ବାହାଘର ହେଉ କି ଜନ୍ମଦିନ ପାର୍ଟିରେ ସାଧାରଣତଃ ଉପହାର ଦେବା ନେବାର ଚଳଣି ଦେଖିବାକୁ ମିଳିଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଜିନିଷ ରହିଛି; ଯାହାକୁ ଉପହାର ସ୍ବରୂପ କାହାକୁ ଦେଲେ ଉଭୟ ଦେଉଥିବା ଓ ଗ୍ରହଣ କରୁଥିବା ଲୋକଙ୍କର ମଙ୍ଗଳ ହୋଇଥାଏ।
ଯେମିତି କି:
* ମାଟିରେ ତିଆରି ମୂର୍ତ୍ତିି ହେଉ ଅବା ଅନ୍ୟ କିଛି ଗିଫ୍ଟ ଆଇଟମ୍କୁ ଉପହାର ସ୍ବରୂପ ଦେବା ଶୁଭ ହୋଇଥାଏ। ଏହାଦ୍ୱାରା ବହୁତ ଦିନ ଧରି ଅଟକି ରହିଥିବା କାମ ସୁରୁଖୁରୁରେ ହେବା ସହିତ ଆୟ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ବାସ୍ତୁଶାସ୍ତ୍ର ଅନୁଯାୟୀ, ରୁପାରେ ତିଆରି ଜିନିଷକୁ ଉପହାର ଦେବା ଅଥବା ପାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ଆଉ ଘରେ ଅଭାବ ଦେଖାଯାଇ ନ ଥାଏ ବୋଲି ମାନ୍ୟତା ରହିଛି।
* ହାତୀକୁ ସମୃଦ୍ଧି, ସାହସ ଓ ଜ୍ଞାନର ପ୍ରତୀକ ବୋଲି କୁହାଯାଇଥାଏ। ତେଣୁ ଯୋଡ଼ା ହାତୀର ମୂର୍ତ୍ତିକୁ ଗିଫ୍ଟରେ କାହାକୁ ଦେଲେ କିମ୍ବା ପାଇଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଧ୍ୟାନଦେବେ ରୁପା, ପିତ୍ତଳ କିମ୍ବା କାଠରେ ତିଆରି ହାତୀ ମୂର୍ତ୍ତି ଦେଇପାରିବେ ହେଲେ ଭୁଲ୍ରେ ବି କାଚର ମୂର୍ତ୍ତି ଦେବେ ନାହିଁ।
* ୭ଟି ଘୋଡ଼ା ଦଉଡୁଥିବାର ଫଟୋକୁ ଗିଫ୍ଟରେ ଦେବା କିମ୍ବା ପାଇବା ମଧ୍ୟ ଶୁଭ ସୂଚନା ଦେଇଥାଏ।
* ଶ୍ରୀ ଯନ୍ତ୍ରକୁ ବାସ୍ତୁରେ ସବୁଠାରୁ ଶକ୍ତିଶାଳୀ ଯନ୍ତ୍ର ବୋଲି କୁହାଯାଇଥାଏ। ଏହି ଯନ୍ତ୍ରକୁ ଠିକ୍ ଭାବେ ଉପଯୋଗ କଲେ ଘରେ ସୁଖସମୃଦ୍ଧି ଆସିଥାଏ। ଶ୍ରୀ ଯନ୍ତ୍ରକୁ ପବିତ୍ର ମନରେ କାହାକୁ ଉପହାର ଦେବା ଅଥବା ଗ୍ରହଣ କରିବା ବି ଶୁଭ ହୋଇଥାଏ।