ଅଭିନେତା ଅନୁପମ ଖେରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର ଇଣ୍ଡଷ୍ଟ୍ରିର ଉଚ୍ଚକୋଟୀର ତାରକା ଭାବେ ଜଣାଶୁଣା। ସେ ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି। ଆଜି ଅନୁପମ ତାଙ୍କର ୬୮ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ତାଙ୍କ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ କରିଛନ୍ତି। ଯଦିଓ ସେ ସଫଳତାର ଶିଖରରେ ପହଞ୍ଚିବା ପାଇଁ ବହୁ ସଂଘର୍ଷ କରିଛନ୍ତି।
ଅନୁପମ ତାଙ୍କ ଫିଲ୍ମ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଏହାସହିତ ସେ ମଧ୍ୟ ଅନେକ ବ୍ରାଣ୍ଡ୍‌ର ବିଜ୍ଞାପନରୁ ଟଙ୍କା ଆୟ କରନ୍ତି। ତାଙ୍କ ମୋଟ ନିଟ୍‌ ମୂଲ୍ୟ ପ୍ରାୟ ୪୫୦ କୋଟି ଟଙ୍କା ବୋଲି କୁହାଯାଉଛି। ଅନୁପମଙ୍କ ମୁମ୍ବାଇରେ ଦୁଇଟି ବଙ୍ଗଳା ଅଛି। ଗୋଟିଏ ବଙ୍ଗଳା ଅନ୍ଧେରିରେ ଥିବାବେଳେ ଅନ୍ୟଟି ଜୁହୁରେ ଅଛି। ଉଭୟ ବଙ୍ଗଳାର ମୂଲ୍ୟ ୫ କୋଟିରୁ ଅଧିକ।
ଅନୁପମ କେବଳ ଅଭିନୟ କରନ୍ତି ନାହିଁ, ସେ ଜଣେ ନିର୍ମାତା, ନିର୍ଦ୍ଦେଶକ ମଧ୍ୟ। ଏହାସହିତ ସେ ମଧ୍ୟ ଅନେକ ବ୍ୟବସାୟ ମାଧ୍ୟମରେ ରୋଜଗାର କରନ୍ତି। କାର ସଂଗ୍ରହ ବିଷୟରେ କହିବାକୁ ଗଲେ ଅନୁପମ ଖେରଙ୍କ ବିଏମ୍‌ଡବ୍ଲୁ, ସ୍କର୍ପିଓ ପରି ଅନେକ କାର ଅଛି। ସେ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୩ରୁ ୫ କୋଟି ଚାର୍ଜ କରନ୍ତି ଏବଂ ବାର୍ଷିକ ୩୦ କୋଟିରୁ ଅଧିକ ରୋଜଗାର କରନ୍ତି।
ତାଙ୍କ ରୋଜଗାର କିଛି ବର୍ଷ ମଧ୍ୟରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଚଳଚ୍ଚିତ୍ର ବ୍ୟତୀତ ଅନେକ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ବ୍ୟକ୍ତିଗତ ନିବେଶରୁ ରୋଜଗାର କରନ୍ତି।

Share