Advertisement

SBIର ‘ହର ଘର ଲକ୍ଷପତି’ ଯୋଜନା କ’ଣ? ମିଳୁଛି ମୋଟା ଅଙ୍କର ସୁଧ, କିଏ କରିପାରିବେ ନିବେଶ, ଜାଣନ୍ତୁ ସବୁକିଛି…

ନୂଆଦିଲ୍ଲୀ,୧୦।୧: କିଛିଦିନ ପୂର୍ବେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ‘ହର ଘର ଲକ୍ଷପତି’ ଯୋଜନା ଆରମ୍ଭ କରିଛି। ଏହା ଏକ RD ଯୋଜନା, ଯେଉଁଥିରେ ଛୋଟ ରାଶି ଜମା କରି ଏକ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରଖିପାରିବେ। ଏଥିରେ ସାଧାରଣ ନାଗରିକଙ୍କୁ ୬.୭୫% ଏବଂ ବରିଷ୍ଠ ନାଗରିକଙ୍କୁ ୭.୨୫% ଯାଏ ସୁଧ ମିଳିବ। ୩ ବର୍ଷରୁ ଆରମ୍ଭ କରି ୧୦ ବର୍ଷ ଯାଏ ଏଥିରେ ନିବେଶ କରିପାରିବେ। ଆସନ୍ତୁ ଏହି ଯୋଜନା ସମ୍ବନ୍ଧୀୟ ନିୟମ ଏବଂ ଅନ୍ୟ ଜରୁରୀ ସୂଚନା ବିଷୟରେ ଜାଣିବା।

ଏସ୍‌ବିଆଇର ହର ଘର ଲକ୍ଷପତି ଯୋଜନାରେ ୩ ରୁ ୪ ବର୍ଷ ଯାଏ ନିବେଶ କରିବାରେ ବର୍ଷକୁ ସାଧାରଣ ନାଗରିକଙ୍କୁ ୬.୭୫% ଏବଂ ବରିଷ୍ଠ ନାଗରିକଙ୍କୁ ୭.୨୫% ସୁଧ ମିଳିବ। ଯଦି ଆପଣ ଏହି ଯୋଜନାରେ ୫ରୁ ୧୦ ବର୍ଷ ଲାଗି ନିବେଶ କରିବା ଦ୍ୱାରା ସାଧାରଣ ନାଗରିକଙ୍କୁ ୬.୫୦% ଏବଂ ବରିଷ୍ଠ ନାଗରିକଙ୍କୁ ୭% ସୁଧ ମିଳିବ। ଆପଣ ନିଜ ଇଚ୍ଚା ଅନୁଯାୟୀ ନିଶ୍ଚିତ ସମୟ ଲାଗି SBIର ଏହି RD ଯୋଜନାରେ ନିବେଶ କରିପାରିବେ।

ଏଥିରେ ଯେକୌଣସି ଭାରତୀୟ ନାଗରିକ ନିବେଶ କରିପାରିବେ। ଏକାକି ସହ ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ। ମାତାପିତା ନଚେତ ଅଭିଭାବକ ଚାହିଁଲେ ପିଲା ନାମରେ ଏହି ଯୋଜନାରେ ଆକାଉଣ୍ଟ ଖୋଲିପାରିବେ। ହେଲେ ଧ୍ୟାନ ରଖିବାକୁ ହେବ ଯେ ପିଲାର ବୟସ ୧୦ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ। ସେତେବେଳେ ପିଲା ନିଜର ହସ୍ତାକ୍ଷର କରିବାରେ ସକ୍ଷମ ହେବା ଆବଶ୍ୟକ।

ତେବେ ଧ୍ୟାନ ରଖିବେ ଯେ ଯଦି ଆପଣ ଜଣେ ସାଧାରଣ ନାଗରିକ, ହେଲେ ଆପଣଙ୍କ RDରେ ରୋଜଗାର ୪୦ ହଜାରରୁ ଅଧିକ ତେବେ ଆପଣଙ୍କୁ ୧୦% ହାରରେ TDS ଦେବାକୁ ହେବ। ସେହିଭଳି ବରିଷ୍ଠ ନାଗରିକ ମାମଲାରେ ଏହି ଲିମିଟ୍‌ ୫୦,୦୦୦ ଅଟେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: BusinessSBI