Categories: ଫୁରସତ

ପ୍ଲେଜର ମ୍ୟାରେଜ କ’ଣ, ମୁସଲିମ ଦେଶରେ କାହିଁକି ବଢୁଛି ଏହାର ଚଳଣି?

ଜାକର୍ତ୍ତା: ଇଣ୍ଡୋନେସିଆ ହେଉଛି ଦକ୍ଷିଣ ପୂର୍ବ ଏସିଆରେ ଅବସ୍ଥିତ ଏକ ମୁସଲମାନ ବହୁଳ ଦେଶ। ଏବେ ଏଠାରେ ଏକ ସ୍ବତନ୍ତ୍ର ବିବାହକୁ ନେଇ ଆଲୋଚନା ହେଉଛି। ସୂଚନା ଅନୁସାରେ ଏଠାରେ ଥିବା ଝିଅମାନେ ଟଙ୍କା ବଦଳରେ କିଛି ସମୟ ପାଇଁ ଅସ୍ଥାୟୀ ବିବାହ କରୁଛନ୍ତି । ଏହି ବିବାହ ପ୍ଲେଜର ମ୍ୟାରେଜ ବା ଆନନ୍ଦ ବିବାହ ଭାବରେ ଜଣାଶୁଣା। ତେବେ ଏହି ଅଭ୍ୟାସକୁ ସୋସିଆଲ ମିଡିଆରେ ମଧ୍ୟ ସମାଲୋଚନା କରାଯାଉଛି।

ପୁଙ୍କାକ ଗାଁ ଇଣ୍ଡୋନେସିଆର ପଶ୍ଚିମରେ ଅବସ୍ଥିତ। ଏଠାରେ ଆରବୀ ରୋଷେଇର ବ୍ୟବହାର ପ୍ରଚୁର ପରିମାଣରେ କରାଯାଇଥାଏ। ପ୍ରତିବର୍ଷ ପଶ୍ଚିମ ଏସିଆ ଏବଂ ଆରବ ଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସନ୍ତି । ଏଠାରେ କୋଟା ବୁଙ୍ଗାରେ ଅବସ୍ଥିତ ଏକ ରିସୋର୍ଟରେ ପର୍ଯ୍ୟଟକମାନେ ଏକ ଏଜେନ୍ସି ମାଧ୍ୟମରେ ସ୍ଥାନୀୟ ମହିଳାମାନଙ୍କ ସହିତ ପରିଚିତ ହୁଅନ୍ତି । ଉଭୟ ପକ୍ଷ ରାଜି ହେବା ପରେ ଏକ ଅନୌପଚାରିକ ବିବାହ ସମାରୋହ ଆୟୋଜିତ ହୋଇଥାଏ। ଏହି ବିବାହ ଅସ୍ଥାୟୀ ଅଟେ । ବିବାହ ପୂର୍ବରୁ ବରକୁ କନ୍ୟାର ମୂଲ୍ୟ ଦେବାକୁ ପଡିଥାଏ।
ବିବାହ ପରେ ସ୍ବାମୀ-ସ୍ତ୍ରୀ ଏକାଠି ରୁହନ୍ତି। ପତ୍ନୀ ଘରର ସମସ୍ତ କାମ କରନ୍ତି। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବି ରହିଥାଏ। କିନ୍ତୁ ଯେତେବେଳେ ତାଙ୍କ ସ୍ବାମୀ ଇଣ୍ଡୋନେସିଆ ଛାଡନ୍ତି, ସେତେବେଳେ ବିବାହ ଆପଣାଛାଏଁ ଭାଙ୍ଗି ଯାଇଥାଏ। ସୂଚନାଯୋଗ୍ୟ, ଇଣ୍ଡୋନେସିଆ ନିୟମ ଅନୁଯାୟୀ ପ୍ଲେଜର ମ୍ୟାରେଜ ସ୍ବୀକୃତିପ୍ରାପ୍ତ ନୁହେଁ। ଦେଶରେ ବିବାହ ନିୟମ ଉଲ୍ଲଂଘନ କଲେ ଜେଲ ଏବଂ ଜରିମାନା ବ୍ୟବସ୍ଥା ରହିଛି।
ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଇଣ୍ଡୋନେସିଆର ପୁଙ୍କାକ ଅଞ୍ଚଳରେ ପ୍ଲେଜର ମ୍ୟାରେଜ ଏକ ଇଣ୍ଡଷ୍ଟ୍ରିର ରୂପ ନେଇଛି। ପୂର୍ବରୁ ପରିବାର ସଦସ୍ୟ କିମ୍ବା ପରିଚିତମାନେ ଝିଅମାନଙ୍କୁ ପର୍ଯ୍ୟଟକଙ୍କ ସହିତ ପରିଚିତ କରାଉଥିଲେ। କିନ୍ତୁ ବର୍ତ୍ତମାନ ଏହା ଏକ ଶିଳ୍ପ ପରି ହୋଇଗଲାଣି। ଏଜେନ୍ସି ଦ୍ୱାରା ପରିବାର ଏବଂ ପରିଚିତଙ୍କୁ ସ୍ଥାନିତ କରାଯାଇଛି। ବର୍ତ୍ତମାନ ଏମିତି ବିବାହର ବ୍ୟବସ୍ଥାରେ ଏହି ଏଜେନ୍ସିଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ।
ଜଣେ ସ୍ଥାନୀୟ ମହିଳା ପ୍ଲେଜର ମ୍ୟାରେଜ ସମ୍ବନ୍ଧୀୟ ଅନୁଭୂତି ବାଣ୍ଟିଥିଲେ। ଏହି ମହିଳାଙ୍କ ନାମ କହାୟା। ସେ ୧୭ ବର୍ଷ ବୟସରେ ପ୍ରଥମ ଥର ପାଇଁ କନ୍ୟା ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୫ରୁ ଅଧିକ ଥର ପ୍ଲେଜର ମ୍ୟାରେଜ କରିଛନ୍ତି। କହାୟାଙ୍କର ପ୍ରଥମ ବିବାହ ସୌଦି ଆରବର ଜଣେ ୫୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ସହିତ ହୋଇଥିଲା।
ବିବାହର ପାଞ୍ଚ ଦିନ ପରେ ସେମାନେ ଛାଡପତ୍ର ଦେଇଥିଲେ। ସୌଦି ବ୍ୟକ୍ତି ଜଣକ ମୋଟ ୮୫୦ ଆମେରିକୀୟ ଡଲାର ପ୍ରଦାନ କରିଥିଲେ। ତେବେ କାହୟା ମାତ୍ର ଅଧା ରାଶି ପାଇଥିଲେ। କାହୟାଙ୍କ ଅନୁଯାୟୀ, ସେ ପ୍ରତ୍ୟେକ ପ୍ଲେଜର ମ୍ୟାରେରୁ ୩୦୦ ରୁ ୫୦୦ ଆମେରିକୀୟ ଡଲାର ରୋଜଗାର କରନ୍ତି।

Share