Posted inଜାତୀୟ

ଅନୁରାଗଙ୍କ ଜାତି ଟିପ୍ପଣୀକୁ ନେଇ ହଇଚଇ: କ’ଣ ରାହୁଲଙ୍କ ଜାତି? କଂଗ୍ରେସ କରିଦେଲା ଖୁଲାସା

ନୂଆଦିଲ୍ଲୀ,୩୧।୭: ଅନୁରାଗଙ୍କ ଜାତି ଟିପ୍ପଣୀକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ମଙ୍ଗଳବାର ଲୋକ ସଭାରେ ଭାଷଣ ଦେବାବେଳେ ଭାଜପା ଏମପି ଅନୁରାଗ ଠାକୁର କଂଗ୍ରେସ ନେତା ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଜାତି କ’ଣ ବୋଲି ପଚାରିଥିଲେ। ସେ କହିଥିଲେ, ଯାହାଙ୍କୁ ଜାତି ବିଷୟରେ ଜଣାନାହିଁ ସେ ଜାତି ଗଣନା ପ୍ରସଙ୍ଗ ଉାଂବା କଥା ନୁହେଁ। ଯାହାପରେ ଗୃହରେ ବିରୋଧୀ ହଙ୍ଗାମା କରିଥିଲେ। ବିରୋଧୀ ଦଳର ନେତା ରାହୁଲ ଅନୁରାଗଙ୍କ ଜାତି ପ୍ରଶ୍ନକୁ ଅପମାନ ବୋଲି କହିଛନ୍ତି ଏବଂ ଜାତି ଜନଗଣନା ଦାବି ପ୍ରସଙ୍ଗ ଉଠାଇବାରେ ତାଙ୍କୁ କେହି ଅଟକାଇ ପାରିବେନି ବୋଲି ସେ ଜୋର୍‌ ଦେଇଛନ୍ତି।

ତେବେ ଏହି ବିବାଦ ମଧ୍ୟରେ କଂଗ୍ରେସ ମୁହଁ ଖୋଲିଛି ଯେଉଁଥିରେ ଦଳର ନେତା ଭାଜପା ଓ ଅନୁରାଗ ଠାକୁରଙ୍କୁ ସମାଲୋଚନା କରିବା ସହ ବିରୋଧୀଦଳର ନେତାଙ୍କ ଜାତି କ’ଣ ବୋଲି ଖୁଲାସା କରିଛନ୍ତି। କଂଗ୍ରେସ ନେତା ପୱନ ଖେଡା କହିଛନ୍ତି, ଅନୁରାଗ ଠାକୁର କହିଥିଲେ ଯେ ରାହୁଲ ଗାନ୍ଧୀ ତାଙ୍କ ଜାତି ଜାଣନ୍ତି ନାହିଁ? ଏହି ପ୍ରାନ ପଚାରି ସେ ସଂସଦରେ ସଦସ୍ୟତା ହରାଇ ପାରନ୍ତି। ଏବଂ ତାଙ୍କ କାରଣରୁ ଭାଜପା ଗୁରୁତର କ୍ଷତି ସହିପାରେ। ଯଦି ରାହୁଲ ଗାନ୍ଧୀଙ୍କ ଜାତି ଜାଣିବାକୁ ଚାହାଁନ୍ତି ତେବେ ଜାଣନ୍ତୁ ତାଙ୍କ ଜାତି ଶହୀଦ ।

ତେବେ ଜାତି ଟିପ୍ପରୀକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ। ସେ ଅନୁରାଗଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କ ଜାତି ଜାଣିବାକୁ ଚାହାଁନ୍ତି ତେବେ ସେ ଲୋକମାନଙ୍କୁ ନିଜେ ପଚାରି ପାରିବେ। ମୁଁ ଆପଣଙ୍କର ଜାତି ଜାଣିବାକୁ ଆଦୌ ଆଗ୍ରହୀ ନୁହେଁ। ଉତ୍ତେଜନାମୂଳକ ଭାଷଣ ଦେଇ ଏବଂ ରାହୁଲ ଗାନ୍ଧୀଙ୍କ ଜାତିକୁ ପଚାରି ଆପଣ ନିଜ ଚରିତ୍ର ଉପସ୍ଥାପନ କରି ସାରିଛନ୍ତି।

