ନୂଆଦିଲ୍ଲୀ, ୧୫।୨: ରାଜନୈତିକ ଦଳଗୁଡ଼ିକର ଚାନ୍ଦା ସଂଗ୍ରହ ପାଇଁ ଇଲେକ୍ଟୋରାଲ ବଣ୍ଡ୍ ଏକ ଆର୍ଥିକ ସାଧନ। ଏଥିରେ କ୍ରେତା ଏବଂ ପ୍ରାପକଙ୍କ ନାଁ ରହୁ ନ ଥିବାରୁ ଏହା ଏକ ବିଅରିଂ ସାଧନ ଭାବେ କାର୍ଯ୍ୟ କରିଥାଏ ଏବଂ ଦାତାଙ୍କୁ ଗୋପନ ରଖିଥାଏ। ୨୦୧୭-୧୮ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ପ୍ରଥମେ ଇଲେକ୍ଟୋରାଲ ବଣ୍ଡ୍ ଘୋଷଣା କରିଥିଲେ। ଭାରତର ନାଗରିକ ଏବଂ ଘରୋଇ କମ୍ପାନୀଗୁଡ଼ିକ ଏହା ଜରିଆରେ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇପାରିବେ। ଜଣେ କ୍ରେତା କେତେ ବଣ୍ଡ୍ କିଣିବେ, ତାହାର କୌଣସି ସୀମା ଧାର୍ଯ୍ୟ ହୋଇ ନ ଥିଲା। ୧ ହଜାରରୁ ଆରମ୍ଭ କରି ୧୦ ହଜାର, ୧ ଲକ୍ଷ, ୧୦ ଲକ୍ଷ ଏବଂ ୧ କୋଟି ଟଙ୍କା ମୂଲ୍ୟର ବଣ୍ଡ୍ ଉପଲବ୍ଧ ରହିଥିବାବେଳେ ୧ କୋଟି ମୂଲ୍ୟର ବଣ୍ଡ୍ ସର୍ବାଧିକ ବିକ୍ରି ହୋଇଥାଏ। କେବଳ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କେତେକ ନିର୍ଦ୍ଦିଷ୍ଟ ଶାଖା ଜରିଆରେ ଏହି ବଣ୍ଡ୍ ବିକ୍ରି ହୋଇଥାଏ। ୧୫ ଦିନ ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ଏହାକୁ ନ ମୁକୁଳାଇଲେ, ତାହା ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିକୁ ଚାଲିଯାଇଥାଏ।
୨୦୨୨ ପର୍ଯ୍ୟନ୍ତ ବିକ୍ରି ହୋଇଛି ୧ ହଜାର ଟଙ୍କାର ନିର୍ବାଚନ ବଣ୍ଡ, ଜାଣନ୍ତୁ କେଉଁ ଦଳ ପାଇଛି କେତେ ଟଙ୍କା