Categories: ଖେଳ

ଟିମ୍‌ ଇଣ୍ଡିଆକୁ କିଭଳି କୋଚ୍‌ ଆବଶ୍ୟକ? ବିସିସିଆଇକୁ ଗାଙ୍ଗୁଲିଙ୍କ ପରାମର୍ଶ, ଗମ୍ଭୀରଙ୍କୁ ନେଇ ଦେଲେ ବଡ଼ ବୟାନ…

ନୂଆଦିଲ୍ଲୀ,୧।୬: ଗୋଟିଏ ପଟେ ଟିମ୍‌ ଇଣ୍ଡିଆ ଆମେରିକାରେ ଟି୨୦ ବିଶ୍ୱକପ୍‌ ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ଦେଶରେ ଏହା ବ୍ୟତିତ ଆଗାମୀ କୋଚ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ବିଶ୍ୱକପ୍‌ ପରେ ବର୍ତ୍ତମାନର କୋଚ୍‌ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବ। ଏମିତିରେ ବିସିସିଆଇ ନୂଆ କୋଚ୍‌ ଖୋଜିବା ଆରମ୍ଭ କରିଛି। ଏଥିଲାଗି ବୋର୍ଡ ପକ୍ଷରୁ ଆବେଦନ ମଗାଯାଇଥିଲା। ଯେଉଁଥିରେ ଗୌତମ ଗମ୍ଭୀରଙ୍କୁ ପ୍ରଥମ ପ୍ରାଥମିକତା ଦିଆଯିବ ବୋଲି କୁହାଯାଉଛି। ଏବେ ଏହି ମାମଲାରେ ବିସିସିଆଇ ପୂର୍ବ ଅଧ୍ୟକ୍ଷ ଏବଂ ଭେଟେରାନ ଅଧିନାୟକ ସୌରଭ ଗାଙ୍ଗୁଲି ବଡ଼ ବୟାନ ଦେଇଛନ୍ତି।

ଗାଙ୍ଗୁଲି ଶନିବାର କୋଲକାତାରେ ଏକ ଇଭେଣ୍ଟରେ ହେଡ୍‌ କୋଚ୍‌ ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନର ଜବାବ ଦେଇଥିଲେ। ଗାଙ୍ଗୁଲି ନିଜ ବୟାନରୁ ସ୍ପଷ୍ଟ କରିଦେଲେ ଯେ ଟିମ୍‌ ଇଣ୍ଡିଆ ପାଇଁ ବିଦେଶୀ କୋଚ୍‌ ଅଥବା ଘରୋଇ କୋଚ୍‌ ଭଲ ରହିବ।

ଗାଙ୍ଗୁଲି କହିଛନ୍ତି, ସେ ଟିମ୍‌ ଇଣ୍ଡିଆ ପାଇଁ ଭାରତୀୟ କୋଚ୍‌ ସପକ୍ଷରେ ଅଛନ୍ତି। ଗମ୍ଭୀର ଯଦି ଏହି ଭୂମିକା ଲାଗି ଆବେଦନ କରିଛନ୍ତି ତେବେ ସେ ଭଲ କୋଚ୍‌ ସାବ୍ୟସ୍ତ ହେବେ। ଏହାପୂର୍ବରୁ ଅନେକ ବିଶେଷଜ୍ଞ ଏବଂ ପୂର୍ବତନ କ୍ରିକେଟର ଗମ୍ଭୀରଙ୍କୁ ନେଇ ଭିନ୍ନ ଭିନ୍ନ ରାୟ ଦେଇଛନ୍ତି। ହେଲେ ଗାଙ୍ଗୁଲି ଗମ୍ଭୀରଙ୍କୁ ସମର୍ଥନ କରିବା ବହୁତ ଗୁରୁତ୍ୱ ରଖୁଛୁ।

ଗମ୍ଭୀରଙ୍କ ପାଖରେ କୋଚିଂର ଅନୁଭବ ନାହିଁ। ହେଲେ ମେଣ୍ଟର ଭାବେ ଆଇପିଏଲ୍‌ରେ ଲଗାତାର ୩ ସିଜନ କାମ କରିଛନ୍ତି। ଗତ ୨ ବର୍ଷ ଧରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ସହ ଜଡ଼ିତ ଥିଲେ। ଚଳିତ ସିଜନରେ ସେ କେକେଆର୍‌ ସହ ଯୋଡ଼ି ହୋଇଥିଲେ। ଦଳ ଏଥର ଟାଇଟଲ ଜିତିବାରେ ସଫଳ ହୋଇଛି।

Share