Categories: ଖେଳ

ସାମିଙ୍କୁ ନେଇ ଗମ୍ଭୀରଙ୍କ କଣ ରହିଛି ପ୍ଲାନ୍‌, ଆଗକୁ…

ମୁମ଼୍ବାଇ, ୧୩।୦୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ପଦରୁ ରାହୁଲ ଦ୍ରାବିଡ଼ ଅବସର ନେବା ପରେ ଏବେ ନୂଆ କୋଚ୍‌ ଭାବେ ଗୌତମ ଗମ୍ଭୀର କାର୍ଯ୍ୟ ଆରମ୍ଭ କରିଛନ୍ତି । ଗମ୍ଭୀରଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ ରହିଛି । ଦଳର ବଡ଼ ବଡ଼ ଖେଲାଳିଙ୍କ ଭବିଷ୍ୟତକୁ ସେ ଆଗକୁ ନେବେ । ବିରାଟ କୋହଲି, ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡ଼େଜା ଅନ୍ତର୍ଜାତୀୟ ଟି-୨୦ ଫର୍ମାଟକୁ ଅଲ୍‌ବିଦା କହିଥିବା ବେଳେ ଆଉକିଛି ଖେଳାଳିଙ୍କୁ ନେଇ ଏବେ ଅସ୍ଥିରତା ଦେଖା ଦେଇଛି । ସେମାନଙ୍କ ମଧ୍ୟରୁ ବୋଲର ମହମ୍ମଦ ସାମିଙ୍କ କ୍ୟାରିୟରକୁ ନେଇ ଗମ୍ଭୀର ଚିନ୍ତାପ୍ରକଟ କରିଛନ୍ତି ।

ସାମି ଏବେବି ୩ ଫର୍ମାଟରେ ରହିଛନ୍ତି । କିନ୍ତୁ ସେ ଏବେ ଟିମ୍‌ରେ ସାମିଲ୍‌ ହେବାକୁ ନେଇ ଚୟନ କର୍ତ୍ତାଙ୍କ ଦୃଷ୍ଟିରେ ନାହାନ୍ତି । ତେବେ ବର୍ତ୍ତମାନର ବୋଲିଂ କୋଚ ପାରସ ମହମବରେ ଗମ୍ଭୀର ଏବଂ ତାଙ୍କର କୋଚିଂ ଷ୍ଟାଫ୍‌ଙ୍କୁ ଆଗମୀ ଟି-୨୦ ଟିମ୍‌ ପାଇଁ ପଚାରିଛନ୍ତି । ସାମିଙ୍କ ଭବିଷ୍ୟତକୁ ନେଇ ସେ ଗମ୍ଭୀରଙ୍କୁ ଜଣାଇଛନ୍ତି । ଗମ୍ଭୀରଙ୍କ ଷ୍ଟାଫ୍‌ ଏଥିପାଇଁ ସାମିଙ୍କ ସହ କଥା ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

Share