କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ ସବୁ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ମଡେଲମାନେ ପରଫେକ୍ଟ କ୍ୟାଟୱାକ କରିବା ପାଇଁ ଚେଷ୍ଟା କରିଥାନ୍ତି। ନିକଟରେ ଓ୍ବେବ ସିରିଜ ‘ହିରାମଣ୍ଡି’ର ଏକ ୧୦ ସେକେଣ୍ଡର ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଅଭିନେତ୍ରୀ Aditi Rao Hydari ଙ୍କୁ swan walk କରୁଥିବାର ଦେଖାଯାଇଛି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଟ୍ରେଣ୍ଡିଂ କରୁଛି।

କିନ୍ତୁ ଆପଣ ଜାଣିଛନ୍ତି କି, ଅଦିତିଙ୍କ ଏହି ଓ୍ବାକ୍‌ ଆମ ଶାସ୍ତ୍ରନୁସାରେ ଗଜଗାମିନୀ ଚାଲି ଭାବରେ ଜଣାଶୁଣା। ଆପଣ ହୁଏତ ଭାବୁଥିବେ, ଏହା ତ ସମସ୍ତଙ୍କ ପରି ସାଧାରଣ ଚାଲି। କିନ୍ତୁ ନା ଏହାକୁ ଶହଶହ ବର୍ଷ ପୂର୍ବରୁ ଆଚାର୍ଯ୍ୟ ବିତ୍ସାୟନ ତାଙ୍କ ‘କାମସୂତ୍ର’ରେ ଉଲ୍ଲେଖ କରିଥିଲେ। ଯାହାକୁ ସେ ଗଜ ଗାମିନୀ ବୋଲି ଉଲ୍ଲେଖ କରୁଥିଲେ। ଯାହାକୁ ଆଜିକାଲି ସ୍ବାନ ଓ୍ବାକ୍‌ ମଧ୍ୟ କୁହାଯାଉଛି।

ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ପ୍ରଥମ ୱେବ ସିରିଜ ‘ହିରାମାଣ୍ଡି’ ଖୁବ୍‌ ଚର୍ଚ୍ଚାରେ ରହିଛି। ପାକିସ୍ତାନ ଲାହୋରର ଏହି କୁଖ୍ୟାତ ‘ହିରାମାଣ୍ଡି’ରେ ବେବୋଜାନଙ୍କ ଠାରୁ ଆରମ୍ଭ କରି ମଲାଇକାଜାନ ପର୍ଯ୍ୟନ୍ତ ସମସ୍ତଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପ୍ରଶଂସା କରିଛନ୍ତି। ଏହି ସିରିଜରେ ବେବୋଜାନ ଭୂମିକାରେ ଅଭିନୟ କରିଥିବା ଅଦିତିଙ୍କ ୩୦ ସେକେଣ୍ଡର କ୍ଲିପ ଇଣ୍ଟରନେଟରେ ଭାଇରାଲ ହୋଇଛି।

 

View this post on Instagram

 

A post shared by Netflix India (@netflix_in)

‘କାମ ସୂତ୍ର’ ଭାରତର ସର୍ବ ପୁରାତନ ହିନ୍ଦୁ ଗ୍ରନ୍ଥ ମଧ୍ୟରୁ ଅନ୍ୟତମ। କାମସୂତ୍ର ଅନୁଯାୟୀ, ହସ୍ତୀନୀ କିମ୍ବା ମହିଳା ହାତୀର ଚାଲିକୁ କାମ ସୂତ୍ରରେ ଅତି ସୁନ୍ଦର ବା ଆକର୍ଷକ ବୋଲି କୁହାଯାଇଥାଏ। ଯେଉଁଥିରେ ଏହି ଗଜଗାମିନୀ ଚାଲିର ସୃଷ୍ଟି ହୋଇଛି।

ମହାଭାରତରେ ମଧ୍ୟ ‘ଗଜଗାମିନୀ’ ଶବ୍ଦ ବ୍ୟବହୃତ ହୋଇଛି। ଦେବଦତ୍ତ ପଟ୍ଟନାୟକ ତାଙ୍କ ପୁସ୍ତକରେ ଲେଖିଛନ୍ତି, ମହାଭାରତରେ ଦ୍ରୋପଦୀଙ୍କ ପରି ରାଣୀମାନଙ୍କୁ ଗଜ-ଗାମିନୀ ଚାଲିରେ ଗତି କରୁଥିବା ମହିଳା ବୋଲି ସମ୍ବୋଧିତ କରାଯାଏ। ‘ଗଜଗାମିନୀ’ ଶୈଳୀ ପ୍ରଖ୍ୟାତ ଚିତ୍ରକାର ଏମ. ହୁସେନଙ୍କୁ ମଧ୍ୟ ଆକର୍ଷିତ କରିଥିଲେ। ଯେଉଁଥିପାଇଁ ସେ ୨୦୦୦ ମସିହାରେ ଫିଲ୍ମ ‘ଗଜଗାମିନୀ’ ନିର୍ମାଣ କରିଥିଲେ। ଯେଉଁଥିରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ବନ୍ଧାହେଲେ କୋଟିପତି ଫରେଷ୍ଟର

ଭୁବନେଶ୍ୱର,୨୭।୧୨: କୋରାପୁଟ ଜିଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ଟୋକିଓ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri