କେଉଁ ଉପହାର ଦେବା ଶୁଭ…

ବାହାଘର ହେଉ କି ଜନ୍ମଦିନ ପାର୍ଟିରେ ସାଧାରଣତଃ ଉପହାର ଦେବା ନେବାର ଚଳଣି ଦେଖିବାକୁ ମିଳିଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଜିନିଷ ରହିଛି; ଯାହାକୁ ଉପହାର ସ୍ବରୂପ କାହାକୁ ଦେଲେ ଉଭୟ ଦେଉଥିବା ଓ ଗ୍ରହଣ କରୁଥିବା ଲୋକଙ୍କର ମଙ୍ଗଳ ହୋଇଥାଏ।

ଯେମିତି କି:
* ମାଟିରେ ତିଆରି ମୂର୍ତ୍ତିି ହେଉ ଅବା ଅନ୍ୟ କିଛି ଗିଫ୍ଟ ଆଇଟମ୍‌କୁ ଉପହାର ସ୍ବରୂପ ଦେବା ଶୁଭ ହୋଇଥାଏ। ଏହାଦ୍ୱାରା ବହୁତ ଦିନ ଧରି ଅଟକି ରହିଥିବା କାମ ସୁରୁଖୁରୁରେ ହେବା ସହିତ ଆୟ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।

* ବାସ୍ତୁଶାସ୍ତ୍ର ଅନୁଯାୟୀ, ରୁପାରେ ତିଆରି ଜିନିଷକୁ ଉପହାର ଦେବା ଅଥବା ପାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ଆଉ ଘରେ ଅଭାବ ଦେଖାଯାଇ ନ ଥାଏ ବୋଲି ମାନ୍ୟତା ରହିଛି।

* ହାତୀକୁ ସମୃଦ୍ଧି, ସାହସ ଓ ଜ୍ଞାନର ପ୍ରତୀକ ବୋଲି କୁହାଯାଇଥାଏ। ତେଣୁ ଯୋଡ଼ା ହାତୀର ମୂର୍ତ୍ତିକୁ ଗିଫ୍ଟରେ କାହାକୁ ଦେଲେ କିମ୍ବା ପାଇଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଧ୍ୟାନଦେବେ ରୁପା, ପିତ୍ତଳ କିମ୍ବା କାଠରେ ତିଆରି ହାତୀ ମୂର୍ତ୍ତି ଦେଇପାରିବେ ହେଲେ ଭୁଲ୍‌ରେ ବି କାଚର ମୂର୍ତ୍ତି ଦେବେ ନାହିଁ।

* ୭ଟି ଘୋଡ଼ା ଦଉଡୁଥିବାର ଫଟୋକୁ ଗିଫ୍ଟରେ ଦେବା କିମ୍ବା ପାଇବା ମଧ୍ୟ ଶୁଭ ସୂଚନା ଦେଇଥାଏ।

* ଶ୍ରୀ ଯନ୍ତ୍ରକୁ ବାସ୍ତୁରେ ସବୁଠାରୁ ଶକ୍ତିଶାଳୀ ଯନ୍ତ୍ର ବୋଲି କୁହାଯାଇଥାଏ। ଏହି ଯନ୍ତ୍ରକୁ ଠିକ୍‌ ଭାବେ ଉପଯୋଗ କଲେ ଘରେ ସୁଖସମୃଦ୍ଧି ଆସିଥାଏ। ଶ୍ରୀ ଯନ୍ତ୍ରକୁ ପବିତ୍ର ମନରେ କାହାକୁ ଉପହାର ଦେବା ଅଥବା ଗ୍ରହଣ କରିବା ବି ଶୁଭ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତି ଅନୁସରଣ କରାଯାଏ। ଏହା...

ବାତ ମାରିବା ସମୟରେ କ’ଣ କରିବେ ଜାଣି ରଖନ୍ତୁ…

ମନେରଖିବା କଥା ଯେ ବାତମାରିବା ଲକ୍ଷଣ ଅସ୍ଥାୟୀ ଏବଂ ତାହା ମନକୁ ମନ ଉପଶମ ହୋଇଯାଏ। ବାତମାରିଲେ ରୋଗୀ ଦୁଲ୍‌କରି ପଡ଼ିଯାଇପାରେ। ଏହି ସମୟରେ ତା’...

ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା

ଆମର ଦୈନନ୍ଦିନ ତରକାରିରେ ବ୍ୟବହାର କରୁଥିବା ପରିବା ମଧ୍ୟରେ ଅମୃତଭଣ୍ଡା ଅନ୍ୟତମ। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ଏହାର ପତ୍ରରେ ଜୀବନ ରକ୍ଷାକାରୀ ଔଷଧୀୟ...

ପ୍ରୋଟିନ୍‌ ଗବେଷଣାରେ ନୂତନ ଦିଗନ୍ତ

ପ୍ରୋଟିନ୍‌ଗୁଡ଼ିକ ହେଲେ ବିଶାଳ ଏବଂ ଜଟିଳ ଅଣୁ, ଯାହାକି ପ୍ରାୟ ସମସ୍ତ ଜୈବିକ କ୍ରିୟା ପ୍ରକ୍ରିୟା ଲାଗି ଅତ୍ୟାବଶ୍ୟକ। ଏହା ହର୍‌ମୋନ୍‌, ଏଞ୍ଜାଇମ୍‌, ପ୍ରତିପିଣ୍ଡ, ଶରୀରର...

ଜାଣନ୍ତୁ ଫୂର୍ତ୍ତି ରହିବେ କିପରି…

ଯେ କୌଣସି କାମ ହେଉନା କାହିଁକି, ତାକୁ କରିବା ପାଇଁ ଶାରୀରିକ ଓ ମାନସିକ ସ୍ତରରେ ସର୍ବଦା ପ୍ରସ୍ତୁତ ରହିବାକୁ ଫୂର୍ତ୍ତି ବା ଆକ୍ଟିଭ୍‌ନେସ୍‌ କୁହାଯାଏ।...

ଛୋଟ ଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗୁଛି କି? ତେବେ ନିହାତି ଜାଣନ୍ତୁ

ବେଳେବେଳେ ଦେଖାଯାଏ, କିଛି କାରଣ ନଥାଇ ବି ଛୋଟ ଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗେ, ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଘରୁ ସୁଖଶାନ୍ତି...

ଖେଳ କସରତକୁ ଗୁରୁତ୍ୱଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୨୯ରେ ପାଳନ ହୋଇଥାଏ ‘ବିଶ୍ୱ ଷ୍ଟ୍ରୋକ୍‌ ଦିବସ’। ଏ ବର୍ଷର ଥିମ୍‌ ରହିଛି-‘ଗ୍ରେଟର ଦ୍ୟାନ୍‌ ଷ୍ଟ୍ରୋକ୍‌, ଆକ୍ଟିଭ ଚ୍ୟାଲେଞ୍ଜ’। ଏଥର ଉକ୍ତ ଦିବସ...

ଜୀବନଶୈଳୀକୁ ପ୍ରଭାବିତ କରେ ଭିଡିଓ ଗେମ୍‌

ଭିଡିଓ ଗେମ୍‌ ଖେଳିବାରେ କେବଳ ଛୋଟ ପିଲାମାନେ ନୁହନ୍ତି ବରଂ ଏଥିରେ ଯୁବପିଢ଼ି ବି ପଛରେ ପଡ଼ିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ ସତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri