Categories: ଜାତୀୟ

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ ବଦଳରେ ଶାନ୍ତି ଆଲୋଚନା କଲେ କ୍ଷତି କ’ଣ: ଆୟାର…

ନୂଆଦିଲ୍ଲୀ,୨୪।୮ : ଯଦି ଆମେ ପାକିସ୍ତାନ ଉପରେ ଆକ୍ରମଣ କରିପାରିବା ତେବେ ଶାନ୍ତି ପାଇଁ କଥାବାର୍ତ୍ତା କାହିଁକି ହୋଇପାରିବ ନାହିଁ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ମଣି ଶଙ୍କର ଆୟାର ପ୍ରଶ୍ନ କରିଛନ୍ତି। ମଣି ଶଙ୍କର ଆୟାରଙ୍କ ଅନୁଯାୟୀ, ବର୍ତ୍ତମାନର ସରକାର ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିପାରନ୍ତି, କିନ୍ତୁ ଟେବୁଲ ଉପରେ ବସି ପାକିସ୍ତାନର ନେତାଙ୍କ ସହ କଥାବାର୍ତ୍ତା କରିବାକୁ ସାହସ ନାହିଁ।

ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦର୍ଶାଇଥିଲେ ପାକିସ୍ତାନ ସହ ଆଲୋଚନା କରି କଶ୍ମୀର ଉପରେ ଏକ ଚାରସୁତ୍ରୀସମାଧାନ ହୋଇପାରିବ।

ଯେପର୍ଯ୍ୟନ୍ତ ଆମେ ପାକିସ୍ତାନ ସହ ସମସ୍ୟାର ସମାଧାନ କରିବାରେ ସକ୍ଷମ ନାହୁଁ, ମୁଁ ଭୟ କରୁଛି ପାକିସ୍ତାନ ଆମ ବେକ ଉପରେ ଏକ ବୋଝ ପରି ରହିବ ଏବଂ ଆମେ କଦାପି ବିଶ୍ୱର’ବିଶ୍ୱଗୁରୁ ହୋଇପାରିବା ନାହିଁ।

Share