ନୂଆଦିଲ୍ଲୀ,୧୪ ।୧୧: ହ୍ରଦର ନଗରୀ ଉଦୟପୁରର ଅହମଦାବାଦ ଆସୁଥିବା ରେଲୱେ ଟ୍ରାକ ଉପରେ ଓଢା ଗାଁ ନିକଟରେ ୧୩ ନଭେମ୍ବର ୨୦୨୨ ରାତିରେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଏହା ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ବେଶ କିଛି କିଲୋମିଟର ପର୍ଯ୍ୟନ୍ତ ଶୁଭିଥିଲା । ଏହାସହ ବିସ୍ଫୋରଣ ଯୋଗୁ ସୃଷ୍ଟି ହୋଇଥିବା ଆଲୋକରେ ଚାରିଆଡ ଆଲୋକିତ ହୋଇଯାଇଥିଲା । ଏହାପରେ ଗାଁ ଲାକେ ସେଠାକୁ ଯାଇ ଯାହା ଦେଖିଥିଲେ ତାହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଥିଲା । ୧୪ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ରେଲୱେ ଲାଇନର ଉଦ୍ଘାଟନ କରିଥିଲେ କୁହାଯାଉଛି କି ସେହି ଟ୍ରାକକୁ ଆତଙ୍କବାଦୀମାନେ ଉଡାଇ ଦେଇଥିଲେ ।
ସୂଚନାଯୋଗ୍ୟ, ଏହି ବିସ୍ଫୋରଣ ପାଇଁ ସୁପରପାୱାର ୯୦ ନାମକ ଡିଟୋନେଟରର ବ୍ୟବହର କରାଯାଇଥିଲା । ଘଟଣାସ୍ଥଳରୁ ଯାଞ୍ଚ ଟିମକୁ ଏହାର ପ୍ୟାକେଟ ମିଳିଥିବା ସୂଚନା ମିଳିଛି । ଏବେ ପ୍ରଶ୍ନଉଠିଛି କି ଏହି ସୁପର ପାୱାର ୯୦ କ’ଣ ଏତେ ଶକ୍ତିଶାଳୀ ଯେ ଲୁହାରେ ନିର୍ମର୍ିତ ରେଲୱେ ଟ୍ରାକକୁ ନିମିଷକରେ ଉଡାଇ ଦେଇଥିଲା । ହଁ ଏହା ସେତିକି ଶକ୍ତିଶାଳୀ । କାରଣ ୨୮ ଅଗଷ୍ଟ ୨୦୨୨ରେ ନୋଏଡାରେ ଭଙ୍ଗା ଯାଇଥିବା ଟ୍ୱିନ ଟାୱାର ଭାଙ୍ଗିବା ପାଇଁ ଏହି ସୁପରପାୱାର ୯୦ ନାମକ ଡିଟେରନେଟର ବ୍ୟବହାର କରାଯାଇଥିଲା । ଏବେ ଏହି ଘଟଣାର ଆତଙ୍କବାଦୀ ଆଙ୍ଗଲରୁ ଯାଞ୍ଚ ଆରମ୍ଭ କରାଯାଇଛି ।
Posted inଜାତୀୟ