କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

କମେଡି କିଙ୍ଗ୍‌ କପିଲ ଶର୍ମା ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୨ ଏପ୍ରିଲ ୧୯୮୧ରେ ଅମୃତସରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା କପିଲ କମେଡି ଜଗତରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ସେ କଠିନ ପରିଶ୍ରମ ଏବଂ ପ୍ରତିଭା ଆଧାରରେ ଆଜି ଏଠାରେ ପହଞ୍ଚିଛନ୍ତି।
କପିଲ ଶର୍ମା ତାଙ୍କ କଲେଜ ସମୟରେ ଥିଏଟର କଳାକାର ଥିଲେ। ତାଙ୍କ ପିତା ପୋଲିସରେ ଥିଲେ। ପୂର୍ବରୁ ତାଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା। କର୍କଟ ରୋଗରେ ତାଙ୍କ ପିତାଙ୍କ ମୃତ୍ୟୁ ପରେ କପିଲଙ୍କ ଉପରେ ଦାୟିତ୍ୱ ମଧ୍ୟ ବୃଦ୍ଧି ପାଇଥିଲା। ଘରର ଖର୍ଚ୍ଚ ଚଳାଇବା ପାଇଁ ସେ ଫୋନ ବୁଥରେ କାମ କରୁଥିଲେ। ପ୍ରାରମ୍ଭରେ ତାଙ୍କ ପିତାମାତା ପୁଅ ଜଣେ ଗାୟକ ହୁଅନ୍ତୁ, କିନ୍ତୁ ସେ ମୁମ୍ବାଇ ଆସିବା ପରେ ତାଙ୍କ ଗତିପଥ ବଦଳି ଯାଇଥିଲା।
କପିଲ ନିଜର କ୍ୟାରିୟର ‘ଲାଫ୍ଟର ଚ୍ୟାଲେଞ୍ଜ’ରୁ ଆରମ୍ଭ କରିଥିଲେ। ସେ ଶୋ’ର ବିଜେତା ହୋଇଥିଲେ ଏବଂ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଲେ। ଯାହା ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଏହାପରେ ତାଙ୍କ ପ୍ରଥମ ଶୋ ‘କମେଡି ନାଇଟ୍ସ ୱିଥ୍‌ କପିଲ’ରୁ ହୋଷ୍ଟ ଭାବରେ ସର୍ବାଧିକ ଲୋକପ୍ରିୟତା ପାଇଥିଲେ। ଏହା ପରେ ସେ ‘ଦି କପିଲ ଶର୍ମା ଶୋ’ ଆରମ୍ଭ କରିଥିଲେ। ଏହାପରେ ଫିଲ୍ମରେ ସୁଯୋଗ ପାଇଥିଲେ। ସେ ‘କିସ କିସ୍‌କୋ ପ୍ୟାର କରୁଁ’, ‘ଫିରଙ୍ଗି’ ଏବଂ ‘ଜ୍ୱିଗାଟୋ’ ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି।
କପିଲ ଶର୍ମାଙ୍କ ମୋଟ ସମ୍ପତ୍ତି ହେଉଛି ୨୮୦ କୋଟି ଟଙ୍କା। ସେ ‘ଦି କପିଲ ଶର୍ମା ଶୋ’ର ଏପିସୋଡ ପିଛା ପ୍ରାୟ ୫୦ ଲକ୍ଷ ଟଙ୍କା ନିଅନ୍ତି। ଏହା ବ୍ୟତୀତ ସେ ବିଜ୍ଞାପନରୁ ମଧ୍ୟ ଟଙ୍କା ରୋଜଗାର କରନ୍ତି।
କପିଲଙ୍କ ମୁମ୍ବାଇର ଆନ୍ଧେରି ୱେଷ୍ଟରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି, ଯାହାର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା। ତାଙ୍କର ଦାମୀ ଗାଡି କଲେକ୍ସନ ରହିଛି। ତାଙ୍କ ଗାଡି ସଂଗ୍ରହରେ ରୟାଲ ଏନ୍‌ଫିଲ୍ଡ ବୁଲେଟ ୫୦୦ ବାଇକ, ମର୍ସିଡିଜ ବେଞ୍ଜ ଏସ୍‌୩୫୦, ରେଞ୍ଜ ରୋଭର ଇଭୋକ, ଭଲଭୋ ଏକ୍ସସି୯୦ ରହିଛି। ଏହା ବ୍ୟତୀତ ତାଙ୍କର ନିଜର ଭ୍ୟାନିଟି ଭ୍ୟାନ ମଧ୍ୟ ଅଛି।

Share