Posted inଜାତୀୟ

ପିଏମ ବିଦ୍ୟା ଲକ୍ଷ୍ମୀ ଯୋଜନା ପାଇଁ କେଉଁ କେଉଁ ଛାତ୍ର କରିପାରିବେ ଆବେଦନ, ଜାଣନ୍ତୁ ସବୁ କିଛି…

ନୂଆଦିଲ୍ଲୀ,୮।୧୧: ଛାତ୍ରମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟ ପିଏମ-ବିଦ୍ୟା ଲକ୍ଷ୍ମୀ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଭାରତର ଯୁବକଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ପାଇବାରେ ସାହାଯ୍ୟ କରିବା। ଏହି ଯୋଜନା ଅଧୀନରେ ସାରା ଦେଶରେ ୨୨ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଉପକୃତ ହେବେ। ଏହି ସ୍କିମ ସଂପୂର୍ଣ୍ଣ ଗ୍ୟାରେଣ୍ଟର୍‌ ମାଗଣା ଶିକ୍ଷା ଋଣକୁ ସକ୍ଷମ କରିବ। ଏହି ଯୋଜନାରୁ ଛାତ୍ରମାନେ କିପରି ଉପକୃତ ହେବେ ଆସନ୍ତୁ ଜାଣିବା…

ରାଷ୍ଟ୍ରୀୟ ଶିକ୍ଷା ନୀତି, ୨୦୨୦ରୁ ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଉଭୟ ସରକାରୀ ଏବଂ ବେସରକାରୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଯୋଗ୍ୟ ଛାତ୍ରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ପିଏମ ବିଦ୍ୟା ଲକ୍ଷ୍ମୀ ଯୋଜନାକୁ ବୁଧବାର ଅନୁମୋଦନ କରାଯାଇଛି। ଏହା ହେଉଛି ଏକ ନୂତନ କେନ୍ଦ୍ରୀୟ ଯୋଜନା ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ମେଧାବୀ ଛାତ୍ରମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା, ଯାହାଦ୍ୱାରା ଆର୍ଥିକ ପ୍ରତିବନ୍ଧକ ଯୋଗୁ କୌଣସି ଛାତ୍ର ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ନାହିଁ ।

ଏହି ଯୋଜନା ଅନୁଯାୟୀ, ଯେକେହି ଗୁଣାତ୍ମକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ (କ୍ୟୁଏଚଇ)ରେ ଆଡ୍ମିଶନ ପାଆନ୍ତି, ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରୁ ବନ୍ଧକମୁକ୍ତ, ଗ୍ୟାରେଣ୍ଟିମୁକ୍ତ ଋଣ ପାଇବାକୁ ଯୋଗ୍ୟ ହେବେ ଏବଂ ପାଠ୍ୟକ୍ରମ ସହିତ ଜଡ଼ିତ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବେ।

ଏହି ଯୋଜନା ଅଧୀନରେ ଛାତ୍ରମାନେ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ପାଇଁ ବକେୟା ଡିଫଲ୍ଟର ୭୫% କ୍ରେଡିଟ ଗ୍ୟାରେଣ୍ଟି ପାଇବାକୁ ମଧ୍ୟ ଯୋଗ୍ୟ ହେବେ। ଏହି ଯୋଜନା ଅଧୀନରେ ଛାତ୍ରମାନଙ୍କୁ ଶିକ୍ଷା ଋଣ ଯୋଗାଇବାରେ ବ୍ୟାଙ୍କଗୁଡିକ ସାହାଯ୍ୟ କରିବ । ଏହା ସହିତ, ଯେଉଁ ଛାତ୍ରମାନଙ୍କର ବାର୍ଷିକ ପାରିବାରିକ ଆୟ ୮ ଲକ୍ଷ କିମ୍ବା ତା’ଠାରୁ କମ ଏବଂ ସେମାନେ ଅନ୍ୟ କୌଣସି ସରକାରୀ ବୃତ୍ତି କିମ୍ବା ସୁଧ ସବଭେନ୍ସନ ସ୍କିମ ଅଧୀନରେ ଲାଭ ପାଉନଥିବେ। ସେମାନଙ୍କୁ ଏହି ଲାଭ ମିଳିବ।

ପ୍ରତିବର୍ଷ ଏକ ଲକ୍ଷ ଛାତ୍ରଙ୍କୁ ସୁଧ ଛାଡ ସହାୟତା ପ୍ରଦାନ କରାଯିବ। ସରକାରୀ ଅନୁଷ୍ଠାନରୁ ଆସିଥିବା ଏବଂ ବୈଷୟିକ / ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଚୟନ କରିଥିବା ଛାତ୍ରମାନଙ୍କୁ ଅଗ୍ରାଧିକାର ଦିଆଯିବ। ୨୦୨୪-୨୫ରୁ ୨୦୩୦-୩୧ ଆର୍ଥିକ ବର୍ଷରେ ସରକାର ଏହି ଯୋଜନାରେ ୩୬୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ଏବଂ ଏହି ସମୟ ମଧ୍ୟରେ ସାତ ଲକ୍ଷ ନୂତନ ଛାତ୍ର ଏହି ସୁଧ ଉପକାରର ଲାଭ ପାଇବେ ବୋଲି ଆଶା କରାଯାଉଛି । ଯେଉଁ ଛାତ୍ରମାନେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ୫୦ ପ୍ରତିଶତ ମାର୍କ ରଖିଛନ୍ତି ସେମାନଙ୍କୁ ଏହି ଯୋଜନାର ସୁବିଧା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେବେ ଛଗନ ଭୁଜବଳ? ଫଡନାଭିସଙ୍କୁ ଭେଟିବା ପଛରେ କ’ଣ ରହିଛି ରହସ୍ୟ ଜାଣନ୍ତୁ

ମୁମ୍ବାଇ,୨୩।୧୨: ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ବିଭାଜନ ପରେ ମଧ୍ୟ ରାଜନନୈତିକ ଅସ୍ଥିରତା ଚରମ ସୀମାରେ ରହିଛି। କୌଣସି ବିଭାଗ ନ ପାଇ କ୍ରୋଧିତ ଏନସିପି ନେତା ଛଗନ...

ସଂସଦରେ ଠେଲାପେଲା ଘଟଣା: ଭାଜପାର ଦୁଇ ଏମ୍‌ପିଙ୍କୁ ହସ୍ପିଟାଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୩।୧୨: ସଂସଦ କମ୍ପ୍ଲେକ୍ସରେ ବିରୋଧୀ ଓ ଏନଡିଏ ସଦସ୍ୟଙ୍କ ମଧ୍ୟରେ ନିକଟରେ ଝଗଡା ହୋଇଥିଲା। ଏହି ସମୟରେ ଦୁଇ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଏବଂ...

ଆରଏସ୍‌ଏସ୍‌ ଆମର ଶାସକ ନୁହେଁ, ସଂଘ ମୁଖ୍ୟଙ୍କୁ ରାମଭଦ୍ରାଚାର୍ଯ୍ୟଙ୍କ ବାର୍ତ୍ତା

ନୂଆଦିଲ୍ଲୀ, ୨୩।୧୨: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ନିକଟରେ କହିଥିଲେ ଯେ କେତେକ ଲୋକ ଅନୁଭବ କରୁଛନ୍ତି ଯେ ସେମାନେ...

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀ ପ୍ରଜ୍ଞାପନ ମେଢ଼ ବାଦ୍‌: କେନ୍ଦ୍ରକୁ କଡ଼ା ସମାଲୋଚନା କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୧୨: ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ବାଦ୍‌ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର...

୭୧,୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ,୨୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୧ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।...

ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ

ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri