ଧର୍ମେନ୍ଦ୍ରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ର ୮୭ ବର୍ଷରେ ପଦାର୍ପଣ କରିଛନ୍ତି। ୬୩ ବର୍ଷ ପୂର୍ବେ ସେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ଗତ ୬ ଦଶନ୍ଧି ଧରି ପ୍ରଶଂସକଙ୍କୁ ମନୋରଞ୍ଜନ କରିଆସୁଛନ୍ତି ଏବଂ ଚଳଚ୍ଚିତ୍ରରେ ସେ ବହୁତ ସକ୍ରିୟ ଅଛନ୍ତି। ନିଜ କ୍ୟାରିୟରରେ ସେ ଅଭିନୟ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି।
୧୯୬୦ରେ ଚଳଚ୍ଚିତ୍ର ‘ଦିଲ ଭି ତେରା ଔର ହମ ଭି ତେରେ’ ସହିତ ଧର୍ମେନ୍ଦ୍ର ଅଭିନୟ ଜଗତରେ ପ୍ରବେଶ କରିଥିଲେ। ଏହି ସିନେମାରେ ସାଇନ କରିବା ପାଇଁ ତାଙ୍କୁ ମାତ୍ର ୫୧ ଟଙ୍କା ପାରିଶ୍ରମିକ ମିଳିଥିଲା।
ଧର୍ମେନ୍ଦ୍ର ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ସେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏହି ସମୟ ମଧ୍ୟରେ ସେ କେବଳ ଖ୍ୟାତି ଅର୍ଜନ କରିନାହାଁନ୍ତି ବରଂ ଅନେକ ଧନ ମଧ୍ୟ ଅର୍ଜନ କରିଛନ୍ତି। ଧର୍ମେନ୍ଦ୍ରଙ୍କ ନିଟ ମୂଲ୍ୟ ୪୫୦ କୋଟି ଟଙ୍କା ବୋଲି କୁହାଯାଉଛି।
ଧର୍ମେନ୍ଦ୍ରଙ୍କର ଲୋନାଭାଲାରେ ଏକ ଫାର୍ମହାଉସ ଅଛି, ଯାହା ୧୦୦ ଏକରରୁ ଅଧିକ ବ୍ୟାପିଛି । ସେ ଏହି ସ୍ଥାନରେ ଚାଷ ମଧ୍ୟ କରନ୍ତି। ଏହି ଫାର୍ମହାଉସରେ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ। ଧର୍ମେନ୍ଦ୍ର ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଫାର୍ମହାଉସର ଝଲକ ଦେଖାନ୍ତି।

Share