ଜୁହି ଚାଓ୍ବାଲାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ଜୁହି ଚାୱଲା ଅନ୍ୟତମ। ସେ ୧୯୮୬ରେ ଫିଲ୍ମ ‘ସୁଲତାନତ’ ସହିତ ତାଙ୍କର ବଲିଉଡ ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ ସେ ଏକରୁ ଅଧିକ ସୁପରହିଟ ଫିଲ୍ମ କରିଥିଲେ। ବଲିଉଡରେ ଖ୍ୟାତି ଠାରୁ ଧନ ପର୍ଯ୍ୟନ୍ତ ସବୁକିଛି ଅର୍ଜନ କରିଥିଲେ।
ଜୁହି ଚାୱଲା ତାଙ୍କ ବଲିଉଡ କ୍ୟାରିୟରରେ ପ୍ରାୟ ୮୬ଟି ଫିଲ୍ମରେ କାମ କରିଛନ୍ତି। ଜଣେ ଅଭିନେତ୍ରୀ ହେବା ବ୍ୟତୀତ ସେ ଜଣେ ଫିଲ୍ମ ନିର୍ମାତା ମଧ୍ୟ ଅଟନ୍ତି। ତାଙ୍କ ସମ୍ପତ୍ତି ପ୍ରାୟ ୬ ମିଲିୟନ ଡଲାର୍‌ ଅର୍ଥାତ୍ ପ୍ରାୟ ୪୪ କୋଟି ଟଙ୍କା।
ଜୁହି ଚାୱଲା ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା। ଏଥି ସହିତ ସେ ତାଙ୍କ ସ୍ବାମୀ ଜୟ ମେହେଟ୍ଟା ଏବଂ ଉଭୟ ପିଲାଙ୍କ ସହ ମୁମ୍ବାଇର ମାଲାବାର ହିଲ୍ସରେ ଅବସ୍ଥିତ ଏକ ମହଙ୍ଗା ଘରେ ରୁହନ୍ତି। କେବଳ ଭାରତରେ ନୁହେଁ, ବିଶ୍ୱର ସବୁଠାରୁ ମହଙ୍ଗା ଅଞ୍ଚଳ ମଧ୍ୟରୁ ମାଲାବାର ହିଲ୍ସ ନାମ ଅନ୍ୟତମ। ଏଥିସହ ତାଙ୍କ ପାଖରେ ୧.୧୧ କୋଟି ଟଙ୍କା ମୂଲ୍ୟର ଜାଗୁଆର ଏକ୍ସଜେଏଲ୍‌ ଏବଂ ପାଖାପାଖି ୭୮ ଲକ୍ଷ ଟଙ୍କା ମୂଲ୍ୟର ଅଡି କ୍ୟୁ୭ ମଧ୍ୟ ରହିଛି।
ତେବେ ଆଜିକାଲି ଜୁହି ଚାୱଲା ପ୍ରାଇମ ଭିଡିଓର ୱେବ ସିରିଜ ‘ହଶ ହଶ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ଏହି ୱେବ ସିରିଜ ମାଧ୍ୟମରେ ନିଜର ଓଟିଟି ଡେବ୍ୟୁ କରିଛନ୍ତି। ଜୁହି ଚାୱଲାଙ୍କ ସହ ଅଭିନେତ୍ରୀ ସୋହା ଅଲି ଖାନ, ଆୟେଶା ଜୁଲକା, ଶାହାନା ଗୋସ୍ବାମୀ, କ୍ରିତିକା କାମ୍ରା ଏବଂ କରିସ୍ମା ତନ୍ନା ମଧ୍ୟ ଏହି ୱେବ ସିରିଜରେ ଅଛନ୍ତି।

Share