Categories: ଜାତୀୟ

ଲୋକ ସଭାରେ ଧୂଆଁ ସୃଷ୍ଟି କରିଥିବା ସ୍ମୋକ ଷ୍ଟିକ୍‌ କ’ଣ: ଜାଣନ୍ତୁ ଏହା ସମ୍ପର୍କରେ…

ନୂଆଦିଲ୍ଲୀ,୧୩।୧୨: ସଂସଦ ଆକ୍ରମଣ ବାର୍ଷିକୀରେ ଲୋକ ସଭା ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଦେଖାଦେଇଛି। ସୁରକ୍ଷା ବଳୟ ଭେଦ କରି ଦୁଇ ଅଜ୍ଞାତ ଯୁବକ ଲୋକ ସଭାରେ ପଶିଯାଇ ଧୂଆଁ ନିର୍ଗତ କରିଛନ୍ତି। ଲୋକ ସଭା ଚାଲିଥିବା ବେଳେ ହଠାତ୍‌ ଦର୍ଶକ ଗ୍ୟାଲେରିରୁ ୨ ଜଣ ଯୁବକ ଏମ୍‌ପିମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ଡେଇଁ ପଡ଼ି ସେମାନେ ବେଞ୍ଚରୁ ବେଞ୍ଚକୁ ଡେଇଁବାକୁ ଲାଗିଥିଲେ। ଏଥିସହ କିଛି ଧୂଆଁ ନିର୍ଗତ ସାମଗ୍ରୀ ଫିଙ୍ଗିବାକୁ ଉଦ୍ୟମ କରିଥିଲେ। ଏମ୍‌ପିମାନେ ସେମାନଙ୍କୁ କାବୁ କରିଥିଲେ। ପରେ ପରେ ସୁରକ୍ଷାକର୍ମୀମାନେ ପହଞ୍ଚି ସେମାନଙ୍କୁ ସେଠାରୁ ନେଇ ଯାଇଥିଲେ।
ଏହି ଘଟଣାରେ ସମୁଦାୟ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ସେଥିମଧ୍ୟରୁ ଦୁଇଜଣଙ୍କୁ ଗୃହ ଭିତରୁ ଗିରଫ କରାଯାଇଥିବାବେଳେ ଦୁଇଜଣଙ୍କୁ ସଂସଦ ବାହାରେ ଗିରଫ କରାଯାଇଛି। ସମସ୍ତଙ୍କଠାରୁ ଧୂଆଁ ନିର୍ଗତ ସାମଗ୍ରୀ ଜବତ କରାଯାଇଛି।
ସଂସଦ ଗୃହ ଭିତରକୁ ଆଣିଥିବା ଏହି ଧୂଆଁ ପ୍ୟାକେଟ୍‌ ଅର୍ଥାତ୍‌ ସ୍ମୋକ୍‌ ଷ୍ଟିକ୍‌ ହଳଦିଆ ରଙ୍ଗର ଥିଲା ଏବଂ ଏଥିରେ କଲର ସ୍ମୋକ୍‌ ଲେଖାଯାଇଥିଲା। ସାଧାରଣତଃ ହୋଲିରେ ଏହି ପ୍ରକାରର ସ୍ମୋକ୍‌ ଷ୍ଟିକ୍‌ ବ୍ୟବହୃତ ହୁଏ। ସ୍ମୋକ୍‌ ଷ୍ଟିକ୍‌ ଏକ ସୁରକ୍ଷିତ ରଙ୍ଗରେ ତିଆରି ହୋଇଛି, ଯାହା ଦ୍ୱାରା ଏହା ଖୋଲିଲେ କୌଣସି କ୍ଷତି ହେବ ନାହିଁ। କୌଣସି ବଡ ଇଭେଣ୍ଟ କିମ୍ବା ଉତ୍ସବ ସମୟରେ ଏହା ବହୁଳ ଭାବରେ ବ୍ୟବହୃତ ହୁଏ।

Share