୩୦ ନା ୩୧ ବାସ୍ତବତା କ’ଣ

ବଲାଙ୍ଗୀର, ୬ା୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂର ମାଗୁରବେଡାଠାରେ ଗତ ବୁଧବାର ଲୋୟର ସୁକ୍‌ତେଲ ବୃହତ୍‌ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଉଦ୍‌ଘାଟନ କରି ବଲାଙ୍ଗୀର ଜିଲା ବିକାଶରେ ଏହା ନୂଆ ଯୁଗ ଆଣିବ ବୋଲି କହିଥିଲେ। ପ୍ରକଳ୍ପ ଉଦ୍‌ଘାଟନୀ ସଭାରେ ଉନ୍ନୟନ କମିଶନର ଅନୁ ଗର୍ଗ କହିଥିଲେ ଯେ, ଲୋୟର ସୁକ୍‌ତେଲ ପ୍ରକଳ୍ପ ହେଉଛି ଆୟତନ ଆକାରରେ ରାଜ୍ୟର ନବମ ବୃହତ୍‌ ବନ୍ଧ। ଏହାର ଉଚ୍ଚତା ୩୧ ମିଟର। ଏହି ସଭାରେ ଆହୁରି ସୂଚନା ଦିଆଯାଇଥିଲା ଯେ, ଏହି ପ୍ରକଳ୍ପର ଲମ୍ବ ୧୪୧୦ ମିଟର। ଏଥିରେ ୨୫୫ ମିଟର ଲମ୍ବ ସ୍ପିଲୱେ ଏବଂ ୧୨ଟି ଜଳ ନିର୍ଗମନ ଗେଟ୍‌ ରହିଛି। ୨୭୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁକ୍‌ତେଲ ପ୍ରକଳ୍ପରୁ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର ୧ ଲକ୍ଷ ଏକର ଜମି ଜଳସେଚିତ ହେବ ଏବଂ ୮୦ ହଜାର ଚାଷୀ ଉପକୃତ ହେବେ। ଏହି ପ୍ରକଳ୍ପରୁ ଜିଲାର ବଲାଙ୍ଗୀର ଓ ପାଟଣାଗଡ଼ ସହରାଞ୍ଚଳର ୭୦ ହଜାର ଲୋକଙ୍କୁ ପାନୀୟ ଜଳ ମଧ୍ୟ ଯୋଗାଇ ଦିଆଯିବ।  ଭୂତଳ ଚାପଯୁକ୍ତ ପାଇପ୍‌ ପ୍ରଣାଳୀରେ ଜଳସେଚନ ସୁବିଧା ଉପଲବ୍ଧ ହେଉଥିବାରୁ କେନାଲ ପାଇଁ ଜମି ଅଧିଗ୍ରହଣ କରିବାକୁ ପଡ଼ିବ ନାହିଁ ବୋଲି କୁହାଯାଇଥିଲା। ଉଦ୍‌ଘାଟନୀ ସଭାରେ ସୁକ୍‌ତେଲ ଡ୍ୟାମ ଉଚ୍ଚତା ୩୧ ମିଟର କୁହାଯାଇଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଡ୍ୟାମ୍‌ ଉଚ୍ଚତା ୧ ମିଟର ବୃଦ୍ଧି ପାଇଥିବାରୁ ଅଧିକ ଗଁା, ଜମି, ଜଙ୍ଗଲ ଜମି ବୁଡିବ କି ବୋଲି ପ୍ରଶ୍ନ ଉଠିଛି। ଲୋୟର ସୁକ୍‌ତେଲ ପ୍ରକଳ୍ପକୁ ନେଇ ମୂଳରୁ ବହୁ ବିଭ୍ରାନ୍ତି ଲାଗି ରହିଥିଲା। ପୂର୍ବରୁ ସରକାରୀ ସ୍ତରରେ ଏହି ଡ୍ୟାମ୍‌ର ଉଚ୍ଚତା ୩୬ ମିଟର ବୋଲି କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ଉଚ୍ଚତା ୩୦ ମିଟର ବୋଲି କୁହାଗଲା। ଦୀର୍ଘବର୍ଷ ଧରି ଡ୍ୟାମ୍‌ ଉଚ୍ଚତା ୩୦ ମିଟର କୁହାଯିବା ପରେ ପ୍ରକଳ୍ପ ଉଦ୍‌ଘାଟନୀ ସଭାରେ କିନ୍ତୁ ଏହାର ଉଚ୍ଚତା ୩୧ ମିଟର ବୋଲି କୁହାଯାଇଥିଲା। କେଉଁ କାରଣରୁ ଏହା ୩୧ ମିଟର ଉଚ୍ଚ ବୋଲି କୁହାଗଲା ଏବଂ ଡ୍ୟାମ୍‌ ଉଚ୍ଚତା ୧ ମିଟର ବଢ଼ିବା ପରେ ପ୍ରକଳ୍ପରେ କ’ଣ ସବୁ ପରିବର୍ତ୍ତନ ହେଲା କି ନାହିଁ ସେନେଇ ସୂଚନା ଦିଆଗଲା ନାହିଁ। ଏ ସଂକ୍ରାନ୍ତରେ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ସୁନୀଲ ରାଉତଙ୍କୁ ପଚାରିବାରୁ ସୁକ୍‌ତେଲ ଡ୍ୟାମ ଉଚ୍ଚତା ବଢ଼ିନାହିଁ, ତାହା ୩୦ ମିଟର ରହିଛି ବୋଲି କହିଛନ୍ତି। ଏହି ପ୍ରକଳ୍ପର ମାଟିବନ୍ଧ ସର୍ବାଧିକ ସ୍ତର ୨୧୦ ମିଟର ରହିଛି। ଜଳଭଣ୍ଡାରର ସର୍ବାଧିକ ଜଳସ୍ତର (ଏଫ୍‌ଆରଏଲ) ୨୦୬ ମିଟର ଏବଂ ସର୍ବନିମ୍ନ ଜଳସ୍ତର ୧୯୭  ମିଟର ରହିଛି। ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଣୁ ୨୯ଟି ପ୍ରଭାବିତ ଗଁା ବାଦ୍‌ କୌଣସି ଅଧିକ ଗଁା ବୁଡିବ ନାହିଁ କି ଅଧିକ ଜମି କିମ୍ବା ଜଙ୍ଗଲ ବୁଡିବ ନାହିଁ ବୋଲି ସେ କହିଛନ୍ତି।