ଆପଣ ରାହୁଲ ଗାନ୍ଧୀଙ୍କ ଜାତି ଜାଣିବାକୁ ଚାହୁଁଛନ୍ତି ? ଏହି ଦେଶର ସ୍ବାଧୀନତା ସଂଗ୍ରାମ ସମୟରେ କାହାର ଜେଜେବାପା ସାଢେ ନଅ ବର୍ଷ ଜେଲରେ ରହିଥିଲେ? କାହାର ଜେଜେବାପା ଏହି ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ? କାହାର ଜେଜେମା ଏବଂ ପିତା ଶହୀଦ ହୋଇଥିଲେ? ଏହି ଦେଶ ପାଇଁ କାହାର ମା’ ଏହି ଦେଶ ପାଇଁ ଉତ୍ସର୍ଗୀକୃତ?


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତିର ପ୍ରସାଦ ବିବାଦ: କଡ଼ା ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ତିରୁପତିର ଶ୍ରୀଭେଙ୍କଟେଶ୍ୱର ମନ୍ଦିରର ପ୍ରସାଦ ଭାବେ ଶ୍ରଦ୍ଧାଳୁମାନଙ୍କୁ ମିଳୁଥିବା ଲଡୁରେ ଗୋରୁ ଚର୍ବି, ମାଛ ତେଲ ରହିଥିବା ଏକ ଲାବରେଟୋରି ରିପୋର୍ଟରୁ ସ୍ପଷ୍ଟ ହୋଇଛି।...

ଭାଜପା ବିଧାୟକ ବିବାଦୀୟ ମନ୍ତବ୍ୟ: ପୋଲିସକୁ ୨୪ ଘଣ୍ଟା ଛୁଟିରେ ପଠାଇ ଦିଆଯାଉ, ହିନ୍ଦୁମାନେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୯: ଭାଜପା ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତେଶ ରାଣେ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲିରେ...

ଜବରଦସ୍ତ ଅଫର୍‌: ଯେକୌଣସି ଫିଲ୍ମ ହଲ୍‌ରେ ଦେଖିପାରିବେ ମାତ୍ର ୯୯ ଟଙ୍କାରେ

ଭୁବନେଶର,୨୦।୯: ଆଜି ଜାତୀୟ ସିନେମା ଦିବସ। ଏହାକୁ ଦୃଷ୍ଟିରେ ରଖି ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ହଲ୍‌ରେ ଯେକୌଣସି ଫିଲ୍ମ ଦେଖିବାକୁ ଯିବେ,...

ମୁସଲମାନ ଅଞ୍ଚଳକୁ ମିନି ପାକିସ୍ତାନ କହିଲେ ଜଣେ ବିଚାରପତି, ସୁପ୍ରିମକୋର୍ଟ ଦେଲେ ଏହି କଡ଼ା ମନ୍ତବ୍ୟ

ବେଙ୍ଗାଲୁରୁ,୨୦ା୯: କର୍ନାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କର୍ନାଟକ ହାଇକୋର୍ଟର ଜଣେ ବିଚାରପତି...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ତିରୁପତି ଲଡୁ ବିବାଦକୁ ନେଇ ପଓ୍ବନ କଲ୍ୟାଣଙ୍କ ବଡ଼ ବୟାନ, କହିଲେ ସନାତନ ଧର୍ମ ପାଇଁ…

ହାଇଦ୍ରାବାଦ,୨୦ା୯: ତିରୁପତି ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସାଦ ତିଆରି ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଳିଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି...

ଚୌକା-ଛକା ବର୍ଷା କଲେ ଭାରତର ବଡ଼ ଶତ୍ରୁ: ବିସ୍ଫୋରକ ଅନ୍ଦାଜ୍‌ରେ ଜିତାଇଲେ ମ୍ୟାଚ୍‌

ଲଣ୍ଡନ,୨୦।୯: ଅଷ୍ଟ୍ରେଲିଆ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଉଭୟଙ୍କ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri