କ’ଣ କରୁଛନ୍ତି କରୀନା

କଥାରେ ଅଛି ବସିବାଠାରୁ କାଶିବା ଭଲ। ତେଣୁ ଘରେ ବା ବସି ବସି କାହିଁକି ବୋର୍‌ ହେବେ, ତେଣୁ ତାଙ୍କ ମୁଣ୍ଡକୁ ଏକ ଆଇଡିଆ ଜୁଟିଛି। ପ୍ରତିଦିନ କିଛି ସମୟ ସେ ଗାର୍ଡେନିଂ ପାଇଁ ଦେଉଛନ୍ତି। ସେ କିଏ ଜାଣନ୍ତି ? କରୀନା କପୁର। ଯେହେତୁ ଏବେ ଶୁଟିଂ ନାହିଁ ପୁଣି କରୋନାରୁ ଆରୋଗ୍ୟ ହେବା ପରେ ଘରେ ରେଷ୍ଟ ନେବାକୁ ପଡୁଛି, ତେଣୁ ଗାର୍ଡେନିଂରେ ମନୋନିବେଶ କରିଛନ୍ତି। ଏ ବିଷୟରେ କରୀନା କହନ୍ତି, ‘ପିଲାଟି ଦିନରୁ ମୋର ଗାର୍ଡେନିଂ ପ୍ରତି ସଉକ ଥିଲା। କିନ୍ତୁ ପାଠ ପଢ଼ା ଏବଂ ବଲିଉଡ୍‌ରେ ବ୍ୟସ୍ତ ରହିବାରୁ ସେଥିପାଇଁ ସମୟ ଦେଇପାରୁ ନ ଥିଲି। ହେଲେ ଏବେ ମୁଁ ପ୍ରତିଦିନ କିଛି ସମୟରେ ବଗିଚା କାମରେ ନିଜକୁ ନିୟୋଜିତ ରଖୁଛି। ନୂଆ ଫୁଲ ଗଛ ଲଗାଇବା ବ୍ୟତୀତ ପୁରୁଣା ଗଛର ଯତ୍ନ ନେଉଛି।’ କେବଳ ସେତିକି ନୁହେଁ, ନିଜ ଗାର୍ଡେନରେ ସେ ବିଭିନ୍ନ ପୋଜ୍‌ରେ ଫଟୋ ଉଠାଇ ସେଗୁଡ଼ିକୁ ନିଜର ସୋସିଆଲ ମିଡିଆରେ ଅପଲୋଡ୍‌ କରୁଛନ୍ତି। ସେଗୁଡ଼ିକ ମଧ୍ୟ ବେଶ୍‌ ଭାଇରାଲ ହୋଇଛି।
ଅନ୍ୟପକ୍ଷରେ ଏବେ ତାଙ୍କ ହାତରେ ୪-୫ଟି ନୂଆ ଅଫର ରହିଛି। ତେବେ ସେଗୁଡ଼ିକୁ ଭଲ ଭାବରେ ତର୍ଜମା କରିବା ପରେ ସେ ନେଇ ନିଷ୍ପତ୍ତି ନେବେ ବୋଲି କହନ୍ତି ଏହି ଅଭିନେତ୍ରୀ।

Share