ମରୁଡ଼ି, ଦାଦନ, ଦାରିଦ୍ର୍ୟ ଏବଂ ଅନଗ୍ରସରତା ପାଇଁ ଚର୍ଚ୍ଚିତ ରହିଆସିଥିବା ବଲାଙ୍ଗୀର ଜିଲାରେ ବୃହତ୍‌ ଜଳସେଚନ ପ୍ରକଳ୍ପର ପରିକଳ୍ପନାକୁ ସବୁବେଳେ ଜୋର ଦିଆଯାଇଆସୁଥିଲା। ୧୯୭୯ରୁ ପ୍ରାରମ୍ଭିକ ସର୍ଭେ ହୋଇଥିବା କୁହାଯାଇଥିଲେ ମଧ୍ୟ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପକୁ ୧୯୯୭ରେ କେନ୍ଦ୍ରୀୟ ଜଳ ଆୟୋଗ ମଞ୍ଜୁରୀ ମିଳିଥିଲା। ୧୯୯୮ରେ ପ୍ରକଳ୍ପର ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ଏବଂ ୧୯୯୯ରେ ପ୍ରଶାସନିକ ମଞ୍ଜୁରୀ ମିଳିଥିଲା। ୧୯୯୪ ମସିହା ମୂଲ୍ୟାଙ୍କରେ ପ୍ରକଳ୍ପର ମୂଳ ବ୍ୟୟ ଅଟକଳ ୨୧୭.୧୩ କୋଟି ଟଙ୍କା ରହିଥିଲା। ୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଶିଳାନ୍ୟାସ  କରିଥିଲେ ଏବଂ ୨୦୦୫ରେ ତତ୍କାଳୀନ ଲୋଇସିଂହା ବିଧାୟକ ନରସିଂହ ମିଶ୍ର ସ୍ପିଲ୍‌ୱେର ଶିଳାନ୍ୟାସ କରିଥିଲେ। ତେବେ ବିସ୍ଥାପିତଙ୍କ ତୀବ୍ର ଆନ୍ଦୋଳନ ଓ ପ୍ରତିରୋଧ ଯୋଗୁ ବହୁବର୍ଷ ଧରି ପ୍ରକଳ୍ପ କାମ ବନ୍ଦ ରହିଥିଲା।
ନ୍ୟାଟ୍‌ଜିଓରେ ଆଜି ପ୍ରସାରିତ ହେବ ଲୋୟର ସୁକତେଲ କାହାଣୀ
ଭୁବନେଶ୍ୱର, ୫।୧(ଅସମାପିକା ସାହୁ)- ଲୋୟର ସୁକତେଲ ଡ୍ୟାମ୍‌ କାହାଣୀ ଶନିବାର ସନ୍ଧ୍ୟା ୭ଟାରେ ନ୍ୟାଶନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ ପ୍ରସାରିତ ହେବ। ବଲାଙ୍ଗୀର ଜିଲାରେ ଜଳସେଚନ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ରୂପାନ୍ତରଣ ପ୍ରକଳ୍ପ ହେଉଛି ଲୋୟର ସୁକତେଲ ଡ୍ୟାମ୍‌। ଓଡ଼ିଶାର ବିକାଶଧାରାରେ ସାମିଲ ହୋଇଥିବା ଲୋୟର ସୁକତେଲ ଡ୍ୟାମ୍‌ କିଭଳି ତିଆରି ହୋଇଥିଲା, ଏହି ବୃହତ୍‌ ପ୍ରକଳ୍ପ କିପରି ବଲାଙ୍ଗୀର ଓ ସୋନପୁର ଜିଲାର ଜୀବନରେଖା ପାଲଟିଛି, କୃଷି ଓ କୃଷକଙ୍କ ପାଇଁ ନିଆଯାଇଥିବା ଏହି ଐତିହାସିକ ପଦକ୍ଷେପ ନ୍ୟାଟ୍‌ଜିଓର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ସୁପରଷ୍ଟ୍ରକ୍ଚର’ ମାଧ୍ୟମରେ ସାରା ବିଶ୍ୱ ଦେଖିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର ଦୁଇ ଜିଲାର ୨୦୩ଟି ଗାଁର ୧ଲକ୍ଷ ଏକର ଜମିକୁ ପାଣି ମିଳିବ। ୭୦ହଜାରରୁ ଅଧିକ ଲୋକ ପିଇବା ପାଣି ସୁବିଧା ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri