ରତ୍ନଭଣ୍ଡାର ଭିତରେ କ’ଣ ସବୁ ରହିଛି, ରହସ୍ୟ ଖୋଲିଲେ ସେବାୟତ, କହିଲେ ଭିତରେ ୫ଟି…

ଭୁବନେଶ୍ୱର,୧୫।୭: ଦୀର୍ଘ ୪୬ବର୍ଷ ପରେ ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ତେବେ ରତ୍ନଭଣ୍ଡାର ଭିତରେ କ’ଣ ରହିଛି ତାକୁ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି। ଏହି ସମୟରେ ସେବାୟତ ଦୁର୍ଗାଚରଣ ଦାସ ମହାପାତ୍ର ରତ୍ନଭଣ୍ଡାର ଭିତରେ କ’ଣ ଅଛି, ପୂରା କାହାଣୀ କହିଛନ୍ତି।

ସେ କହିଛନ୍ତି, ରତ୍ନଭଣ୍ଡାର ଭିତରେ ବହୁତ ଆଲମିରା, ସିନ୍ଧୁକ ରହିଛି । ଏହାକୁ ନେଇ ବେଶୀ କିଛି କହିହେବ ନାହିଁ।ସେଠି ଆମକୁ ସୁଡ଼ଙ୍ଗ ଥିଲା ଭଳି ମନେ ହେଲା ନାହିଁ। ଟର୍ଚ୍ଚ ପକେଇ ଭିତର ରତ୍ନଭଣ୍ଡାରର ଚାରିପାଖ ଦେଖିଲୁ। ଏତିକିବେଳେ ପ୍ରଥମେ ନଜର ପଡିଥିଲା କୋଠରୀ ଭିତରେ ଥିବା ଏକ ଠଣା ଉପରେ। ଯେଉଁଥିରେ ଏକାଧିକ ଛୋଟଛୋଟ ଦେବାଦେବୀଙ୍କ ମୂର୍ତ୍ତି ରହିଥିଲା । ଦୀର୍ଘଦିନ ଧରି ମୂର୍ତ୍ତିଗୁଡିକ ରହିଥିବାରୁ ମଳିନ ପଡି କଳା ହୋଇଯାଇଥିଲା । ଭିତର ଭଣ୍ଡାରରେ ଥିବା ସିନ୍ଦୁକଗୁଡିକ ମଧ୍ୟ ବ୍ରିଟିସ ଅମଳର ସିନ୍ଦୁକ ପର ଦେଖାଯାଉଥିଲା। କିନ୍ତୁ ସେଗୁଡିକୁ କମିଟି ସଦସ୍ୟ ହାତ ମାରିନାହାନ୍ତି।

ସେହିପରି ଶ୍ରୀମନ୍ଦିର ବୈଷିୟିକ କମିଟି ସହ ପ୍ରାୟ ୨୫ ବର୍ଷ ଧରି ଜଡିତ ଜଣେ ଅଧିକାରୀ ଭିତର ରତ୍ନଭଣ୍ଡାର ବାବଦରେ ବର୍ଣ୍ଣନା କରିଛନ୍ତି। ତାଙ୍କ ସୂଚନା ଅନୁସାରେ, ଭିତର ରତ୍ନଭଣ୍ଡାରର ଲମ୍ବ ଏବଂ ଓସାର ପ୍ରାୟ ୧୫ ଫୁଟ। ଏହାର ଉଚ୍ଚତା ପ୍ରାୟ ୫୦ରୁ ୫୫ ଫୁଟ ହେବ। ଭିତର ଭଣ୍ଡାରରେ ୫ଟି ଆଲମାରୀ ଓ ୪ଟି ସିନ୍ଦୁକ ରହିଛି। ଗୋଟିଏ ଆଲମାରୀ ଓ ଗୋଟିଏ ସିନ୍ଦୁକ ଲୁହାରେ ତିଆରି ବୋଲି ଜଣାପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ମାଲ ବୋଝେଇ ଟ୍ରକ ଉଦ୍ଧାର; ଡ୍ରାଇଭର-ହେଲପରଙ୍କ ପତ୍ତା ମିଳୁନି, ବଢ଼ୁଛି ସନ୍ଦେହ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ରାତିରେ ଚୋରି ହୋଇଯାଇଥିବା ଏକ ଟ୍ରକକୁ ଉଦ୍ଧାର କରିଛି। କିନ୍ତୁ ଗାଡ଼ିର ଡ୍ରାଇଭର ଏବଂ ହେଲପରଙ୍କ ପତ୍ତା...

ପୁଣି ଗାଡ଼ି ଧକ୍କାରେ ଭାଙ୍ଗିଲା ରେଳଫାଟକ

ନିରାକାରପୁର, ୨୦।୪(ମାନସ ଚନ୍ଦ୍ର ପଟ୍ଟନାୟକ): ପିକଅପ୍‌ ଭ୍ୟାନ ଧକ୍କାରେ ପୁଣି ରେଳ ଫାଟକ ଭାଙ୍ଗଛି। ରବିବାର ସାଂ ପ୍ରାୟ ସାଢେ ୭ଟା ରେ ଖୋର୍ଦ୍ଧା ଜିଲା...

ଭାଜପାର ସକ୍ରିୟ ସଦସ୍ଯ ସମ୍ମିଳନୀ, ଆୟୁଷ୍ମାନ କାର୍ଡ ବଣ୍ଟନ: ଯୋଗ ଦେଲେ ସାଂସଦ

ଜି. ଉଦୟଗିରି,୨୦।୪(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରି ଏନଏସି କଲ୍ଯାଣ ମଣ୍ଡପରେ ଭାଜପା ତରଫରୁ ବିଧାନ ସଭା ମଣ୍ତଳୀ ସ୍ତରୀୟ ସକ୍ରିୟ ସଦସ୍ଯ ସମ୍ମିଳନୀ...

ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ...

ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ

ତୁମୁଡିବନ୍ଧ,୨୦।୪(ଦୀପକ କୁମାର ପରାସେଠ)-କନ୍ଧମାଳ ଜଲା ତୁମୁଡିବନ୍ଧ ପୋଲିସ ୫ ଜଣିଆ ଶସସ୍ତ୍ର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ରାୟଫୁଲସ ବନ୍ଧୁକ, ଗୋଟିଏ...

୭-ଦଫା ଦାବି କରି ଗଣ ଇସ୍ତଫା ଦେବାକୁ ଧମକ ଦେଲେ ଓଡ଼ିଶା ଡାକ୍ତର ସଂଘ

ଭୁବନେଶ୍ୱର, ୨୦।୪: ଓଡ଼ିଶା ମେଡିକାଲ ଆସୋସିଏସନ (ଓଏମଏସଏ) ରାଜ୍ୟ ସରକାରଙ୍କୁ ଏକ ମାସ ମଧ୍ୟରେ ସାତ-ଦଫା ଦାବିପତ୍ର ପୂରଣ ନକଲେ କାର୍ଯ୍ୟ ବର୍ଜନ ଏବଂ ଗଣ...

ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ...

ରାସ୍ତାରେ ଚାଲି ଚାଲି ଯାଉଥିଲେ, ଧକ୍କା ଦେଲା ପର୍ଯ୍ୟଟକ ବସ୍‌

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରରୁପର୍ଯ୍ୟଟକଙ୍କୁ ନେଇ ରବିବାର ଉତ୍ତର ଭାରତ ଅଭିମୁଖେ ଯାଉଥିବା ଏକ ବସ୍‌ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image