କ‘ଣ ଲୁଚାଇବାକୁ ଚେଷ୍ଟା କରୁଛି ପାକିସ୍ତାନ ? ଦାଉଦଙ୍କ ଖବର ପରେ ଦେଶରେ ଇଣ୍ଟରନେଟ ସେବା ବନ୍ଦ, ମୃତ ନା ଜୀବିତ ନେଇ ଚର୍ଚ୍ଚା ଆରମ୍ଭ…

ଇସଲାମାବାଦ,୧୮।୧୨ : ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଭାରତର ମୋଷ୍ଟ ଓ୍ବଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କୁ ପାକିସ୍ତାନର କରାଚିରେ ବିଷ ଦିଆଯାଇଥିବା ଖବର ପ୍ରସାରିତ ହେବାରେ ଲାଗିଛି। ତାଙ୍କୁ କରାଚି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ମଧ୍ୟ ରହିଛି। ଡାକ୍ତରଖାନାରେ ପାକିସ୍ତାନୀ ସେନା ମୁତୟନ କରାଯାଇଛି ବୋଲି ଚର୍ଚ୍ଚା ହେଉଛି। ତେବେ କେତେକ ପାକିସ୍ତାନୀ ଗଣମାଧ୍ୟମ ଏହାକୁ ମିଥ୍ୟା ବୋଲି କହିଛନ୍ତି।

ସେପଟେ ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ହୋଇଯାଇଥିବା ଖବର ଆସିଛି। ସୋସିଆଲ ମିଡିଆ ୱେବସାଇଟକୁ ନିଷେଧ କରାଯାଇଛି।
ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଦାଉଦଙ୍କ ବିଷୟରେ ଖବର ପ୍ରଚାର ନ କରିବା ପାଇଁ ଇଣ୍ଟରନେଟକୁ ବାରଣ କରାଯାଇଛି। ତେବେ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। କେତେକ ସୋସିଆଲ ମିଡିଆ ସାଇଟରେ ଦାଉଦଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚା ହେଉଛି।

ପାକିସ୍ତାନର ଖବରଦାତାଙ୍କ ଅନୁଯାୟୀ ଦେଶରେ ହଠାତ ଇଣ୍ଟରନେଟ ନିଷେଧ ଅର୍ଥ ହେଉଛି ଜନସାଧାରଣଙ୍କଠାରୁ କିଛି ଲୁଚା ଯାଉଛି। ଦାଉଦ ହେଉଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ ମିଆଦାଦଙ୍କ ପୁଅର ଶ୍ୱଶୁର। ଏହି ଖବର ଭାଇରାଲ ନ ହେବା ପାଇଁ ପାକିସ୍ତାନ ସରକାର ଇଣ୍ଟରନେଟ ବନ୍ଦ କରିଦେଇଛନ୍ତି।

ସମଗ୍ର ପାକିସ୍ତାନରେ ସୋସିଆଲ ମିଡିଆକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପାକିସ୍ତାନୀ ଖବରଦାତା ଆରର୍ଜଙ୍କ ଅନୁଯାୟୀ, ସବୁକିଛି ସ୍ବାଭାବିକ ଚାଲିଥିବା ବେଳେ ପାକିସ୍ତାନରେ ହଠାତ ଇଣ୍ଟରନେଟ କାହିଁକି ନିଷେଧ ହେଲା? ସୋସିଆଲ ମିଡିଆରେ ଦାଉଦ ମୃତ ନା ଜୀବିତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

 

Share