Categories: ଫୁରସତ

ପାକିସ୍ତାନରେ ଝିଅମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ କେତେ?

ନୂଆଦିଲ୍ଲୀ,୪ା୮: ଭାରତରେ ଝିଅମାନଙ୍କର ବିବାହ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ। କିନ୍ତୁ ଆପଣ ଜାଣନ୍ତି କି ମୁସଲମାନ ଦେଶ ପାକିସ୍ଥାନରେ ଝିଅମାନେ କେଉଁ ବୟସରେ ବିବାହ କରନ୍ତି?

ପଡୋଶୀ ପାକିସ୍ତାନରେ ଝିଅମାନଙ୍କର ବିବାହ ପାଇଁ ସର୍ବନିମ୍ନ ବୟସ ୧୬ ବର୍ଷ ଅଟେ। ସେଠାକାର ଝିଅମାନେ ଭାରତ ଅପେକ୍ଷା ଶୀଘ୍ର ବିବାହ କରନ୍ତି।

ବାସ୍ତବ କଥା ହେଉଛି ମୁସଲମାନ ଦେଶ ପାକିସ୍ତାନରେ ଶାରିଆ ନିୟମ ପାଳନ କରାଯାଏ। ପାକିସ୍ତାନ ଅପେକ୍ଷା ଇରାନରେ ଅଧିକ କଡାକଡି ଭାବେ ଇସଲାମିକ ନିୟମ ପାଳନ କରାଯାଏ, ଯେଉଁଠାରେ ଝିଅମାନେ ୯ ବର୍ଷ ବୟସରେ ବି ବିବାହ କରନ୍ତି।

ତେଣୁ ପାକିସ୍ତାନର ଝିଅମାନଙ୍କୁ ମଧ୍ୟ ଶାରିଆର ନିୟମ ପାଳନ କରିବାକୁ ପଡେ। ଯେଉଁଠାରେ ଝିଅମାନେ ମୁସଲମାନ ରୀତିନୀତି ଅନୁଯାୟୀ ବିବାହ କରନ୍ତି।

Share