କ’ଣ ଏହି ଥାଲିନୋମିକ୍ସ? ଭାରତୀୟଙ୍କ ଖାଇବା ଥାଳିରୁ କରାଯାଏ ଦେଶ ଅର୍ଥନୀତିର ଆକଳନ

ନୂଆଦିଲ୍ଲୀ,୧୮।୧: ଦେଶର ବଜେଟ ଆସିବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଅର୍ଥନୈତିକ ସର୍ଭେ ସର୍ବଦା ବଜେଟ ପୂର୍ବରୁ ଆସିଥାଏ। କିନ୍ତୁ ଅଧିକାଂଶ ଲୋକ ଅର୍ଥନନୈତିକ ସର୍ଭେକୁ ବୁଝି ପାରନ୍ତି ନାହିଁ। ସାଧାରଣ ଜନତା ଏହାକୁ ବୁଝିବା ପରିବର୍ତ୍ତେ ଏହି ସର୍ଭେ ରିପୋର୍ଟକୁ ଅଣଦେଖା କରନ୍ତ। କହି ରଖୁଛୁ କି, ଏହାଦ୍ୱାରା ସରକାର ଦେଶର ମୁଦ୍ରାସ୍ଫୀତି ସ୍ଥିର କରନ୍ତି। ଦେଶର ବଜେଟ ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଯାଉଥିବାବେଳେ ସେହି ଅନୁଯାୟୀ ଦେଶର ଅର୍ଥନୈତିକ ସର୍ଭେ ଜାନୁଆରୀ ୩୧ରେ ଉପସ୍ଥାପିତ ହେବ।

ଅର୍ଥନୈତିକ ସର୍ଭେକୁ ସରଳ ଅର୍ଥରେ ବୁଝାଇବା ପାଇଁ ଅର୍ଥ ମନ୍ତ୍ରଣାଳୟ ଏକ ନୂଆ ଉପାୟ ବାହାର କରିଛି, ଯାହା ସାହାଯ୍ୟରେ କୌଣସି ସାଧାରଣ ନାଗରିକ ଏହାକୁ ବୁଝିିପାରିବେ। ଏହି ନୂଆ ଉପାୟଟି ହେଉଛି ଥାଲିନୋମିକ୍ସ। ଆସନ୍ତୁ ଜାଣିବା ଥାଲିନୋମିକ୍ସ କଣ ଏବଂ ଏହାଦ୍ୱାରା ଦେଶର ମୁଦ୍ରାସ୍ପୀତି କିପରି ସ୍ଥିର ହୋଇଥାଏ।

ଥାଲିନୋମିକ୍ସ ପଦ୍ଧତି ଦ୍ୱାରା ଭାରତରେ ଖାଦ୍ୟ ସୁଲଭତା ଚିହ୍ନଟ କରାଯାଇଥାଏ। ଅର୍ଥାତ ଗୋଟିଏ ପ୍ଲେଟ ଖାଇବା ପାଇଁ ଜଣେ ଭାରତୀୟ କେତେ ଖର୍ଚ୍ଚ କରିଥାନ୍ତି ତାହା ଥାଲିନୋମିକ୍ସ ମାଧ୍ୟମରେ ଜଣାପଡିଥାଏ।
ଅର୍ଥନୈତିକ ସର୍ଭେରେ ସାଧା ଓ ଆମିଷ ଥାଳିର ମୂଲ୍ୟ ବିଷୟରେ ସୂଚନା ଦିଆଯାଇଥାଏ। କେଉଁ ପ୍ଲେଟ ମହଙ୍ଗା ହୋଇଛି ଏବଂ କେଉଁ ପ୍ଲେଟ ଶସ୍ତା ହୋଇଛି ସେ ସମ୍ପର୍କରେ ବର୍ଣ୍ଣନା ହୋଇଥାଏ। ଦେଶରେ ଜଣେ ସାଧାରଣ ଲୋକ ଏକ ଥାଳି ପାଇଁ କେତେ ଖର୍ଚ୍ଚ କରିଥାନ୍ତି ଥାଲିନୋମିକ୍ସ ଆକଳନ ଦ୍ୱାରା ଜଣାପଡିଥାଏ।

Share