Categories: ଜାତୀୟ

ସିଏଏ କ’ଣ, କାହାକୁ ମିଳିବ ନାଗରିକତ୍ୱ, କେମିତି ହେବ ଆବେଦନ: ସମସ୍ତ ପ୍ରକ୍ରିୟା ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୩ :ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଦେଶରେ ବିବାଦୀୟ ନାଗରିତ୍ୱ(ସଂଶୋଧନ) ଆଇନ (ସିଏଏ) ଲାଗୁ ପାଇଁ ନିୟମାବଳୀର ବିଜ୍ଞପ୍ତି ଜାରି ହୋଇଛି। ଫଳରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ବିନା କାଗଜପତ୍ରରେ ଆସି ଭାରତରେ ରହିଯାଇଥିବା ଅଣମୁସଲମାନମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ଲାଗି ପଥ ପରିଷ୍କାର ହୋଇଯାଇଛି। ଏହି ନିୟମ ଅନୁଯାୟୀ ପଡୋଶୀ ଦେଶରୁ ଆସିଥିବା ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ, ପାର୍ସି ଏବଂ ଖ୍ରୀଷ୍ଟିଆନ୍‌ମାନଙ୍କୁ ଭାରତୀୟ ନାଗରିକତ୍ୱ ମିଳିବ।
୨୦୧୯ ଡିସେମ୍ବରରେ ସିଏଏ ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା। ତେବେ ଏହା ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଆନ୍ଦୋଳନ ହେବାରୁ ଆଇନକୁ କାର୍ଯ୍ୟକାରୀ କରାଯାଇ ପାରି ନ ଥିଲା। ସିଏଏ ବିରୋଧୀ ଆନ୍ଦୋଳନ ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନରେ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। ଏପର୍ଯ୍ୟନ୍ତ ଉକ୍ତ ଆଇନର ନିୟମାବଳୀ ଉପରେ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ପାର୍ଲାମେଣ୍ଟ କାର୍ଯ୍ୟର ମାନୁଆଲ ଅନୁଯାୟୀ କୌଣସି ଆଇନ ରାଷ୍ଟ୍ରପତିଙ୍କ ସ୍ବୀକୃତ ପାଇବାର ୬ ମାସ ମଧ୍ୟରେ ନିୟମାବଳୀ ପ୍ରସ୍ତୁତ ହେବା ଆବଶ୍ୟକ। ଏହି ସମୟସୀମା ବଢ଼ାଇବା ପାଇଁ ସରକାର ଲୋକ ସଭା ଏବଂ ରାଜ୍ୟ ସଭାର କମିଟି ନିକଟରେ ଏକାଧିକ ଥର ଆବେଦନ କରିଥିଲେ। ନାଗରିକତ୍ୱ ଆବେଦନର ସମସ୍ତ ପ୍ରକ୍ରିୟାକୁ ସହଜ କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି। ବିନା ଡକ୍ୟୁମେଣ୍ଟରେ ଆବେଦନକାରୀ କେବେ ଭାରତ ଆସିଥିଲେ, ଉକ୍ତ ବର୍ଷ ଘୋଷଣା କରିବାକୁ ହେବ। ଏହା ବ୍ୟତୀତ ଆବେଦନକାରୀଙ୍କୁ ଅନ୍ୟ କୌଣସି ଦସ୍ତାବିଜ ମଗାଯିବ ନାହିଁ। ଲୋକ ସଭା ନିର୍ବାଚନ ପୂର୍ବରୁ ସିଏଏ କାର୍ଯ୍ୟକାରୀ ହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଗତ ମାସରେ କହିଥିଲେ।

ନାଗରିକତ୍ୱ ଆବେଦନର ପ୍ରକ୍ରିୟା…
ବିଦେଶରୁ ଭାରତ ଆସୁଥିବା ଲୋକଙ୍କ ପାଇଁ
ଭାରତରେ ବିବାହ କରୁଥିବା ଲୋକଙ୍କ ପାଇଁ
ନାବାଳକ ଶିଶୁ ପାଇଁ
ଭାରତୀୟ ପିତାମାତାଙ୍କର ସନ୍ତାନ
ଭାରତୀୟ ମାତା କିମ୍ବା ପିତାଙ୍କ ସନ୍ତାନ ପାଇଁ
overseas citizen of india card ହୋଲଡର
ଭାରତକୁ ଆସୁଥିବା ଏବଂ ନାଗରିକ ଭାବରେ ବାସ କରୁଥିବା ଲୋକଙ୍କ ପାଇଁ

ଏହା ବ୍ୟତୀତ ଡକ୍ୟୁମେଣ୍ଟରେ ତିନି ପ୍ରକାରର ପ୍ରମାଣପତ୍ର ମଧ୍ୟ ଉଲ୍ଲେଖ କରାଯାଇଛି
ପଞ୍ଜୀକରଣ ପ୍ରମାଣ (certificate of registration)
ପ୍ରାକୃତିକରଣର ପ୍ରମାଣପତ୍ର(certificate of naturalization)
ଦକ୍ଷତା ପ୍ରମାଣପତ୍ର(skill ceritificate)

 

 

 

 

Share