ୍ତି। ୧୯୯୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ପଦ ସୃଷ୍ଟି କରିଥିଲେ। ଏଥିଲାଗି ଆଇପିଏସ୍‌ ଅଥବା ଆଇଏଫ୍‌ଏସ୍‌ ରହିଥିବା ନିହାତି ଆବଶ୍ୟକ। ତେବେ ଏଯାବତ ୫ ଜଣ ଏହି ପଦ ସମ୍ଭାଳିଛନ୍ତି।

ନିଯୁକ୍ତି ଆଦେଶ କିଏ ଜାରି କରନ୍ତି?
ଏନଏସ୍‌ଏରେ ନିଯୁକ୍ତି ମନ୍ତ୍ରିମଣ୍ଡଳର ନିଯୁକ୍ତି ସମ୍ବନ୍ଧୀୟ ସମିତି ଦ୍ୱାରା କରାଯାଇଥାଏ। ନିଯୁକ୍ତି ଆଦେଶ କର୍ମଚାରୀ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଏ। ନିକଟରେ ଅଜିତ ଡୋଭାଲଙ୍କୁ ପୁନଃ ନିଯୁକ୍ତ କରିବା ସମ୍ବନ୍ଧୀୟ ଆଦେଶ ଜାରି କରାଯାଇଛି। ଏହା ଜୁନ ୧୦ ୨୦୨୪ଠାରୁ ଲାଗୁ ହେବ ବୋଲି କୁହାଯାଇଛି।

Share