Posted inଫୁରସତ

ମୋନାଲିସା ପେଣ୍ଟିଂ ଏତେ ପ୍ରସିଦ୍ଧ କ’ଣ ପାଇଁ? ଜାଣନ୍ତୁ ରହସ୍ୟ…

ଇଟାଲିର ମହାନ ଚିତ୍ରକର ଲିଓନାର୍ଡୋ ଦା ଭିନ୍ସିଙ୍କ ହାତର ଯାଦୁକରୀ ହେଉଛି ପୃଥିବୀ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ। ୧୫୦୩ରୁ ୧୫୦୬ ମସିହା ମଧ୍ୟରେ ତିଆରି ଆରମ୍ଭ ହୋଇଥିବା ଏହି ପେଣ୍ଟିଂ ସମ୍ପୂର୍ଣ୍ଣ ହେବା ଲାଗି ୧୪ ବଷର୍ର୍ ସମୟ ଲାଗିଥିଲା। ଏହା ଯେତିକି ରହସ୍ୟମୟ ସେତିକି ମୂଲ୍ୟବାନ। ତେବେ କେବେ ଭାବିଛନ୍ତି କି ଏହା ଏତେ ପ୍ରସିଦ୍ଧ କ’ଣ ପାଇଁ? କ’ଣ ରହିଛି ଏହି ପେଣ୍ଟିଂ ପଛର ରହସ୍ୟ? ଜାଣନ୍ତୁ ସେ ସମ୍ପର୍କରେ…

ଚୋରି ପରେ ପ୍ରସିଦ୍ଧ: ମୋନା ଲିସା ପେଣ୍ଟିଂ ଆରମ୍ଭରୁ ଏତେ ପ୍ରସିଦ୍ଧ ନ ଥିଲା। ୧୯୧୧ ମସିହା ଅଗଷ୍ଟ ୨୧ ତାରିଖରେ ଯେବେ ପ୍ୟାରିସର ଲୁବ ମ୍ୟୁଜିୟମରୁ ଏହା ଚୋରି ହେଲା ତାହା ଚର୍ଚ୍ଚାକୁ ଆସିଗଲା। କାରଣ ଏତେ ବଡ଼ ସଂଗ୍ରହାଳୟରୁ ପେଣ୍ଟିଂ ଚୋରି ହେବାଟା ଛୋଟ କଥା ନ ଥିଲା। ପରେ ଜଣାପଡ଼ିଲା ସଂଗ୍ରହାଳୟର କର୍ମଚାରୀ ଭିନସେଞ୍ଜୋ ପେରୁଗିୟା ଏହାକୁ ଚୋରି କରିଥିଲେ ତାକୁ ଇଟାଲି ନେବା ଲାଗି। କାରଣ ତାଙ୍କ ମତରେ ଏହି ପେଣ୍ଟିଂ ହେଉଛି ଇଟାଲୀର ସମ୍ପତ୍ତି। ଏହି କାମ ପାଇଁ ବେରୁଗିୟାଙ୍କୁ ୬ ମାସର ଦଣ୍ଡ ଦିଆଗଲା। ହେଲେ ଇଟାଲୀର ଲୋକେ ତାଙ୍କୁ ଦେଶଭକ୍ତ ଭାବେ ଗ୍ରହଣ କରନ୍ତି।

ରହସ୍ୟମୟ ପେଣ୍ଟିଂ:ଏହି ପେଣ୍ଟିଂ ଯେତିକି ପ୍ରସିଦ୍ଧ ସେତିକି ରହସ୍ୟମୟ ମଧ୍ୟ। ପେଣ୍ଟିଂରେ ଯିଏ ଅଛନ୍ତି ତାକୁ ନେଇ ଅଲଗା ଅଲଗା ଦାବି କରାଯାଏ। କିଏ କହେ ପେଣ୍ଟିଂରେ ଫ୍ଲୋରେନ୍ସର ବ୍ୟବସାୟୀ ଫ୍ରାନ୍ସିସ୍କୋ ଡେଲ ଜିଓକାଣ୍ଡୋଙ୍କ ପତ୍ନୀ ଲିସା ଡେଲ ଜିଓକାଣ୍ଡୋ ଅଛନ୍ତି। ତା’ଛଡା ଏହାବି ଦାବି କରାଯାଏ ଯେ, ପେଣ୍ଟିଂରେ ଆଉ କିଏ ନୁହେଁ ବରଂ ନିଜେ ଲିଓନାର୍ଡୋ ଦା ଭିନ୍ସି ଅଛନ୍ତି। ଏଥିରେ ସେ ନିଜକୁ ଜଣେ ମହିଳାଭାବେ ଚିତ୍ରିତ କରିଛନ୍ତି। ତେବେ ପ୍ରକୃତରେ ପେଣ୍ଟିଂର ମହିଳା ଜଣକ କିଏ ତାହା ଏବେ ବି ରହସ୍ୟ ଘେରରେ। ଉକ୍ତ ପେଣ୍ଟିଂର ନାମ ଏମିତିରେ ମୋନା ଲିଜା। ହେଲେ ଏହାର ଉଚ୍ଚାରଣରେ ଅପଭ୍ରଂଶ ଘଟି ତାହା ମୋନା ଲିସାରେ ପରିଣତ ହୋଇଛି।

ମୋନା ଲିସାର ହସ:ମୋନା ଲିସା ପେଣ୍ଟିଂର ହସ ହେଉଛି ସବୁଠୁ ବଡ଼ ରହସ୍ୟ। ଯାହାକୁ ଅନେକ ବିଶେଷଜ୍ଞ ବିଭିନ୍ନ ସମୟରେ ଅଧ୍ୟୟନ କରିଛନ୍ତି। ଏହି ପେଣ୍ଟିଂକୁ ଅଲଗା ଅଲଗା ଏଙ୍ଗଲରୁ ଦେଖିଲେ ଏହାର ଭଙ୍ଗୀ ଭିନ୍ନ ଭିନ୍ନ ଦେଖାଯାଏ। ଗୋଟିଏ ଏଙ୍ଗଲରୁ ଦେଖିଲେ ଏହା ହସିଲା ପରି ଦେଖାଯାଉଥିବାବେଳେ ଅନ୍ୟ ଏଙ୍ଗଲରୁ ଦେଖିଲେ ଏହାର ହସ ଫିକାଲାଗେ। କିଛି ଏଙ୍ଗଲରୁ ତ ଏହାର ହସ ଆଦୌ ନ ଥିଲା ପରି ଲାଗେ। ତେବେ୨୦୦୦ ମସିହାରେ ହାଭାର୍ଡ ର ଜଣେ ନ୍ୟୁରୋସାଇଣ୍ଟିଷ୍ଟ ଏହି ପେଣ୍ଟିଂ ଉପରେ ଗବେଷଣା କରି କହିଛନ୍ତି ଯେ, ମୋନା ଲିସାର ହସ ବଦଳି ନ ଥାଏ ବରଂ ମଣିଷର ମାନସିକତା ଯେମିତି ଥାଏ ପେଣ୍ଟିଂ ତାଙ୍କୁ ସେମିତି ଦେଖାଯାଏ। ଅର୍ଥାତ୍‌ ଯଦି ଜଣେ ଖୁସୀ ଅଛନ୍ତି ତାହା ତାଙ୍କୁ ହସିଲା ପରି ଦେଖାଯିବ ଓ ଦୁଃଖୀ ଥିଲେ ମୋନା ଲିସାର ହସ ଫିକା ଲାଗିବ। ତେବେ ସେ ଯାହା ବି ହେଉ ଏହି ପେଣ୍ଟିଂ ଏକ କଳାତ୍ମକ ଆଶ୍ଚର୍ଯ୍ୟ ଅଟେ। କୁହାଯାଏ ଏହାକୁ ତିଆରି କରିବା ଲାଗି ୧୪ ବର୍ଷ ସମୟ ଲାଗିଥିଲା। ଯେଉଁଥିରୁ କେବଳ ଓଠ ତିଆରି କରିବା ଲାଗି ଲିଓନାର୍ଡୋ ଦ ଭିନ୍ସିଙ୍କୁ ୧୨ ବର୍ଷ ଲାଗିଥିବା କୁହାଯାଏ। ୩୦ରୁ ଅଧିକ ଲେୟରରେ ତିଆରି ଏହି ପେଣ୍ଟିଂରେ କାଠର କୋଇଲା ବି ବ୍ୟବହାର ହୋଇଥିଲା। ପେଣ୍ଟିଂଟି ଦେଖିବାକୁ ବଡ଼ ଲାଗେ। କିନ୍ତୁ ଏହାର ଆକାର ବହୁତ ଛୋଟ।

ହସରେ ପାଗଳ: କୁହାଯାଏ ମୋନା ଲିସାର ହସ ପାଇଁ ପାଗଳ ହୋଇ ଫ୍ରାନ୍ସର ମାସପରୋ ନାମକ ଜଣେ ବ୍ୟକ୍ତି ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହାବାଦ ସଂଗ୍ରହାଳୟକୁ ମୋନା ଲିସା ପାଇଁ ଅନେକ ପ୍ରେମ ପତ୍ର ବି ଆସେ।

ଆକ୍ରମଣର ଶିକାର ହୋଇଛି ମୋନା ଲିସା: ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏହି ପେଣ୍ଟିଂ ଯେମିତି ଜର୍ମାନୀ ହାତରେ ନ ପଡୁ ସେଥିପାଇଁ ୬ ଥର ଭିନ୍ନ ଭିନ୍ନ ସ୍ଥାନରେ ଲୁଚାଯାଇଥିଲା ।୧୯୫୬ରେ ଥରେ ପର୍ଯ୍ୟଟକ ପେଣ୍ଟିଂ ଉପରକୁ ପଥର ମାଡ କରିଥିଲେ। ଫଳରେ ପେଣ୍ଟିଂର ବାମ ହାତରେ ଚିହ୍ନ ହୋଇଯାଇଥିଲା। ପରେ ଏହାକୁ ଠିକ କରାଗଲା। ଆଉ ଥରେ ତ ଜଣେ ପେଣ୍ଟିଂ ଉପରକୁ ଏସିଡ ଆକ୍ରମଣ କରିଥିଲା। ତେଣୁ ପରବର୍ତ୍ତୀ ସମୟରେ ଏହାକୁ ବୁଲେଟ ପ୍ରୁଫ୍‌ କରାଗଲା। ଏବେ ୫୦୦ ବର୍ଷ ପୁରୁଣା ଏହି ମୋନା ଲିସା ପେଣ୍ଟିଂର ମୂଲ୍ୟ ୬୭୦୦ କୋଟିରୁ ଉର୍ଦ୍ଧ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri