Categories: ବାଣିଜ୍ୟ

ଲୋକଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ପ୍ରୟାସ, ୟୁପିଆଇ ଉପରେ ଲାଗିପାରେ ଟାଇମ୍‌ ଲିମିଟ୍‌

ନୂଆଦିଲ୍ଲୀ,୨୯।୧୧: ଭାରତରେ ଡିଜିଟାଲ ଦେୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ୟୁପିଆଇ ମାଧ୍ୟମରେ କାରବାର ଦୂର ଗ୍ରାମାଞ୍ଚଳରେ ମଧ୍ୟ ସାଧାରଣ ହୋଇଗଲାଣି। ତଥାପି, ଡିଜିଟାଲ ଦେୟର ଏହି ଅଭିବୃଦ୍ଧି ସହିତ ଅନଲାଇନ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଅନ୍‌ଲାଇନ ପେମେଣ୍ଟରେ ବଢୁଥିବା ଠକେଇ ମାମଲାକୁ ରୋକିବା ପାଇଁ ସରକାର ନିରନ୍ତର ଅନେକ ପଦକ୍ଷେପ ନେଉଛନ୍ତି।

ଏହି ପରିପେକ୍ଷୀରେ ହଜାର ହଜାର ସନ୍ଦିଗ୍ଧ ନମ୍ବରକୁ ପ୍ରଥମରୁ ବନ୍ଦ ହୋଇସାରିଛି। ବର୍ତ୍ତମାନ ଅନ୍‌ଲାଇନ ପେମେଣ୍ଟ ଠକେଇକୁ ରୋକିବା ପାଇଁ ୟୁପିଆଇ କାରବାର ଉପରେ ସରକାର କିଛି ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛନ୍ତି। ବିଚାର କରାଯାଉଥିବା ପଦକ୍ଷେପଗୁଡିକ ମଧ୍ୟରେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ୟୁପିଆଇ ଦେୟ ପାଇଁ ସର୍ବନିମ୍ନ ସମୟ ସୀମା। ଏ ବାବଦରେ ଏ ପର୍ଯ୍ୟନ୍ତକୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ, କିନ୍ତୁ ଏହାକୁ ସକ୍ରିୟ ଭାବେ ବିଚାର କରାଯାଉଛି।

ବର୍ତ୍ତମାନ ଜାଣିବା ଜରୁରୀ ଯେ ଏହି ସର୍ବନିମ୍ନ ସମୟ ସୀମା କ’ଣ? ୟୁପିଆଇ ଦେୟ ଦୁଇ ଉପଭୋକ୍ତାଙ୍କ ମଧ୍ୟରେ ହୋଇଥାଏ, ସେମାନଙ୍କ ମଧ୍ୟରୁ ଜଣେ ଦେୟକାରୀ ଏବଂ ଅନ୍ୟଟି ରିସିଭର୍‌। ଦୁଇ ଉପଭୋକ୍ତାଙ୍କ ମଧ୍ୟରେ ପ୍ରଥମ ୟୁପିଆଇ କାରବାର ପାଇଁ ସର୍ବନିମ୍ନ ସମୟ ସୀମା ଧାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଛି । ସମ୍ପ୍ରତି ସର୍ବନିମ୍ନ ସମୟ ସୀମାକୁ ୪ ଘଣ୍ଟାରେ ରଖିବାକୁ ଧ୍ୟାନ ଦିଆଯାଉଛି ।

Share