କିଏ ଗ୍ରାଜୁଏଟ ତ କିଏ ଅଧାରୁ ଛାଡିଛନ୍ତି ପାଠ, ଜାଣନ୍ତୁ କେତେ ପଢିଛନ୍ତି ବିଶ୍ୱର ଟପ୍‌ ୧୦ ଧନୀ

ନୂଆଦିଲ୍ଲୀ,୧୧।୨: ଜୀବନରେ ଶିକ୍ଷାର ମହତ୍ତ୍ୱ କେତେ ଜରୁରୀ ସେ ସମ୍ପର୍କରେ ସମସ୍ତେ ଜାଣନ୍ତି। ସମସ୍ତେ ଶିକ୍ଷା ମାଧ୍ୟମରେ ଅମାପ ଧନ ଏବଂ ଖ୍ୟାତି ଅର୍ଜନ କରିବାକୁ ଚାହାନ୍ତି। କିନ୍ତୁ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯାହାଙ୍କର ସ୍ବଳ୍ପ ଶିକ୍ଷାଗତ ଯୋଗ୍ୟତା ସେମାନଙ୍କ ସଫଳତାରେ ବାଧା ସୃଷ୍ଟି କରିନାହିଁ। ତେବେ ବିଶ୍ୱର ଟପ୍‌ ୧୦ ବିଲେନାୟାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଅଧାରୁ ପାଠ ଛାଡିବା ପରେ ମଧ୍ୟ ବିପୁଳ ଧନ ଅର୍ଜନ କରିଛନ୍ତି।

ଟେସଲା ଓ ସୋସିଆଲ ମିଡିଆ ଏକ୍ସ ମୁଖ୍ୟ ଏଲନ ମସ୍କ ପେନସେଲିଭିଆ ୟୁନିଭରସିଟିରେ ଅର୍ଥନୀତିରେ ବିଏ କରିଛନ୍ତି। ଏଥିସହ ସେ ବିଏସିରେ ଫିଜିକ୍ସରେ ଡିଗ୍ରୀ କରିଛନ୍ତି। ମସ୍କ ଷ୍ଟାନଫୋର୍ଡ ୟୁନିଭରସିଟିରେ ପିଚଡି ବଡୁଥିବାବେଳେ ପାଠ ଛାଡିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୨୧୭ବିଲିୟନ।

ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ ପ୍ରିନ୍ସଟନ ୟୁନିଭରସିଟିରେ ବିଏସି ଯାଏଁ ପଢିଛନ୍ତି। ସେ ବିଜ୍ଞାନରେ ଇଲେକ୍ଟ୍ରିକାଲ ଇନଞ୍ଜିନିୟରିଂ ଓ କମ୍ପ୍ୟୁଟର ସାଇନ୍ସରେ ଗ୍ରାଜୁଏଟ ହୋଇଛନ୍ତି। ୧୯୯୪ରେ ଆମାଜନ ସ୍ଥାପନ କରିବା ପୂର୍ବରୁ ସେ ଏକ ଆଇଟି କମ୍ପାନୀରେ କାମ କରୁଥିଲେ। ତାଙ୍କର ନେଟ୍‌ ଓ୍ବର୍ଥ ୧୮୧ ବିଲିଅନ।

ବେର୍ନାଡ ଅରନଲ୍ଟ LVMH Moet Hennessy Louis Vuitton SE, ଦୁନିଆର ସବୁଠାରୁ ବଡ ଲକ୍ସରୀ ଗୁଡ୍ସ କମ୍ପାନୀର ଅଧ୍ୟକ୍ଷ ଅଟନ୍ତି। ଫ୍ରାନ୍ସର ଇକୋଲ ପଲିଟେକ୍ନିକରେ ଇନଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ନେଟଓ୍ବର୍ଥ ୧୬୨ ବିଲିୟନ।

ମାଇକ୍ରୋସଫ୍ଟର ଫାଉଣ୍ଡର ବିଲ୍‌ ଗେଟସ୍‌ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ଅଟନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଏତେବଡ କମ୍ପାନୀର ମାଲିକ ଅଧାରୁ ପାଠ ଛାଡିଛନ୍ତି। ସେ ହାଓ୍ବାର୍ଡ ୟୁନିଭରସିଟିରେ ପଢୁଥିବା ସମୟରେ ଡ୍ରପଆଉଟ୍‌ କରିଛନ୍ତି। ତାଙ୍କର ନେଟଓ୍ବର୍ଥ ୧୪୨ ବିଲିଅନ।

ଅହମ୍ମଦବାଦର ଏକ ସାମାନ୍ୟ ପରିବାରରୁ ଆସିଥିବା ଦୁନିଆର ୫ମ ଧନୀ ବ୍ୟକ୍ତି ଗୌତମ ଆଦାନୀ କେବଳ ଦ୍ୱାଦଶ ଯାଏଁ ପଢିଛନ୍ତି। ାସ ଗୁଜୁରାଟ ୟୁନିଭରସିଟିରେ କର୍ମସରେ ବ୍ୟାଚଲର ଡିଗ୍ରୀରେ ଆଡମିଶନ ନେଇଥିଲେ ହେଲେ ମଝିରେ ହିଁ ପାଠ ଛାଡି ଦେଇଥିଲେ। ପାଠ ଛାଡି ମୁମ୍ବାଇ ଆସିଥିଲେ। ସେଠାରେ ସେ ତାଙ୍କ ଭା୍‌sଙ୍କ ସହ ବିଜନେସ ଆରମ୍ଭ କରିଥିଲେ। ୧୯୮୮ରେ ସେ ଆଦାବୀ ଗ୍ରୁପ୍‌ ସ୍ଥାପନ କରିଥିଲେ। ତାଙ୍କର ନେଟଓ୍ବର୍ଥ ୧୨୩୭୦ କୋଟି ଡଲାର।

ଫେସବୁକ୍‌ ସିଇଓ ମାର୍କ କୁକୁରବର୍ଗ ମଧ୍ୟ ଅଧାରୁ ପାଠ ଛାଡିଛନ୍ତି। ସେ ହାଓ୍ବାର୍ଡରେ ପଢୁଥିବାବେଳେ ଡ୍ରପଆଉଟ୍‌ କରିଛନ୍ତି। ତାଙ୍କର ନେଟଓ୍ବର୍ଥ ୧୩୯ବିଲିୟନ।

ଗୁଗୁଲ ସିଇଓ ଲ୍ୟାରି ପେଜ ଷ୍ଟାନଫୋର୍ଡ ୟୁନିଭରସିଟିରେ କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର ଡିଗ୍ରୀ କରିଛନ୍ତି। ତାଙ୍କର ନେଟଓ୍ବର୍ଥ ୧୩୨ ବିଲିୟନ।

ଲ୍ୟାରୀ ଇନିସନ ଇଲିନୋଇସ ୟୁନିଭରସିଟି ଓ ଶିକାଗୋ ୟୁନିଭରସିଟିରୁ ଡ୍ରପଆଉଟକ କରିଛନ୍ତି। ତାଙ୍କର ନେଟଓ୍ବର୍ଥ ୧୨୭ବିଲିୟନ।

ପୂର୍ବତନ ଗୁଗୁଲର ଅଧ୍ୟକ୍ଷ ସେର୍ଜେ ବିନ୍‌ ମ୍ୟାରିଲାଣ୍ଡ ୟୁନିଭରସିଟିରେ ନିଜର ଗ୍ରାଜୁଏସନ ସମାପ୍ତ କରିଛନ୍ତି। ସେଠାରେ ସେ ବିଜ୍ଞାନରେ ଗଣିତ ଓ କମ୍ପ୍ୟୁଟର ଅନର୍ସ ରଖିଥିଲେ। ତାଙ୍କର ନେଟଓ୍ବର୍ଥ ୧୨୬ ବିଲିୟନ।

ଆମେରିକୀୟ ବିଜନେସମ୍ୟାନ ଓ୍ବାରେନ ବଫେଟ ନେବ୍ରାସ୍କୋ ୟୁନିଭରସିଟିରେ ଗ୍ରାଜୁଏଶନ ଶେଷ କରିଛନ୍ତି। ସେ ବଏସସି ରେ ବିଜନେସ ଆଡମିନିଷ୍ଟ୍ରେଶନ ଅନର୍ସ ରଖିଥିଲେ। କଲମ୍ବିଆ ୟୁନିଭରସିଟିରେ ସେ ଇକୋନମିକ୍ସରେ ମାଷ୍ଟର ଡିଗ୍ରୀ କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୧୨୫ ବିଲିୟନ।

Share