Categories: ଫୁରସତ

ଭାରତର ‘ତ୍ରିରଙ୍ଗା’ ତ ପାକିସ୍ତାନର ଜାତୀୟ ପତାକାର ନାମ କ’ଣ? ଜାଣି ନ ଥିଲେ…

ବିଶ୍ୱରେ ପ୍ରାୟ ୧୯୫ ଦେଶ ରହିଛି। ସମସ୍ତ ଦେଶର ଜାତୀୟ ଭାଷା, ପତାକା ସହ ଖାଦ୍ୟପେୟ ଭିନ୍ନ। କେବଳ ଏତିକି ନୁହେଁ ସେଗୁଡ଼ିକର ଅର୍ଥ ଏବଂ ମହତ୍ୱ ମଧ୍ୟ ଅଲଗା। ଭାରତର ଜାତୀୟ ପତାକାକୁ ‘ତ୍ରିରଙ୍ଗା’ କୁହାଯାଏ। ହେଲେ ଯଦି ଆପଣଙ୍କୁ ପାକିସ୍ତାନର ଜାତୀୟ ପତାକା ବିଷୟରେ ପଚରାଯାଏ ତେବେ ଆପଣ ଚିନ୍ତାରେ ପଡ଼ିପାରନ୍ତି।

ପାକିସ୍ତାନର ଜାତୀୟ ପତାକାକୁ ‘ପଶ୍ଚମ-ଏ-ସିତାରା-ଓ-ହିଲାଲ’ କୁହାଯାଏ। ଏହାକୁ ଅମିର ଅଲଦୀନ କଦବଇ ଡିଜାଇନ୍‌ କରିଛନ୍ତି। ୧୯୪୭ ଅଗଷ୍ଟ ୮ରେ ପାକିସ୍ତାନ ନିଜର ଜାତୀୟ ପତାକାକୁ ମଞ୍ଜୁରି ଦେଇଥିଲା।

Share